Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗାଡିଶେଷଖାଲରେ ଏବେ ବି ଅପହଞ୍ଚ ମୌଳିକ ସୁବିଧା

Odisha

ଗାଡିଶେଷଖାଲରେ ଏବେ ବି ଅପହଞ୍ଚ ମୌଳିକ ସୁବିଧା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗାଡିଶେଷଖାଲରେ ଏବେ ବି ଅପହଞ୍ଚ ମୌଳିକ ସୁବିଧା

Key Points

  • ଗାଡିଶେଷଖାଲରେ ଏବେ ବି ଅପହଞ୍ଚ ମୌଳିକ ସୁବିଧା
  • ଶୋଚନୀୟ ଗାଁ ରାସ୍ତା, ଆସିପାରୁନାହିଁ ଆମ୍ବୁଲାନ୍ସ
  • ଖଟିଆରେ ବୁହା ହେଉଛନ୍ତି ରୋଗୀ
  • ବାରମ୍ବାର ଅଭିଯୋଗ ସତ୍ତ୍ବେ ଫଳ ଶୂନ
  • ତାତିଲେ ଲୋକେ, ପଞ୍ଚlୟତ କାର୍ଯ୍ୟାଳୟରେ ଠୁଙ୍କିଲେ ତାଲା 

ଅର୍ଗସ ବ୍ୟୁରୋ:  ଦୁର୍ଦ୍ଦିନରେ ରାୟଗଡ଼ା କୋଲନରା ବ୍ଲକ ଗାଡିଶେଷଖାଲ ପଞ୍ଚlୟତବାସୀ । ଦୀର୍ଘ ଦିନ ଧରି ଗାଁରେ ଲାଗି ରହିଛି ପାନୀୟ ଜଳ ସମସ୍ୟା । ଗାଁରେ ତିନୋଟି ଟିୱେଲ ଥିବା ବେଳେ ସେଥିରୁ ଗୋଟିଏ ଅକାମି ହୋଇ ରହିଛି। ଖାଲି ଏତିକି ନୁହେଁ, ଗାଁରେ ରାସ୍ତା ଅଵସ୍ଥା ଶୋଚନୀୟ ଥିବାରୁ ଆମ୍ବୁଲାନ୍ସ ମଧ୍ୟ ପହଁଚି ପାରୁନାହିଁ, ଫଳରେ ରୋଗୀଙ୍କ ଠାରୁ ଗର୍ଭବତୀଙ୍କୁ ଅନେକ ସମୟରେ ଖଟିଆରେ ବୋହି ନେବାକୁ ପଡୁଛି । ସେହିପରି ଗାଁରେ ଷ୍ଟ୍ରିଟ୍ ଲାଇଟ ଏବଂ ସ୍ବଚ୍ଛ ଭାରତ ଅଭିଯାନରେ ଟଏଲେଟର ଵ୍ୟଵସ୍ଥା ମଧ୍ୟ କରାଯାଇନାହିଁ। ଡ୍ରେନେଜ ସୁବିଧା ନଥିବାରୁ ପରିମଳ ବ୍ୟବସ୍ଥା ମଧ୍ୟ ନକହିଲେ ଭଲ। ବାରମ୍ବାର ଅଭିଯୋଗ ସତ୍ତ୍ବେ ସ୍ଥାୟୀ ସମାଧାନ ନହେବାରୁ ପଞ୍ଚlୟତ କାର୍ଯ୍ୟାଳୟରେ ତାଲା ଠୁଙ୍କିଛନ୍ତି ସ୍ଥାନୀୟ ଲୋକେ । ମୌଳିକ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ତାଲା ଖୋଲିବେ ନାହିଁ ଚେତାବନୀ ଦେଇଛନ୍ତି ।

ଗାଡିଶେଷଖାଲ ପଞ୍ଚlୟତରେ ଅନେକ ଗାଁ ଅଛି କିନ୍ତୁ ସଦର ପଞ୍ଚlୟତରେ ୫୦୦ ପରିବାର ସହିତ ୩ ହଜାରରୁ ଅଧିକ ଲୋକ ବସବାସ କରନ୍ତି । ୨୪ ବର୍ଷର ସ୍ଥିର ସରକାରର ଅପରାଗତା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଏନେଇ ଗାଁ ଲୋକେ କୋଲନରା ବ୍ଲକ ଅଧିକରୀଙ୍କ ସହିତ ପୂର୍ବତନ ବିଜେଡି ନେତା ଜଗନ୍ନାଥ ସାରକାଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ କିଛି ସୁଫଳ ମିଳିନଥିବା ଦର୍ଶାଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Basic facilities are still inaccessible in the village | Argus News