Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାହାଡ ଜଙ୍ଗଲ ଅତିକ୍ରମ କରିପାରୁନି ବସୁଧା ଯୋଜନା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପାହାଡ ଜଙ୍ଗଲ ଅତିକ୍ରମ କରିପାରୁନି ବସୁଧା ଯୋଜନା

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ଜଳ କଷ୍ଟ। ପାହାଡ ଜଙ୍ଗଲ ଅତିକ୍ରମ କରି ପାରୁନି ବସୁଧା। ଭରସାରେ ଦୁର୍ଗମବାସୀ। ଗଜପତି ମୋହନା ବ୍ଳକର ଡେଙ୍ଗସଖାଲ ଗ୍ରାମପଞ୍ଚାୟତର ରାଇଯୁକା ନୂଆସାହି । ପ୍ରାୟ 30 ରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରୁଥିବା ଏହି ଗାଁରେ ପାନୀୟ ଜଳ ସମସ୍ୟା ମୁଖ୍ୟ ସମସ୍ୟା । ଫେଲ୍ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା । ଗ୍ରାମବାସୀ ପାଣି ପାଇଁ ଡହଳ ବିକଳ ହେଉଥିଵା ବେଳେ ଚୁଆ ପାଣି ଏଠି ଏକ ମାତ୍ର ସାହା ଭରଷା।

ଏଠି ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ବସୁଧା ଯୋଜନା । ଠିକାଦାର ନିମ୍ନମାନର କାମ କରି ଛୁ ମାରିଥିବା ଅଭିଯୋଗ ହୋଇଛି ।  ପାଣି ଯୋଗାଇବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ବିଭାଗୀୟ କର୍ତ୍ତୁପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଦୁର୍ଗମରେ ଜଳ କଷ୍ଟ। ସରକାରୀ ଯୋଜନା ଥାଇବି ଏହାର ଲାଭ ପାଉ ନାହାନ୍ତି ହିତାଧିକାରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
basudha Yojana failed in rural area | Argus News