Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବଙ୍ଗୋପସାଗରରେ ଲଘୁଚାପ; ଆଜି ଓ କାଲି ପୁରୀରେ କେମିତି ରହିବ ପାଗ ?

Odisha

Puri Rath Yatra Weather / ବଙ୍ଗୋପସାଗରରେ ଲଘୁଚାପ; ଆଜି ଓ କାଲି ପୁରୀରେ କେମିତି ରହିବ ପାଗ ?

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବଙ୍ଗୋପସାଗରରେ ଲଘୁଚାପ; ଆଜି ଓ କାଲି ପୁରୀରେ କେମିତି ରହିବ ପାଗ ?
How Will Puri Weather Be During Rath Yatra?

Key Points

ଆସନ୍ତାକାଲି ଗୁରୁବାର ଶ୍ରୀକ୍ଷେତ୍ରରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଥିବା ବେଳେ ବର୍ଷା ଲାଗି ରହିଛି । ଆଜି ଝିପିଝିପି ବର୍ଷା ଭିତରେ ତିନିରଥକୁ ବିଜେ ହୋଇଛି ଆଜ୍ଞାମାଳ ।
ଭୁବନେଶ୍ଵର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଯାହା ଏବେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପରେ ସକ୍ରିୟ ରହିଛି । ଏଥିସହ ଆଉ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନର ୭.୬ କିମି ଉପରେ ଦକ୍ଷିଣପଶ୍ଚିମ ଦିଗକୁ ଢଳି ରହିଛି । ଲଘୁଚାପ କ୍ଷେତ୍ରଟି ଉତ୍ତରପଶ୍ଚିମଗକୁ ଗତି କରି ଆଗାମୀ ୨ ଦିନରେ ଆହୁରି ଘନୀଭୂତ ହୋଇପାରେ ।

ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା । ଆସନ୍ତାକାଲି ଗୁରୁବାର ଶ୍ରୀକ୍ଷେତ୍ରରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଥିବା ବେଳେ ବର୍ଷା ଲାଗି ରହିଛି । ଆଜି ଝିପିଝିପି ବର୍ଷା ଭିତରେ ତିନିରଥକୁ ବିଜେ ହୋଇଛି ଆଜ୍ଞାମାଳ । ଗୋପାଳ ବଲ୍ଲଭ, ସକାଳ ଧୂପ ନୀତି ସରିବା ପରେ ରଥରେ ଆଜ୍ଞାମାଳ ବିଜେ ହୋଇଛି ।

ଏଥିସହ ପଢ଼ନ୍ତୁ: ଆସନ୍ତାକାଲି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା... ରଥଖଳାରୁ ସିଂହଦ୍ବାର ନିକଟକୁ ଆସିଲେ ତିନ ରଥ 

ତିନି ବାଡ଼ର ପୂଜାପଣ୍ଡା ସାମନ୍ତ ରଥ ଆଜ୍ଞାମାଳ ବିଜେ କରିଛନ୍ତି । ପରମ୍ପରା ଅନୁଯାୟୀ ଆଜ୍ଞାମାଳ ବିଜେ ପରେ ତିନିରଥକୁ ଟଣା ଯାଉଛି । ତିନିରଥକୁ ଚାଳି ନିକଟରୁ ସିଂହଦ୍ୱାର ଚକଡ଼ାକୁ ଅଣାଯାଉଛି । ଉତ୍ତର ମୁଖା ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପ୍ରସ୍ତୁତ ହେବ ରଥ ।

କେମିତି ରହିବ ପୁରୀରେ ପାଗ ?

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୁଲେଟିନ୍ ଅନୁସାରେ, ରାଜ୍ୟରେ ୧୮ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ସେହିଭଳି ପୁରୀ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ୨ ଦିନ ପ୍ରବଳ ବର୍ଷା ହେବ । ଆଜି ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ରେଡ୍ ଆଲର୍ଟ ଦେଇଛି । ଆସନ୍ତାକାଲି ରଥଯାତ୍ରା ଥିବାବେଳେ ପୁରୀକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ ।

ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ରହିଛି । ସେହିଭଳି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାକୁ ରହିଛି ଅରେଞ୍ଜ ଆଲର୍ଟ ।

ରଥଯାତ୍ରାରେ ବର୍ଷା

ସେହିଭଳି ଆସନ୍ତାକାଲି ଗୁରୁବାର ରଥଯାତ୍ରାରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିବ । ଗୁରୁବାର ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

ପ୍ରବଳ ବର୍ଷା ନେଇ ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବରଗଡ଼, ଢେଙ୍କାନାଳ, ସୋନପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧ ଓ ନୟାଗଡ଼କୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏଥିସହ ପଢ଼ନ୍ତୁ: ସୃଷ୍ଟି ହେଲା ଲଘୁଚାପ; ପ୍ରବଳ ବର୍ଷା ପାଇଁ ଏହି ଜିଲ୍ଲାରେ ସ୍କୁଲ୍ ଛୁଟି 

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହିବ । ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ତେଣୁ ୧୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ଓଡ଼ିଶା ଉପକୂଳ ସମୁଦ୍ରକୁ ଯିବା ଲାଗି ବାରଣ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored