Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୌଳିକ ସୁବିଧାରୁ ବଞ୍ଚିତ ଭାଲିଆ ତିନି ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମୌଳିକ ସୁବିଧାରୁ ବଞ୍ଚିତ ଭାଲିଆ ତିନି ଗ୍ରାମବାସୀ

ଅର୍ଗସ ବ୍ୟୁରୋ:  ଗଞ୍ଜାମ ପାତ୍ରପୁର ବ୍ଳକ ର ଆଦିବାସୀ ଦୁର୍ଗମ ଅଞ୍ଚଳରେ ଏବେବି ବିକାଶ ଅପହଞ୍ଚ। ପାତ୍ରପୁର ବ୍ଳକ ଠାରୁ 25 କିଲୋମିଟର ତୁରୁବୁଡୀ ପଞ୍ଚାୟତର ଭାଲିଆ ମୌଳଇ, କୁମ୍ବିଖାଲ ଓ ବୁର ମୌଳଇ ଗ୍ରାମର 350ରୁ ଉର୍ଦ୍ଧ ଲୋକେ ବସବାସ କରନ୍ତି । ମାତ୍ର ମୌଳିକ ସୁବିଧା ନାଁରେ ଏମାନଙ୍କୁ ମିଳିଛି ଖାଲି ପ୍ରତାରଣା। ନା ଅଛି ଗାଁକୁ ଗମନାଗମନ ଲାଗି ଭଲ ରାସ୍ତା ନାଁ ମୁଣ୍ଡ ଗୁଞ୍ଜିବାକୁ ପାଇଁ ରହିଛି ଭଲ ଘର ।

ଆଜି ବି ପିଲାଙ୍କ ଲାଗି ଅଙ୍ଗନୱାଡ଼ି ସାତ ସପନ । ସ୍କୁଲକୁ ଯିବାକୁ ହେଲେ ଜଙ୍ଗଲିଆ ପାହାଡ଼ ପର୍ବତ ପଥୁରିଆ ରାସ୍ତା ଦେଇ ଆସିଲେ ଲିମିଗାଁ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିବେ କୁନି କୁନି ଛାତ୍ରଛାତ୍ରୀ ମାନେ । ସେଭଳି ବିଜୁଳି ସେବା ଏବେବି ଏଠି ସାତ ସପନ।  ଡିବି ଆଲୁଅରେ ଏବେବି ରାତି କାଟୁଛନ୍ତି ଅଞ୍ଚଳବାସୀ। ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳମାଳ ଯୋଜନା କରିଛନ୍ତି କିନ୍ତୁ ତାହା ନିରୀହ ଆଦିବାସୀ ଲୋକମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
basic facilities failed in three villages | Argus News