Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦୁର୍ଗମରେ ବସୁଧା ଧୋକା

Odisha

ଦୁର୍ଗମରେ ବସୁଧା ଧୋକା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦୁର୍ଗମରେ ବସୁଧା ଧୋକା

ଅର୍ଗସ ବ୍ୟୁରୋ:  ପାଣି ପାଇଁ ମେଳି। ରାତି ପାହିଲେ ଏଠି ପିଇବା ପାଣି ସଂଗ୍ରାହ ପାଇଁ ବାହାରି ପଡନ୍ତି ମହିଳା। ହାଣ୍ଡି ମାଠିଆ ଧରି ଯାଆନ୍ତି ପାଣି ସଂଗ୍ରହ ପାଇଁ। ସେ କଉ ନଳକୂପ କି ଟ୍ୟାପ ପାଖକୁ ନୁହେଁ ଗାଁ ମୁଣ୍ଡରେ ଥିବା ବିଲରୁ ପାଣି ଆଣି ବ୍ୟବହାର କରନ୍ତି ଗ୍ରାମବାସୀ। କୋରପୁଟ ବନ୍ଧୁଗାଁ ବ୍ଲକର ଡୁମାଡଙ୍ଗର ଗାଁ। ଗାଁରେ ବସବାସ କରୁଛନ୍ତି 500 ପରିବାର । ହେଲେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କହିଲେ କିଛି ନାହିଁ । ଫଳରେ ବର୍ଷ ତମାମ ବିଲ ଭିତରୁ ପାଣି ଆଣି ପିଇବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ।

5 ବର୍ଷ ପୂର୍ବରୁ ଗାଁରେ ବସୁଧା ଯୋଜନାରେ ପ୍ରକଳ୍ପ କାମ ଆରମ୍ଭ ହେଲା। ମାତ୍ର ଆଜି ଯାଏଁ ଲୋକେ ସେଥିରୁ ପାଣି ଟୋପାଏ ପାଇଲେନି। ଫଳରେ ବର୍ଷ ତମାମ ଗାଁ ମୁଣ୍ଡରେ ରହିଥି ଧାନ କିଆରୀରୁ ପାଣି ଆଣି ବ୍ୟାବହାର କରୁଛନ୍ତି ଗ୍ରାମବାସୀ। ତେବେ ବର୍ଷା ଦିନେ ବଢି ଯାଉଛି ପାଣି ସମସ୍ୟା।  ବର୍ଷାରେ ପାଣି ଗୋଳିଆ ହୋଇ ଯାଉଥିବାରୁ ଏହାକୁ ବ୍ୟବହାର କରିବାରେ ଅସୁବିଧା ହେଉଛି। ଗାଁରେ ଏବେବି ଅନେକ ସରକାରୀ ଯୋଜନା ପହଞ୍ଚିନି।  ପୂର୍ବରୁ ବିଜେଡି ବିଧାୟକ ପ୍ରଭୁଜାନି ଏବଂ ଏବେ କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତା ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଭୋଟ ସାଉଣ୍ଟିଛନ୍ତି ସିନା କିନ୍ତୁ ଲୋକଙ୍କ ସମସ୍ୟାର ସମାଧାନ କରି ନାହାନ୍ତି। ଫଳରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Basudha yojana failed in Durgam | Argus News