Videos
|
Odisha

ଦେହ ବ୍ୟବସାୟ ସନ୍ଦେହରେ ଦୁଇ ଜଣ ମହିଳା ସମେତ ଦୁଇ ଜଣ ଯୁବକକୁ ମାଡ଼

Banajyotshna Ray
Browse all articles by Banajyotshna Ray
·2 years ago
ଦେହ ବ୍ୟବସାୟ ସନ୍ଦେହରେ ଦୁଇ ଜଣ ମହିଳା ସମେତ ଦୁଇ ଜଣ ଯୁବକକୁ ମାଡ଼

ଅର୍ଗସ ବ୍ୟୁରୋ:  ଦେହ ବ୍ୟବସାୟ ସନ୍ଦେହରେ ଦୁଇ ଜଣ ମହିଳା ସମେତ ଦୁଇ ଜଣ ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ମାଡ଼। ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଲକ୍ଷ୍ମୀପାଟଣା ଗାଁରେ ଏକ କୁଡିଆ ଘରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗର ଜଣେ ଯୁବକ ଆସି କିଛି ମହିଳାଙ୍କୁ ରଖି ଦେହ ବ୍ୟବସାୟ କରୁଥିବା ଅନୁମାନ କରି ବାରମ୍ବାର ବିରୋଧ କରୁଥିଲେ ଗ୍ରାମବାସୀ ।

ଶେଷରେ ଗାଁର ମହିଳା ଓ ପୁରୁଷ ଏକାଠି ହୋଇ ଘରର କବାଟ ଭାଙ୍ଗି 4ଜଣ ମହିଳା ଓ ପୁରୁଷଙ୍କୁ ଘରୁ ଟାଣିନେଇଥିଲେ । ଗଛରେ ବାନ୍ଧିବା ସହ ନିର୍ଧୁମ ମାଡ଼ ଦେଇଥିଲେ । ଭୋଗରାଇ ପୋଲିସ ଗ୍ରାମବାସୀଙ୍କ କବଳରୁ 4ଜଣଙ୍କୁ ଉଦ୍ଧାର କରିଛି । କିନ୍ତୁ ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଗାଡ଼ିକୁ ଅଟକ ରଖିଛନ୍ତି ଗ୍ରାମବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Beat up two youths, including two women, on suspicion of prostitution | Argus News