Heavy Rainfall / ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା,ଆଲର୍ଟ ଜାରି
·1 month ago·2 min read

Key Points
ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା
ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ବର,୦୭/୦୮: ଆଗାମୀ ୪୮ ଘଣ୍ଟା ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅରେଞ୍ଜ ଆଲର୍ଟ ଜାରି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା ବୋଲି ପୁର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଜୁଲାଇ ଶେଷ ସପ୍ତାହର ଲଗାଣ ବର୍ଷା ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି କଲା । ୨୨ ଜିଲ୍ଲା ଲଗାଣ ବର୍ଷା ଓ ବନ୍ୟା ଦାଉରେ ହନ୍ତସନ୍ତ ହେଲା । ଏଭଳି ସ୍ଥିତିରେ ରାଜ୍ୟରେ ପୁଣି ବର୍ଷା ବଢ଼ିବା ଆରମ୍ଭ କରିଦେଲାଣି । ଗତ ୨୪ ଘଣ୍ଟାରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହୋଇଛି । ବୁଧବାର ବିଳମ୍ବିତ ରାତିରୁ ପାହାନ୍ତିଆ ପର୍ଯ୍ୟନ୍ତ ପ୍ରବଳ ବର୍ଷାରେ ଭୁବନେଶ୍ୱର ଉବୁଟୁବୁ ହୋଇଛି।
ଏପଟେ ପାଣିପାଗ ବିଭାଗ ପୂର୍ବାନୁମାନ ସୂଚନା ଅନୁସାରେ ଆଗପଛ ହୋଇ ଏକାଧିକ ଘୂର୍ଣ୍ଣିବଳୟ ସୃଷ୍ଟି ହେଲାଣି ।
ଏବେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଘୂର୍ଣ୍ଣିବଳୟ ଅଛି । ସେହିପରି ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାଖ ବାଂଲାଦେଶ ଉପରେ ବି ରହିଛି ଏକ ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । କଟକ ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ,ଢେଙ୍କାନାଳ, କେନ୍ଦୁଝର, ଗଜପତି, ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ । ଏହାବାଦ ଅନେକ ଜାଗାରେ ଘଡ଼ଘଡ଼ି ସହ ପବନ, ବର୍ଷା ଆଶଙ୍କା ରହିଛି।
ପଢନ୍ତୁ ଏହି ଖବର: ଆହୁରି ୭ ଦିନ ଯାଏଁ ବର୍ଷା! ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆସନ୍ତା କାଲି ଠାରୁ ପ୍ରତିଦିନ ଅନେକ ସ୍ଥାନରେ ବର୍ଷା ସହ ଉତ୍ତର ଓଡ଼ିଶାର କେତେକ ଜାଗାରେ ପ୍ରବଳ ବର୍ଷା ରହିବ ୧୨ ତାରିଖ ପର୍ଯ୍ୟନ୍ତ । ତା’ପରେ ବି ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଆଗାମୀ ଦୁଇ ସପ୍ତାହ ପାଇଁ ପାଣିପାଗ ବିଭାଗ ଦେଖାଇଥିବା ସମ୍ଭାବ୍ୟ ଚିତ୍ର ଦର୍ଶାଉଛି, ରାଜ୍ୟରେ ବର୍ଷା ଲାଗି ରହିବ । ୧୨ ତାରିଖ ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସହ ୧୨ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ୧୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ରୂପ ନେବା ସମ୍ଭାବନା ଅଛି । ତେଣୁ ୧୪ରୁ ୨୦ ତାରିଖ ମଧ୍ୟରେ ଅନେକ ଦିନ ଓଡ଼ିଶାରେ ବର୍ଷା ରହିବ । କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ।
ଓଡ଼ିଶାରେ ପ୍ରାୟ ୧୬/୧୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ବଙ୍ଗୋପସାଗରରେ ୭-୮ ତାରିଖବେଳକୁ ଏକ ଘୂଣ୍ଣି ର୍ବଳୟ ସୃଷ୍ଟି ହୋଇ ୯ ତାରିଖବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇପାରେ । ଏହା ଆଗକୁ ୧୧-୧୨ ତାରିଖବେଳକୁ ଅବପାତ ରୂପ ନେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଏହାର ପ୍ରଭାବରେ ୮ରୁ ୧୧ ଯାଏଁ ଦକ୍ଷିଣ ଓ ଉପକୂଳରେ ଅଧିକ ବର୍ଷା ହେବ । ୧୨ରୁ ଉତ୍ତର, ପଶ୍ଚିମ ଏବଂ ଉପକୂଳରେ ବର୍ଷା ଅଧିକ ରହିପାରେ । ଲଗାଣ ବର୍ଷା ପ୍ରଭାବରେ ପ୍ରଥମେ ଦକ୍ଷିଣ ପରେ ଉତ୍ତରରେ ନଦୀଗୁଡ଼ିକର ଜଳସ୍ତର ବଢ଼ିପାରେ । ସାରା ଓଡ଼ିଶାରେ ବର୍ଷା ବଢ଼ୁଥିବାରୁ ବନ୍ୟା ଆଶଙ୍କା ଦେଖା ଦେଇପାରେ ବୋଲି ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

Related Topics
Explore more stories