|
logo
Live

Argus News - ଗାଁ'ରେ ଭାଲୁ ଆତଙ୍କ, ଘରେ ପଶୁଛି ଭାଲୁ

Odisha

ଗାଁ'ରେ ଭାଲୁ ଆତଙ୍କ, ଘରେ ପଶୁଛି ଭାଲୁ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଗାଁ'ରେ ଭାଲୁ ଆତଙ୍କ, ଘରେ ପଶୁଛି ଭାଲୁ

ନବରଙ୍ଗପୁର  : ନବରଙ୍ଗପୁର ବ୍ଲକ ଭତରାସିଉନି ଗାଁରେ ଏବେ ଭାଲୁ ଆତଙ୍କ ଦେଖାଦେଇଛି l ସପ୍ତାହ ହେବ ଭାଲୁ ଗାଁ ଭିତରେ ଆସିବା ସହ ଘରେ ଘରେ ପଶୁଛି l ଯାହାକୁ ନେଇଁ ଗ୍ରାମବାସୀ ଭୟଭୀତ ଥିବା ଦେଖିବାକୁ ମିଳିଛି l ଗତ 4 ଦିନ ପୂର୍ବେ ଗ୍ରାମର ମନ ମାଝିଙ୍କ ଗୋଟିଏ ମେଣ୍ଢାକୁ ଭାଲୁ ମାରିଦେଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି l ପ୍ରତିଦିନ ପ୍ରାୟ 4ଟି ଭାଲୁ ରାତିରେ ଗାଁ ଭିତରେ ପ୍ରବେଶ କରୁଥିବା ବେଳେ ସକାଳ ଯାଏଁ ରହୁଛନ୍ତି l ଆଜି ସକାଳ 5 ଟା ବେଳେ ଗ୍ରାମର ବାବୁଲି ମିଶ୍ରଙ୍କ ରୋଷେଇ ଘରେ ଗୋଟିଏ ଭାଲୁ ପଶି ବସ୍ତାରୁ ଗୁଡ଼ ଖାଇଛି l ଯାହାର ଭିଡିଓ ଉତ୍ତୋଳନ କରିଥିଲେ ପରିବାର ଲୋକେ l ତେବେ,  ଘରେ ଭାଲୁ ପଶିଥିବା ଜାଣିପାରି ପରିବାର ଲୋକେ ବାହାରକୁ ବାହାରିନଥିବା ବେଳେ ଯଦି ଅଜାଣତରେ କିଏ ଭାଲୁ ନିକଟରେ ଚାଲିଆସେ ତାହେଲେ ନିଶ୍ଚିତ ମୃତ୍ୟୁମୁଖରେ ପଡିପାରେ ବୋଲି ଘର ମାଲିକ ବାବୁଲି ମିଶ୍ର କ୍ଷୋଭ ର ସହ କହିଛନ୍ତି l

 ଅଧିକ ପଢନ୍ତୁ : ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଅନ୍ୟପଟେ ଭାଲୁର ଅବସ୍ଥିତିକୁ ନେଇ ଗ୍ରାମବାସୀ ବାରମ୍ବାର ନବରଙ୍ଗପୁର ବନବିଭାଗକୁ ଜଣାଉଥିଲେ ମଧ୍ୟ ବନବିଭାଗ ଉଚିତ ପଦକ୍ଷେପ ନନେଇ କେବଳ ଗାଁକୁ ଯାଇ ଗ୍ରାମବାସୀଙ୍କୁ ସର୍ତ୍ତକ ରହିବାକୁ ସଚେତନତା କରି ଚାଲିଯାଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି l ଯାହାକୁ ନେଇଁ ଭବିଷ୍ୟତ ଭାଲୁ କିମ୍ବା ମଣିଷର ଜୀବନହାନୀ ହୋଇପାରେ ବୋଲି ଗ୍ରାମବାସୀ କହିଛନ୍ତି l ଆଉ ଏଥିପାଇଁ କେବଳ ବନ ବିଭାଗ ହିଁ ଦାୟୀ ରହିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି l ଫଳରେ ବନବିଭାଗ ତୁରନ୍ତ ଭାଲୁକୁ ଉଦ୍ଧାର କରି ଜଙ୍ଗଲରେ ଛାଡିବାକୁ ଗ୍ରାମବାସୀ ଦାବି କରିଛନ୍ତି l ସେହିଭଳି ନବରଙ୍ଗପୁର ସହର ର ମଧ୍ୟ ଭାଗରେ ଥିବା ମିଶନ କମ୍ପାଉଣ୍ଡ ରେ ମଧ୍ୟ ଭାଲୁ ବୁଲୁଥିବାର ଭିଡିଓ ସାମ୍ନା କୁ ଆସିଛି l ଯାହାକୁ ନେଇଁ ଲୋକେ ଭୟଭୀତ ରହିଛନ୍ତି l ଦିନକୁ ଦିନ ଜଙ୍ଗଲ କ୍ଷୟ, ଜଙ୍ଗଲରେ ନିଆଁ ଓ ଖାଦ୍ୟ ସଂଗ୍ରହ ପାଇଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଗାଁ'ରେ ଭାଲୁ ଆତଙ୍କ, ଘରେ ପଶୁଛି ଭାଲୁ | Argus News