Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha News / ବିଡିଓଙ୍କ ବଦଳି ଦାବିରେ ଜନପ୍ରତିନିଧିଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା

Ritu Das
Browse all articles by Ritu Das
·5 months ago·2 min read
ବିଡିଓଙ୍କ ବଦଳି ଦାବିରେ ଜନପ୍ରତିନିଧିଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା
Odisha

Key Points

ବୋଲଗଡ ବିଡ଼ିଓ ବିବାଦକୁ ନେଇ ବଢିଲା ଜନ ଅସନ୍ତୋଷ
ଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବାକୁ ଜନପ୍ରତିନିଧି ମାନେ ଚେତାବନୀ ଦେଇଛନ୍ତି

ବେଗୁନିଆ : ବୋଲଗଡ ବିଡ଼ିଓ ବିବାଦକୁ ନେଇ ବଢିଲା ଜନ ଅସନ୍ତୋଷ । ବିଡିଓ ସୁମନ ସୁଦ୍ଧା କୁଣ୍ଡୁ ଗତ ସାଧାରଣତନ୍ତ୍ର ଦିବସ ରେ ଅନୁପସ୍ଥିତ ରହିବାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ବିଡିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ବରୁ ବୋଲଗଡ ଜନସାଧାରଣ ଓ ନିର୍ବାଚିତ ଜନପ୍ରତିନିଧି ଦାବି କରିଥିଲେ । ଏହାକୁ ନେଇ ବିଶାଳ ଶୋଭାଯାତ୍ରା ସହିତ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବାକୁ ଜନପ୍ରତିନିଧି ମାନେ ଚେତାବନୀ ଦେଇଛନ୍ତି । ବିଡିଓ ବଦଳି ନହେଲେ ବ୍ଲକ ଅଫିସ କାମ ଅଚଳ କରାଯିବାର ଚେତାବନୀ ଦେଇଛନ୍ତି ବିଧାୟକ । ବିଡିଓ ବ୍ଲକର କୌଣସି ଜନ ପ୍ରତିନିଧି ମାନଙ୍କୁ ସମ୍ମାନ ଦେଉ ନାହାନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସେମାନଙ୍କୁ ଅଣଦେଖା କରୁଛନ୍ତି । ବ୍ଲକରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟରେ ସେ ବାଧକ ସୃଷ୍ଟି କରୁଛନ୍ତି ।

ବିଡିଓ ବଦଳି ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ନିର୍ବାଚିତ ପ୍ରତିନିଧି । ସେପଟେ ନିଜେ ବିଡ଼ିଓ ସୁମନ ସୁଦ୍ଧା କୁଣ୍ଡୁ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ତାଙ୍କର କୌଣସି ଭୁଲ ନାହିଁ । ସାଧାରଣତନ୍ତ୍ର ଦିବସ ଦିନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିଲା । ବୋଲି ପ୍ରତିକ୍ରିୟା ରଖିଛନ୍ତି । ମାତ୍ର ଉକ୍ତ ଦିନ ବିଡିଓ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିବା ଜନପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି । ସେପଟେ ଜନପ୍ରତିନିଧି ମାନେ ଧାରଣାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସି ରହିବେ ବୋଲି କହିଛନ୍ତି ।

ଘଟଣାକୁ ନେଇ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ କହିଛନ୍ତି ଗତ ଗଣତନ୍ତ୍ର ଦିବସକୁ ଅବମାନନା କରି ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଲେ ନାହିଁ । ଯାହାକୁ ନେଇ ସ୍ଥାନୀୟ ଜନସାଧାରଣ ବିକ୍ଷୋଭ ପଦର୍ଶନ କରିଥିଲେ ଏବଂ ଜନପ୍ରତିନିଧି ମାନେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଜଣାଇ ଥିଲେ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପ୍ରତିବାଦରେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ କହିଛନ୍ତି ଆମ ବ୍ଲକରେ ଥିବା ବିଡିଓ ଜନପ୍ରତିନିଧି ମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ ଏବଂ ସର୍ଭିସ କଣ୍ଡକ୍ଟ ରୁଲକୁ ମାନନ୍ତି ନାହିଁ । ସେହିପରି ବ୍ଲକ ଷ୍ଟାଣ୍ଡିଙ୍ଗ କମିଟି ବୈଠକ କରନ୍ତି ନାହିଁ । ଏହାକୁ ନେଇ ଏହି ଆନ୍ଦୋଳନ କରାଯାଉଛି । ସେହିପରି ବିଜେପିର ପୂର୍ବତନ ମଣ୍ଡଳ ସଭାପତି ଅଜିତ ପଟ୍ଟନାୟକ କହିଛନ୍ତି ଲୋକଙ୍କ ଏତେ ଅସନ୍ତୋଷ ସତ୍ତ୍ବେ ତାଙ୍କୁ ବଦଳି କରାଯାଉ ନାହିଁ । ଏ ମାଟିର ସମ୍ମାନ ପାଇଁ ଆମେ ଲଢେଇ ଜାରି ରଖିଛୁ । ଆଜି ସର୍ବଦଳୀୟ ଭାବେ ଆମେ ସମସ୍ତେ ବିଡିଓଙ୍କ ବଦଳି ପାଇଁ ଦାବି କରୁଛୁ କାରଣ ଓଡ଼ିଆ ଅସ୍ମିତାକୁ ଦଳି ମକଚି ନଷ୍ଟ କରିଛନ୍ତି ବିଡିଓ।

ଏଥିସହ ପଢ଼ନ୍ତୁ: ମଥାରେ ସିନ୍ଦୂର ପିନ୍ଧି ଓଡ଼ିଆ ଘର ବୋହୂ ପାଲଟି ଗଲେ ଫରୀନ ବାନୋ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Public Representatives Stage Indefinite Protest Demanding BDO Transfer | Argus News