Videos
|
Odisha

ଗଛ ଉପରେ ଭାଲୁ, ତଳେ ହୋହାଲ୍ଲା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗଛ ଉପରେ ଭାଲୁ, ତଳେ ହୋହାଲ୍ଲା

ଅର୍ଗସ ବ୍ୟୁରୋ: ଗଛ ଉପରେ ଭାଲୁ । ତଳେ ହୋହାଲ୍ଲା। ଭାଲୁକୁ ଦେଖିବାପ ପାଇଁ ପ୍ରବଳ ଭିଡ ଜମିଛି। ସକାଳୁ ସକାଳୁ ଚାଲିଛି ଭାଲୁ ନାଟକ। ଭାଲୁକୁ ଦେଖିବା ପାଇଁ ଗଛ ତଳେ ପ୍ରବଳ ଲୋକ। ବିଚରା ଭାଲୁ ଡାଳ ଉପରେ ବସି ରହିଛି। ଲୋକଙ୍କୁ ଦେଖି ଆଉ ତଳକୁ ଓହ୍ଲାଉନାହିଁ ଭାଲୁ। କବର ପାଇ ବନବିଭାଗର କର୍ମଚାରୀମାନେ ପହଞ୍ଚି ଭାଲୁକୁ ଘଉଡେଇବାକୁ ଯୋଜନା କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଝରୀଗାଁ ବ୍ଲକ ଫୁଫୁଗାଁ ପଂଚାୟତ ଅନ୍ତର୍ଗତ ନାଙ୍ଗାଗୁଡା ଗ୍ରାମରେ। ଏହି ଗାଁ ନିକଟ ଏକ ହରିଡ଼ା ଗଛରେ ଏକ ବିଶାଳକାୟ ଭାଲୁ କୁ ଦେଖି  ଗ୍ରାମବାସୀ ଆତଙ୍କିତ ରହିଥିବା ଜଣାପଡିଛି ।

ଗ୍ରାମବାସୀ ଭାଲୁକୁ ଉଦ୍ଧାର କରିବା ପାଇଁ ଝରୀଗାଁ ବନବିଭାଗକୁ ଖବର ଦେବା ପରେ ଝରୀଗାଁ ବନବିଭାଗର ଏକ ଟିମ ଘଟଣା ସ୍ଥଳରେ ପହଂଚି ଭାଲୁକୁ ଜଗି ରହିଥିବା ସହିତ ଭାଲୁ ରହିଥିବା ଅଂଚଳକୁ ନଯିବା ପାଇଁ ଗ୍ରାମବାସୀଙ୍କୁ ସତର୍କ କରିଛନ୍ତି |ସୁରକ୍ଷିତ ଭାବେ ଭାଲୁକୁ ଉଦ୍ଧାର କରି ଜଙ୍ଗଲକୁ ଛାଡି ଦିଆଯିବ ବୋଲି ବନବିଭାଗ ତରଫରୁ ସୂଚନା ଦେଇଛନ୍ତି। ଭାଲୁଟି ଗାଁରେ ପଶି ବିଭିନ୍ନ ଜିନିଷ ନଷ୍ଟଭ୍ରଷ୍ଟ କରିଛି। ସେପଟେ  ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bear on tree in nabarangpur | Argus News