Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଗମ ଅଞ୍ଚଳରେ ଫେଲ୍ ମାରିଛି ସରକାରଙ୍କ ବସୁଧା ଯୋଜନା

Smruti Parija
Browse all articles by Smruti Parija
·2 years ago·1 min read
ଦୁର୍ଗମ ଅଞ୍ଚଳରେ ଫେଲ୍ ମାରିଛି ସରକାରଙ୍କ ବସୁଧା ଯୋଜନା

ଅନୁଗୋଳ: ଚୁଆ ପାଣି ଭରସାରେ କଂସାରିକୁଦ । ଶିଳ୍ପନଗରୀର ଦୁର୍ଗମ ଅଞ୍ଚଳରେ ଫେଲ୍ ମାରିଛି ସରକାରଙ୍କ ବସୁଧା ଯୋଜନା । ଅନୁଗୋଳ କଦଳୀମୁଣ୍ଡା ପଞ୍ଚାୟତର କଂସାରିକୁଦ,  ପ୍ରାୟ ୬୦ ପରିବାର ବସବାସ କରୁଥିବା ଏହି ଅଞ୍ଚଳ ପାଇଁ ଚୁଆ ପାଣି ଭରସା । ନାଳ ପାଖ ଚୁଆ ପାଣି ଆଣି ବ୍ୟବହାର କରୁଛନ୍ତି ଅଞ୍ଚଳବାସୀ । 

ଗାଁରେ ନଳକୂଅ ଅଛି ମାତ୍ର ସେଥିରୁ ବାହାରୁଛି ଫ୍ଲୋରାଇଡ ଯୁକ୍ତ ପାଣି । ଏହି ପାଣି ପିଇ କିଡିନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି ଅଞ୍ଚଳବାସୀ । ଏନେଇ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ପାଖରେ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି  । ଖାଲି ଯାହା ନିର୍ବାଚନ ଆସିଲେ ମିଳୁଛି ମିଥ୍ୟା ପ୍ରତିଶ୍ରୁତି ।

ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ସତେ ଯେମିତି ସାତ ସପନ , ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ  କଂସାରିକୁଦ ଗ୍ରାମର ସାଧାରଣ ଲୋକଙ୍କୁ  କେବେ ମିଳୁଛି ପାନୀୟ ଜଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
basudha-yojana-fail-in-rural-area | Argus News