Videos
|
Odisha

Heavy Rain Alert / ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ; ଆଲର୍ଟରେ ଏହିସବୁ ଜିଲ୍ଲା

Bikash Mohanty
Browse all articles by Bikash Mohanty
·1 hour ago·2 min read
ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ; ଆଲର୍ଟରେ ଏହିସବୁ ଜିଲ୍ଲା
Heavy Rain Fall

Key Points

ଦୁଇ ଦିନ ପ୍ରବଳ ବର୍ଷିବ
ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ
୨୪ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେଇପାରେ
୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ
ଭୁବନେଶ୍ବର,୦୮/୦୮: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିଯୋଗୁଁ ରାଜ୍ୟରେ ୨ ଦିନ ଭୀଷଣ, ଅତି ପ୍ରବଳ ଓ ପ୍ରବଳ ବର୍ଷା ହେବା ସହ ୫ ଦିନ ଯାଏ ବର୍ଷା ଲାଗିରହିବ।। କେନ୍ଦୁଝର ମୟୁରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ଓ ବରଗଡ଼ ଏହି ୬ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି

ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେଓଗଡ,ବୌଦ୍ଧ ସୋନପୁର ବଲାଙ୍ଗୀର ଓ ନୂଆପଡା ଏହି ୧୧ ଜିଲ୍ଲାରେ ପ୍ରବଳ ବର୍ଷ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି। ଅବଶିଷ୍ଟ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ  ବିଭାଗ।

ରାଜ୍ୟରେ ୧୧ ତାରିଖ ଯାଏ ବର୍ଷା ସମ୍ଭାବନା ସହ ଚେତାବନୀ ମଧ୍ୟ ରହିଛି। ସେପଟେ ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳରେ ୪୦ ରୁ ୫୦ ସର୍ବାଧିକ ୬୦ କିମି ପବନ ବହିବାର ସମ୍ଭାବନାକୁ ନେଇ ସମୁଦ୍ର ଅଶାନ୍ତ ରହିବ ଏଥିପାଇଁ  ସମୁଦ୍ରକୁ ମତ୍ସ୍ୟଜୀବିଙ୍କୁ ଯିବାକୁ ବାରଣ ଜରାଯାଇଛି।

ପଢନ୍ତୁ ଏହି ଖବର:  ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା,ଆଲର୍ଟ ଜାରି

ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଙ୍ଗଲାଦେଶ ଉପରେ ଏକ ଘୁର୍ଣ୍ଣିବଳୟ ରହିଛି। ଏହା ସମୁଦ୍ରପତନ ଠାରୁ ୭.୬ କିମି ପର୍ଯ୍ୟନ୍ତ ବିସ୍ତାରିତ ହୋଇ ଦକ୍ଷିଣ ଆଡକୁ ଢଳି ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଅଂଚଳରେ କ୍ଷେତ୍ର ଲଘୁଚାପ ସୃଷ୍ଟି ହେବ। ଏହାସହ ଝାରଖଣ୍ଡ ଓ ତାର ପାଶ୍ୱବର୍ତୀ ଅଂଚଳରେ ସମୁଦ୍ର ପତନ ଠାରୁ ୧.୫ କିମି ଉପରେ ଏକ ଉପର ବାୟୁ ଘୁର୍ଣ୍ଣିବଳୟ ଜାରି ରହିଛି। ପ୍ରଭାବରେ ରାଜ୍ୟରେ ୨ ଦିନ ଭୀଷଣ, ଅତି ପ୍ରବଳ ଓ ପ୍ରବଳ ବର୍ଷା ସହ ୫ ଦିନ ଯାଏ ବର୍ଷା ଲାଗିରହିବ।

ଅନ୍ୟଅଟେ ରାଜ୍ୟରେ ୮୦୦ ମିମି ଅତିକ୍ରମ କଲା ମୌସୁମୀ ବର୍ଷା।ଚଳିତ ବର୍ଷ ୧ଜୁନ ରୁ ୭ ଅଗଷ୍ଟ ରାଜ୍ୟରେ ଏଯାବତ ୮୧୪ମିମି ବର୍ଷା ରେକର୍ଡ କରାଯାଇଛି ଯାହାକି ସ୍ୱାଭାବିକ ବର୍ଷା ୬୪୩ ମିମି ତୁଳନାରେ ୨୬% ପ୍ରତିଶତ ଅଧିକ ରହିଛି ।
 ଉତ୍ତର ଓଡ଼ିଶାରେ ବନ୍ୟା ଦୁର୍ଦ୍ଦଶା ଥମିନି । ଏବେ ବି କେତେକ ଅଞ୍ଚଳ ଜଳବନ୍ଦୀ । ଏପଟେ ସାଳନ୍ଦୀ ଉଛୁଳି ମାଡ଼ି ଆସିଲାଣି । ଜଳକା ବି ବିପଦ ସଙ୍କେତ ଉପରେ ବହୁଛି । ବୈତରଣୀ ଜଳସ୍ତର ବିପଦ ସଙ୍କେତ ମୁହାଁ ହେଉଥିବାବେଳେ ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖା ଧିମେଇ ଧିମେଇ ଫୁଲୁଛି
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: