Videos
|
Odisha

ପାଣି ଟାଙ୍କି ଅଛି ହେଲେ ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ପାଣି ଟାଙ୍କି ଅଛି ହେଲେ ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆ

ଅର୍ଗସ ବ୍ୟୁରୋ:  ଦୁର୍ଗମବାସୀଙ୍କୁ ବସୁଧା ଧୋକା। ପାଣି ଟାଙ୍କି ଅଛି ହେଲେ ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆ। ରାସ୍ତା ନଥିବାରୁ ଦହଗଞ୍ଜ ହେଉଛନ୍ତି ତଳ ଗୁରଟିବାସୀ। ରାୟଗଡାରୁ ୮ କିଲୋମିଟର ଅତିକ୍ରମ କରିବା ପରେ ହଲୁଆ ପଞ୍ଚାୟତରେ ପଡେ ତଳ ଗୁରଟି ଗାଁ। ଜଙ୍ଗଲ ପାହାଡର ସ ବୁଜ ବନାନୀ ମଧ୍ୟରେ ରହିଛି ତଳଗୁରଟି । ହେଲେ ସରକାରଙ୍କ ସ ବୁ ଯୋଜନା ଏଠାରେ ଅପହଞ୍ଚ ।  ବର୍ଷବର୍ଷ ଧରି ଗାଁ କୁ ପକା ରାସ୍ତା ସଂଯୋଗ ହୋଇ ନଥିବା କାରଣରୁ ଗ୍ରାମବାସୀ ଗମନାଗମନ ଠାରୁ ଆରମ୍ଭ କରି ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି।

ଗାଁରେ ପାନୀୟଜଳ ଯୋଗାଣ ଏକ ବଡ଼ ସମସ୍ୟା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏକ ସୋଲାର ଟାଙ୍କି ଲଗାଯାଇଥିଲା ଯାହା ଏବେ ଅଚଳ।  ଦୀର୍ଘ ୩ ବର୍ଷ ହେବ ପାଣି ଆସୁନାହିଁ,ଫଳରେ ତାହା ଏବେ ନଷ୍ଟ ହେବାକୁ ବସିଛି। ଗାଁ ଦାଣ୍ଡରେ ଗୋଟିଏ ମାତ୍ର ଟିୱେଲ ରହିଛି କିନ୍ତୁ ସେହି ପାଣି ପୁରା ଗାଁ ପାଇଁ ପର୍ଯ୍ୟାପ୍ତ ନୁହେଁ। ଫଳରେ ଗାଁ ଲୋକେ ପାଖରେ ଥିବା ଝରଣା ଏବଂ ଚୁଆରୁ ପାଣି ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। ପ୍ରତି ଦିନ ରାତି ପାହିଲେ ଗରା ମଠିଆ ଧରି ଜଙ୍ଗଲର ଅଙ୍କାବଙ୍କା ରାସ୍ତା ଦେଇ ଚୁଆ ପାଖକୁ ଯାଉଛନ୍ତି। ଆଉ କାହା ପାଇଁ ଝରଣାର ଗୋଳିଆ ପାଣି ସାଜିଛି ପାନୀୟ ଜଳ। ତଳ ଗୁରଟି ଗାଁରେ ୭୭ ପରିବାର ବସବାସ କରନ୍ତି। କିନ୍ତୁ ଅଳ୍ପ କେତେ ଘରକୁ ଆବାସ ଯୋଗାଇ ଦିଆଯାଇଛି। ସେଥିରୁ ବି ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଦୀର୍ଘ ୨୪ ବର୍ଷ ବିଜେଡି ଶାସନ କାଳରେ ଗାଁ ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏବେ ନୂତନ ସରକାରରେ ସମସ୍ୟାର ସମାଧାନ କରିବେ ବୋଲି  ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି ଗ୍ରାମବାସୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Basudha cheating the villagers | Argus News