Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଭାଲୁ ଛାଲ ଜବତ, ଦୁଇ ଜଣ ଗିରଫ 

Manini Pattanayak
Browse all articles by Manini Pattanayak
·2 years ago·1 min read
 ଭାଲୁ ଛାଲ ଜବତ, ଦୁଇ ଜଣ ଗିରଫ 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ଭାଲୁ ଛାଲ ଘରେ ରଖିଥିବା ଖବର ପାଇ  ଧରିବାରେ ସଫଳ ହୋଇଛି ବନ ବିଭାଗ ର ଟିମ୍ । ସୂଚନାନୁସାରେ ରାଇଘର ବ୍ଲକ ଅନ୍ତର୍ଗତ ଚିଙ୍ଗୁଡି ଭଟା ଗ୍ରାମ ଖରକା ସେକ୍ସନ ର ଶୁକ ଦେବ ଗଣ୍ଡ ଓ ରଇନୁ ଗଣ୍ଡ ନାମକ ଦୁଇଜଣ ବ୍ୟକ୍ତି ନିଜ ଘରେ ରଖିଥିଲେ ଏକ ଭାଲୁ ଛାଲ।

ବନ ବିଭାଗର ୬ ଜଣିଆ ଟିମ ସୁକଦେଵ ଓ ରଇନୁ କୁ ଦେବସ୍ମିତା ସାହୁ(ରେଞ୍ଜର) ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଚିଙ୍ଗୁଡ଼ି ଭଟ୍ଟା ଗ୍ରାମର ସୁକଦେଵ ଙ୍କ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଭାଲୁ ଛାଲ ସହିତ ସୁକଦେଵ ଗଣ୍ଡ ଓ ରାଇନୁ ଗଣ୍ଡଙ୍କୁ ମଧ୍ୟ ଗିରଫ କରିଛି ବନ ବିଭାଗ। ଧାରା ୧୯୭୨ ଅନୁସାରେ ବେଆଇନ ଭାବେ ଭାଲୁ ଛାଲ ଓ ପଞ୍ଝା ଘରେ ରଖିଥିବା ଯୋଗୁଁ ଅଭିଯୁକ୍ତ ସୁକଦେଵ ଗଣ୍ଡ ଓ ରାଇନୁ ଗଣ୍ଡ ଙ୍କୁ ପଚରା ଉଚରା ପରେ କୋର୍ଟ ଚାଲାଣ କରାଯାଇଛି। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bear skin seized, two arrested : The team of the forest department has managed to catch the bear skin in the house | Argus News