Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କମିସନରେଟ ପୋଲିସ ହାତରେ ବାୱାରୀୟା ଗ୍ୟାଙ୍ଗ 

Manini Pattanayak
Browse all articles by Manini Pattanayak
·1 year ago·1 min read
କମିସନରେଟ ପୋଲିସ ହାତରେ ବାୱାରୀୟା ଗ୍ୟାଙ୍ଗ 

ଭୁବନେଶ୍ୱର: କମିସନରେଟ ପୋଲିସ ହାତରେ ବାୱାରୀୟା ଗ୍ୟାଙ୍ଗ । ରାସ୍ତାରୁ ଚେନ ଝାମ୍ପୁଥିଲେ, ବାଇକରେ ଫେରାର ହୋଇଯାଇଉଥିଲେ । ସାରା ଦେଶରେ ବୁଲି ବୁଲି ଏମାନେ ଲୁଟ କରୁଛନ୍ତି ଆଉ ଟ୍ରେନରେ ଫେରାର ହୋଇ ଯାଉଛନ୍ତି । ଯେଉଁ ସହରକୁ ଆସିବେ ସେଠି ଆଗ ଏକ ବାଇକ୍ ଚୋରି କରିବେ। ପରେ ଚୋରି ବାଇକରେ ଚେନ ଲୁଟ କରିବେ । କିଛି ଦିନ ଲୁଟପାଟ ପରେ ସେହି ସହରରୁ ଫେରାର ହୋଇ ଯାଉଥିଲେ ।

ଏହି ଗ୍ୟାଙ୍ଗର ମୁଖ୍ୟ କୁଖ୍ୟାତ ଲୁଟେରା ଉତ୍ତର ପ୍ରଦେଶ କାନପୁରର ରାମ କୁମାରକୁ ଗିରଫ କରିଛି କମିସନରେଟ ପୋଲିସର ସ୍ପେଶଲ ସ୍କ୍ୱାର୍ଡ । ଯାହା ନିକଟରୁ ୨ ଟି ସୁନା ଚେନ ସହ ଗୋଟିଏ ଚୋରା ବାଇକ୍ ଜବତ କରିଛି ପୋଲିସ । ସେହିଭଳି ଆଉ ଦୁଇଜଣ କୁଖ୍ୟାତ ଲୁଟେରା କଟକ ସଦର ଅଂଚଳର ଆକାଶ ସାମଲ o ବିଡାନାସୀ ଅଂଚଳର ସିତଲ ବେହେରାକୁ  ସ୍ପେସାଲ ସ୍କ୍ୱାର୍ଡ ଗିରଫ କରିଛି । ଏମାନଙ୍କ ନିକଟରୁ ୨ ଟି ସୁନା ଚେନ ଜବତ କରାଯାଇଛି । ଏମାନଙ୍କ ନାମରେ କଟକ ଭୁବନେଶ୍ୱରରେ ବିଭିନ୍ନ ଥାନାରେ ୧୪ ରୁ ଅଧିକ ମାମଲା ରହିଛି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bauariya gang in the hands of Commissionerate Police | Argus News