ପୁଣି ପଦାରେ ପଡିଲା ବିଜେଡିର ଗୋଷ୍ଠୀ କନ୍ଦଳ

ବାଲିଆପାଳ: ଦୁଇ ଭାଗ ହେଲା ବସ୍ତା ବିଜେଡି । ବାଲିଆପାଳରେ ୧୦ ହଜାରରୁ ଅଧିକ ଲୋକଙ୍କୁ ନେଇ ଏକାକୀ କଲେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ନିତ୍ୟାନନ୍ଦ ସାହୁ । ଆସିଲେନି କୌଣସି ବଡ଼ ନେତା । ଯୁବନେତା ରବିନ୍ଦ୍ରନାଥ ଅଣ୍ଡିଆ, ଯୁବନେତା ତୁଶାରକାନ୍ତ ବେହେରା, ଜିଲ୍ଲାପରଷଦ ବିଷ୍ଣୁପ୍ରୀୟା ବୁଗୁଡି, ବରିଷ୍ଠ ବିଜେଡ଼ି ନେତା ମହାଦେବ ଦାସଙ୍କ ସହଯୋଗରେ ଏକାକୀ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଧାୟକ ନିତ୍ୟାନନ୍ଦ ସାହୁ । ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀର ବାଲିଆପାଳଠାରେ ବିଜେଡିର ପରିବାର ସମ୍ପର୍କ ପଦଯାତ୍ରା ନିତ୍ୟାନନ୍ଦଙ୍କ ପରାକାଷ୍ଠାକୁ ଆହୁରି ସୁଦୃଢ଼ କରିଛି ସତ ହେଲେ ଦଳରେ ଥିବା ଗୋଷ୍ଠୀ କନ୍ଦଳର ସ୍ପଷ୍ଟ ଚିତ୍ର ମଧ୍ୟ ସାମ୍ନାକୁ ଆଣିଛି ।
ଗୁହାରି ଶୁଣି ପାୱାର ଦେଲେ, ବାଡ ନଡେଇଁବା ଲାଗି ନିର୍ଦ୍ଦେଶ ଦେଲେ !
ଗତ ଅକ୍ଟୋବର ୧୧ ତାରିଖରେ ବସ୍ତା ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବାସଭବନ ସମ୍ମୁଖରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଏବଂ ମନ୍ତ୍ରୀ ତଥା ବାଲେଶ୍ୱର ପ୍ରଭାରୀ ପ୍ରତାପ ଦେବ ଯୋଗ ଦେଇଥିବାବେଳେ ବସ୍ତା ବିଧାୟକ ଯୋଗ ଦେଇ ନଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶ୍ବିନୀ ପାତ୍ର ସୁବାସିନୀ ଜେନାଙ୍କୁ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲେ । ଏନେଇ ବିଧାୟକଙ୍କୁ ପଚାରିବାରୁ କହିଥିଲେ ତାଙ୍କୁ କେହି ଡାକିନାହାନ୍ତି । ବସ୍ତାର ବିଧାୟିକା ହେବାକୁ ସ୍ବପ୍ନ ଦେଖୁଥିବା ସୁବାସିନୀ ଅର୍ଥର ପାୱାର ଦେଖାଇ କେବଳ ଯୁବ ଗୋଷ୍ଠୀମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରୁଛନ୍ତି । କିନ୍ତୁ ଅର୍ଥରେ ବିକ୍ରୀ ହେଉନଥିବା ପୁରୁଖା ଓ ପୁରୁଣା ନେତାଙ୍କୁ ତାଙ୍କ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥାଏ ବୋଲି ଜିଲ୍ଲାପରିଷଦ ବିଷ୍ଣୁପ୍ରିୟା ବୁଗୁଡି ପ୍ରତିକ୍ରିୟାରେ କହିଛନ୍ତି ।
📱 Get Argus News App
✨ଅମ୍ବାଭୋନା ଥାନା ଭଙ୍ଗାରୁଜା ପଛରେ ବିଜେଡିର ବାହୁବଳି ବିଧାୟକ !
ଗତକାଲିର ବିଶାଳ ପରିବାର ସମ୍ପର୍କ ପଦଯାତ୍ରାରେ କୌଣସି ବଡ ନେତା, ଜିଲ୍ଲା ସଭାପତି କିମ୍ବା ବିଧାୟିକା ହେବାର ସ୍ବପ୍ନ ଦେଖୁଥିବା ସୁବାସୀନି ଜେନାଙ୍କୁ ଦେଖିବାକୁ ମିଳିନଥିଲା । ପଦଯାତ୍ରା ବାବଦରେ 21 ନଂ ଜୋନ୍ ଜିଲ୍ଲା ପରିଷଦ କାଞ୍ଚନ ଜେନା କହିଛନ୍ତି ବିଧାୟକ କେବେ ତାଙ୍କୁ ପଚାରନ୍ତି ନାହିଁ କି ଖୋଜନ୍ତି ନାହିଁ ଏଥିରୁ ବସ୍ତା ବିଜେଡି ଦୁଇଫାଳ ହୋଇଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଗୋଟିଏ ପଟେ ପୁରୁଖା ,ପୁରୁଣା ଏବଂ ଯୁବ ନେତାଙ୍କୁ ନେଇ ସଂଗଠନ ସୁଦୃଢ କରିବାକୁ ବିଧାୟକ ନିତ୍ୟାନନ୍ଦ ସାହୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ କେବଳ ଯୁବଗୋଷ୍ଠୀଙ୍କୁ ନେଇ ବିଧାୟିକା ହେବାକୁ ସ୍ବପ୍ନ ଦେଖୁଛନ୍ତି ସୁବାସୀନି ଜେନା ।
ତେବେ ଦେଖିବାର କଥା ଏହି ଶୀତଳ ଯୁଦ୍ଧରେ କିଏ ବାଜି ମାରୁଛି । ନାଁ ଆଗାମୀ ଦିନରେ ବସ୍ତା ନିର୍ବାଚନ ମଣ୍ଡଳୀର ଅନ୍ୟ ଦଳ ଏଣ୍ଟ୍ରି ମାରୁଛି ।