Thunderstorm Warning / ରାଜ୍ୟରେ ବଢ଼ିବ କାଳବୈଶାଖୀ ବର୍ଷା,ଆଜି ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୨୧ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ
·2 months ago·2 min read

Key Points
ରାଜ୍ୟରେ ବଢ଼ିବ କାଳବୈଶାଖୀ ବର୍ଷା
ଆଜି ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
୨୧ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଚେତାବନୀ
ଆଜି ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
୨୧ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଚେତାବନୀ
ଭୁବନେଶ୍ବର,୨୦/୦୬: ମୌସୁମୀ ସମ୍ପୂର୍ଣ୍ଣ ଆସିବା ପୂର୍ବରୁ ରାଜ୍ୟରେ କାଳବୈଶାଖୀ ବର୍ଷା ବଢ଼ିବ। ରାଜ୍ୟରେ ବଢିବ କାଳବୈଶାଖୀ ବର୍ଷା । ଆଜି ୩୦ ଜିଲ୍ଲାକୁ ଦିଆଯାଇଛି ଆଲର୍ଟ। କେନ୍ଦୁଝର, ମୟୂରଭଞ୍ଜ ସହ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ସହ ବାଲେଶ୍ୱର, ସୁନ୍ଦରଗଡ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ହେବ କାଳବୈଶାଖୀ। ଏହି ଜିଲ୍ଳା ଗୁଡ଼ିକରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ବାକି ଅନ୍ୟ ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି। ୨୩ ତାରିଖ ଯାଏଁ ୩୦ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଦିଆଯାଇଛି। ସେପଟେ ମୌସୁମୀ ସାରା ରାଜ୍ୟ ଛୁଇଁବା ପାଇଁ ଆଉରି ୩ ଦିନ ଲାଗିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରାଜ୍ୟରେ ମଝିରେ ମଝିରେ ପ୍ରାକ୍ ମୌସୁମୀ ବର୍ଷା ଦେଖିବାକୁ ମିଳିବ।
ଆକାଶ ମେଘୁଆ । ଖରା ନଥିଲା । କିନ୍ତୁ,ସାଂଘାତିକ ଗୁଳୁଗୁଳି । ଛଟପଟ କରିଦେଲା ଜନଜୀବନକୁ । ଅପରାହ୍ନରେ ଆସିଲା ବର୍ଷା । କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବର୍ଷିଲା । ଟିକିଏ ଆଶ୍ୱସ୍ତି ମିଳିଲା । ଆଜି ଉତ୍ତର ଓଡ଼ିଶାର ଅନେକ ସ୍ଥାନ ଏବଂ ଦକ୍ଷିଣ ଉପକୂଳର କିଛି ଜାଗାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏହାବାଦ୍ ଉତ୍ତର, ପଶ୍ଚିମ ଏବଂ ଉପକୂଳର କିଛି ଘଡ଼ଘଡ଼ି ସହ ବର୍ଷା, ପବନ ନେଇ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୨ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପଢନ୍ତୁ ଏହି ଖବର: ରାଜ୍ୟରେ ସକ୍ରିୟ ନାହିଁ ମୌସୁମୀ, ଏବେ ସୁଦ୍ଧା ୪୬ ପ୍ରତିଶତ ନିଅଣ୍ଟିଆ ବର୍ଷା,୨୫ ବେଳକୁ ବଢ଼ିପାରେ ବର୍ଷାର ପରିମାଣ
ବର୍ତ୍ତମାନ ନିୟମିତ ବର୍ଷା ସମ୍ଭାବନା ରହିଛି । ଆସନ୍ତା କାଲି ଠାରୁ ରାଜ୍ୟରେ ବର୍ଷା ସାମାନ୍ୟ ବଢ଼ିବ । ୨୫ ବେଳକୁ ସାମାନ୍ୟ କମିବ । କିନ୍ତୁ, ୨୭ ବେଳକୁ ପୁଣି ବର୍ଷା ପରିମାଣ ବୃଦ୍ଧି ପାଇବ । ଏବେ ଆଉ ଗରମ ବଢ଼ିବନି। କିନ୍ତୁ, ଗୁଳୁଗୁଳି ରହିବ । ହେଲେ ଗୁଳୁଗୁଳି ରହିଲେ ବର୍ଷା ଯୋଗୁ ବାତାବରଣ ପୁଣି ଥଣ୍ଡା ବଢ଼ିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ଚନ୍ଦ୍ର ସାହୁ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚଳିତ ଜୁନ୍ ମାସ ଆରମ୍ଭରୁ ଏଯାଏ ଦେଶରେ ଯେତିକି ବର୍ଷା ହେବା କଥା, ତା’ଠାରୁ ୪୦% ନିଅଣ୍ଟିଆ ରହିଛି । ଓଡ଼ିଶାରେ ବର୍ଷା ପରିମାଣ ଏବେ ବି ସ୍ୱାଭାବିକ ତୁଳନାରେ ୪୮% କମ୍ ରହିଛି । ଆଜି ପ୍ରାୟତଃ ପାଗ ମେଘୁଆ ଥିଲା । ଭୁବନେଶ୍ୱର, ଚାନ୍ଦବାଲି, ପାରାଦୀପ, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ରାଉରକେଲା, ହୀରାକୁଦ, ବାଲେଶ୍ୱରରେ ଆକାଶ ସବୁଠାରୁ ଅଧିକ ମେଘାଚ୍ଛନ୍ନ ଥିଲା।
Related Topics
Explore more stories