ସାଇବର ଅପରାଧର ନୂଆ ତରିକା, ଆଖି ପିଛୁଳାକେ ଗାଏବ ହେଉଛି ଟଙ୍କା

ଭୁବନେଶ୍ୱର: ସାଇବର ଅପରାଧର ନୂଆ ତରିକା । ଆଖି ପିଛୁଳାକେ ଗାଏବ ହେଉଛି ଟଙ୍କା I ଏଟିଏମକୁ ଯାଉଥିବା ବେଳେ ହୋଇଯାନ୍ତୁ ସାବଧାନ I ନହେଲେ ଆପଣ ହୋଇପାରନ୍ତି ଲୁଟର ଶିକାର I ଚିନ୍ମୟ କୁମାର ଷଢଙ୍ଗୀ ନାମକ ଜଣେ ବ୍ୟକ୍ତି ଏଟିଏମ୍ ଲୁଟର ଶିକାର ହୋଇଛନ୍ତି । ସେ ଏଟିଏମରୁ ଟଙ୍କା ଆଣିବାକୁ ଯାଇଥିବା ବେଳେ ଏଟିଏମ ମେସିନରେ କାର୍ଡ ଲାଖି ହୋଇ ରହିଯାଇଥିଲା I ପାଖରେ ଛିଡା ହୋଇଥିବା ଜଣେ ଅଜଣା ଵ୍ୟକ୍ତି ଏନେଇ ତାଙ୍କୁ ଗାଇଡ଼ କରିବା ଆରମ୍ଭ କରିଦେଇଥିଲେ I ଏଟିଏମ ଭିତରେ ପୂର୍ବରୁ ଲାଗିଥିବା ଏକ ଫେକ ହେଲ୍ପ ଲାଇନ ନମ୍ବରରେ କଲ କରିବା ପାଇଁ କହିଥିଲା I ଚିନ୍ମୟ ହେଲ୍ପ ଲାଇନକୁ କଲ କରିବା ପରେ ଠକମାନେ କାର୍ଡର ଡାଟା ମାଗିବା ସହ ପିନ କୋଡ଼ ମଧ୍ୟ ଏଣ୍ଟ୍ରି କରିବାକୁ କହିଥିଲେ I
ଏହାପରେ ଘରକୁ ଆସି ଦେଖିଲା ବେଳକୁ ମୋବାଇଲକୁ ଗୋଟିଏ ପରେ ଗୋଟିଏ ମେସେଜ ଆସିଥିଲା I ହଠାତ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିଲା I ବିହାରୀ ଗ୍ୟାଙ୍ଗ ଏବେ ଓଡ଼ିଶା ମୁହାଁ ହୋଇଥିବା ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା । ଏହି ଗ୍ୟାଙ୍ଗ ପ୍ରଥମେ ଏଟିଏମରେ ରିମୋଟ କଣ୍ଟ୍ରୋଲ ଡିଭାଇସ ଲଗାଉଥିଲେ । ଏହି ଡିଭାଇସ ଲାଗିବା ମାତ୍ରେ ଏଟିଏମରେ କାର୍ଡ ଭର୍ତି କରିବା ପରେ ସେଠାରେ କାର୍ଡଟି ଲାଖିଯାଉଥିଲା । ଖୁବ ସହଜରେ ଟଙ୍କା ଲୁଟି ନେଉଥିଲେ ଲୁଟେରା ଗ୍ୟାଙ୍ଗ I ଲୁଟ୍ ଘଟଣାରେ ଅଭିଯୁକ୍ତ ଅସଦ ଅଲ୍ଲୀକୁକୁ ଗିରଫ କରାଯାଇଛି I 40 ହଜାର ଟଙ୍କା ସହ ଏଟିଏମ କାର୍ଡ ଜବତ କରିଛି ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
