ସାବଧାନ ! ରାତିରେ ଫୁଟ୍ ପାଟ୍ରୋଲିଂ କରୁଛି କମିସନରେଟ ପୋଲିସ

ଭୁବନେଶ୍ୱର: ବସ୍ତିରେ ଫୁଟ ପାଟ୍ରୋଲିଂ କଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ବିଭିନ୍ନ ଦିଗକୁ ନେଇ ବସ୍ତିର ଲୋକ ମାନଙ୍କ ସହ କଲେ ଆଲୋଚନା । କ୍ୟାପିଟାଲ ଥାନା ଅଞ୍ଚଳରେ ଥିବା ଫାଳିକିଆ ବସ୍ତି ଓ କେଦାର ପଲି ବସ୍ତି ବୁଲିଲେ ଭୁବନେଶ୍ୱର ଡିସିପି, ଏସିପି ଓ ଆଇଆଇସି । ୨ ପ୍ଲାଟୁନ ପୋଲିସ ଫୋର୍ସ ହୋଇଥିଲେ ମୁତୟନ । ସହରରେ ବିଭିନ୍ନ ଅପରାଧ ଘଟାଇ ବସ୍ତି ରେ ଲୁଚି ଯାଉଛନ୍ତି ଅପରାଧୀ । ତାକୁ ଆଖି ଆଗରେ ରଖି ରାଜଧାନୀରେ ଥିବା ସମସ୍ତ ବସ୍ତିରେ ଫୁଟ ପାଟ୍ରୋଲି କରିବ କମିସନରେଟ ପୋଲିସ ।
ସେପଟେ ଦିନକୁ ଦନି ରାଜଧାନୀରେ ଅପରାଧ ବଢି ଚାଲିଛି । କେତେବେଳେ ଚେନ୍ ଚୋରି ତ କେତେବେଳେ ଆପାର୍ଟମେଣ୍ଟରେ ପସି ଚୋରି କରୁଛନ୍ତି ଦୂର୍ବୃତ୍ତ । ଏମିତି କି ଏବେ ରାଜଧାନୀରେ ରହିବାକୁ ଲୋକେ ଆଉ ସୁରକ୍ଷିତ ମନେ କରୁନାହାନ୍ତି । ସକାଳୁ ମର୍ଣ୍ଣିଂ ୱାକ୍ ହେଉ କି ଏକାକୀ ବଜାର ଯିବା ବେଳେ ଚୋରିକୁ ନେଇ ଲୋକଙ୍କ ମନରେ ଭୟ ରହୁଛି । କମିସନରେଟ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସବୁବେଳେ ପ୍ରଶ୍ନ ଉଠୁଥିବାବେଳେ ଏବେ ଆକ୍ସନ ମୋଡରେ ପୋଲିସ । ଅନେକ ଅପରାଧୀ ବଡ ବଡ କାଣ୍ଡ ଭିଆଇ ବସ୍ତିରେ ଲୁଚୁଥିବାର ଖବର ମିଳୁଛି । ଫଳରେ କମିସନରେଟ ପୋଲିସ ଏବେ ବସ୍ତିରେ ପାଟ୍ରୋଲିଂ କରୁଥିବା ସୂଚନା ରହିଛି ।
ଆହୁରି ପଢନ୍ତୁ ଅପରାଧ ଖବର...