Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଫାର୍ମହାଉସ ଭିତରେ ଭାଲୁ, ଭୟଭୀତ ଲୋକେ 

Manini Pattanayak
Browse all articles by Manini Pattanayak
·1 year ago·1 min read
 ଫାର୍ମହାଉସ ଭିତରେ ଭାଲୁ, ଭୟଭୀତ ଲୋକେ 

କୋରାପୁଟ:  ବୋରିଗୁମ୍ମା ବ୍ଲକର ଆଉଁଳି ଗ୍ରାମ ନିକଟରେ ଆତଙ୍କ ଖେଳାଉଛି ଭାଲୁ। ଏକ ବେସରକାରୀ ଫାର୍ମହାଉସ ଭିତରେ ରହି ଯାଇଛି ଭାଲୁ। ଦୁଇ ଦିନ ଧରି ଭାଲୁକୁ କାବୁ କରିବା ପାଇଁ ବନ ବିଭାଗ  ଯାଇଥିଲେ ବି ନକେଦାମ ହୋଇଛି ବନବିଭାଗ। ବନ ବିଭାଗ ର ବୋଲେର ଗାଡ଼ି ଏବଂ ବାଇକ କୁ ଆକ୍ରମଣ କରିଛି ଜଂଗଲୀ ଭାଲୁ। ଗାଡ଼ିର ଆଗପଟ ଟାୟାର ଓ ବମ୍ଫର୍ କୁ କାମୁଡି ଭାଙ୍ଗି ଦେଇଛି। ସେଠାରେ କାମ କରୁଥିବା 100ରୁ ଅଧିକା କର୍ମଚାରୀ ଭୟରେ ଘରର ଛାତ ଉପରକୁ ଚଢିଯାଇଛନ୍ତି।

ଏ ପର୍ଯ୍ୟନ୍ତ ଭାଲୁର ଉତ୍ପାତ ଜାରି ରହିଛି। ବନ ବିଭାଗ କର୍ମଚାରୀ ଭାଲୁକୁ କାବୁ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଟ୍ରଙ୍କୁଲାଇଜ ଟିମ ଆସିଲେ ଭାଲୁକୁ କାବୁ କରାଯିବ ନେଇ ସୂଚନା ଦେଇଛି ବନ ବିଭାଗ। ସେପଟେ ଭାଲୁ କୁ ଶୀଘ୍ର ଆୟତ କରିବାକୁ ଦାବି କରିଛନ୍ତି ଫାର୍ମର କର୍ମଚାରୀ। 
 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bear in the farmhouse, scared people | Argus News