Videos
|
Odisha

ଦାଦନ ଦଲାଲ ସନ୍ଦେହରେ ଶ୍ରମିକଙ୍କୁ ନିସ୍ତୁକ ମାଡ

Manini Pattanayak
Browse all articles by Manini Pattanayak
·2 years ago·1 min read
ଦାଦନ ଦଲାଲ ସନ୍ଦେହରେ ଶ୍ରମିକଙ୍କୁ ନିସ୍ତୁକ ମାଡ

ବଲାଙ୍ଗିର: ଟିଟିଲାଗଡ଼ ଷ୍ଟେସନରେ ଶ୍ରମିକଙ୍କୁ ନିସ୍ତୁକ ମାଡ଼। ଦାଦନ ଦଲାଲ ସନ୍ଦେହରେ ଜଣେ ଶ୍ରମିକଙ୍କୁ କିଛି ଅସାମାଜିକ ଯୁବକ ବଟି ମାଗୁଥିଲେ । ସେ ନଦେବାରୁ ତାଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି l ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନ୍‌ରେ ଘଟିଥିବା ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ଅଭିଯୋଗ ଅନୁସାରେ,  କଣ୍ଟାବାଞ୍ଜି ଅଞ୍ଚଳର କହ୍ନେୟା ସିନ୍ଦୂର ଟିଟିଲାଗଡ଼ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ତେଲେଙ୍ଗାନା ରାଜ୍ୟକୁ ଯିବା ପାଇଁ ଅଟକି ଥିଲେ ।

ଏହି ସମୟରେ ଟିଟିଲାଗଡ଼ ସହରର ଆଠଜଣ ଯୁବକ ତାଙ୍କୁ ଜୋର ଜବରଦସ୍ତ ଏକ ପଡ଼ିଆକୁ ନେଇ ଯାଇଥିଲେ। ସେଠାରେ ନିସ୍ତୁକ ମାଡ଼ ମାରିବା ସହ ସିଗାରେଟ ଚେଙ୍କ ଦେଇଥିଲେ। ଶ୍ରମିକ ଚାଲାଣ କରୁଥିବା ସନ୍ଦେହରେ ଉକ୍ତ ଯୁବକମାନେ ୩୦ ହଜାର ଟଙ୍କା ବଟି ମାଗିବା ସହ ମାଡ଼ ମାରିଥିବା ଟିଟିଲାଗଡ଼ ଜିଆର୍‌ପି ଥାନାରେ କହ୍ନେୟା ଅଭିଯୋଗ କରିଛନ୍ତି। ଏଥିରେ ତାଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଲୁହାଛଡ଼ରେ ମାଡ଼ ହୋଇଥିବା ଜଣାପଡ଼ିଛି। ଏନେଇ ଟିଟିଲାଗଡ଼ ଜିଆରପି ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଗୁରୁତର ଶ୍ରମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: