ପ୍ରହସନ ପାଲଟିଛି ସରକାରୀ ଯୋଜନା, ବସୁଧା ଯୋଜନା ସମ୍ପୂର୍ଣ୍ଣ ଫେଲ୍

ଅର୍ଗସ ବ୍ୟୁରୋ: ଦୀର୍ଘ ବର୍ଷ ବିଜେଡ଼ି ସରକାରରେ ଲୋକଙ୍କ ପାଖରେ ପହଞ୍ଚି ପାରିଲାନି ମୌଳିକ ସୁବିଧା। ଆଜିବି ଗ୍ରାମାଞ୍ଚଳର ଲୋକେ ଠପେ ଶୁଦ୍ଧ ପାନୀୟଜଳ ପାଇଁ ଡହଳ ବିକଳ ହେଇଛନ୍ତି। ସରକାର ବସୁଧା ଯୋଜନାରେ ଘରେ ଘରେ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବେ ବୋଲି ଡିଡିମ ପିଟୁଥିବା ବେଳେ ଏଚିତ୍ର ନିଶ୍ଚିତ ସରକାରଙ୍କ ବସୁଧା ଡିଡିମ ଫେଲ୍ ବୋଲି ପ୍ରମାଣ ଦେଉଛି । ଦେଖନ୍ତୁ କିପରି ଲୋକଙ୍କ ମନକୁ ବୁଝାଇବା ପାଇଁ ଏକବର୍ଷ ପୁର୍ବରୁ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଚିଲବସା ଗ୍ରାମରେ ବସୁଧା ଯୋଜନାରେ ପାଣିଟାଙ୍କି କାର୍ଯ୍ୟ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ଏକବର୍ଷ ବିତିଗଲା ଏପରି ଅଧାପନ୍ତରିଆ ହୋଇ ଛିଡା ହୋଇଛି ପାଣିଟାଙ୍କି।
ଲକ୍ଷ୍ୟ ଥିଲେ ଚିଲବସା ଗ୍ରାମର ନିରୀହ ଆଦିବାସି ଲୋକେ ସରକାରଙ୍କ ସୁବିଧା ସୁଯୋଗ ପାଇପାରିବେ କିନ୍ତୁ ଏ ଚିତ୍ରରୁ ଜଣା ପଡ଼ୁଛି ଜେପରି ଏମାନେ ସରକାରଙ୍କ ସାବତ ପୁଅ। ଏବେ ନଜର ପକାନ୍ତୁ ଏ ଭଙ୍ଗା ପରିତ୍ୟକ୍ତ କୂଅ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଦେଖଣ୍ଟୁ କିପରି ଏ ବିପଦସଂକୁଳ କୂଅରୁ ଗର୍ଭବତୀ ମହିଳା ସମେତ ଛୋଟ ଛୋଟ ପିଲା ମାନେ ପାଣି କାଢୁଛନ୍ତି। ଯଦି କିଛି ଅଘଟଣ ଘଟିଯାଏ ସେଥିପାଇଁ କିଏ ଦାୟୀ ରହିବ। ଦେଖନ୍ତୁ କିପରି ନିମ୍ନ ମାନର ବାଲି, ଚିପ୍ସ କାର୍ଯ୍ୟରେ ବ୍ୟବହୃତ ହେଉଛି । ଏପରିକି ବିନା ଫଳକରେ କାର୍ଯ୍ୟ ଚାଲିଛି। ଏ ଚିତ୍ର ବୟାନ କରୁଛି ଗ୍ରାମାଞ୍ଚଳରେ ବସୁଧା ଯୋଜନା ସମ୍ପୁର୍ଣ ଫେଲ ମାରିଛି । କଣ କାଗଜ କଲମରେ ସିମୀତ ସରକାରୀ ଯୋଜନା ତାହା ବଡ଼ ପ୍ରଶ୍ନ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
