Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Beauty Mohanty Case / IIC ବିୟୁଟି ମହାନ୍ତିଙ୍କ ମୋବାଇଲ୍ ଫୋନ୍‌ ଡାଟାର ପୋଲିସ କରୁଛି ଆନାଲିସିସ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
IIC ବିୟୁଟି ମହାନ୍ତିଙ୍କ ମୋବାଇଲ୍ ଫୋନ୍‌ ଡାଟାର ପୋଲିସ କରୁଛି ଆନାଲିସିସ୍
Digital Evidence in Beauty Mohanty Death Case

Key Points

ବିୟୁଟି ମହାନ୍ତିଙ୍କ ମୃତ୍ୟୁକୁ ୧୩ ଦିନ ବିତିଥିବା ବେଳେ ଖୋଳତାଡ଼ ଜାରି ରଖିଛି ପୋଲିସ । ଯାଞ୍ଚ ବେଳେ ପୋଲିସ ହାତରେ ଲାଗିଛି ଡିଜିଟାଲ୍ ପ୍ରମାଣ ।
କଟକ: ଚାଉଳିଆଗଞ୍ଜ ଆଇଆଇସି ବିୟୁଟି ମହାନ୍ତି କାହିଁକି ହାରିଲେ ଜୀବନ ? ଜୁଲାଇ ୪ରେ କାହିଁକି ସେ ଥାନା କ୍ଵାର୍ଟରରେ ଆତ୍ମହତ୍ୟା କଲେ ? ବିୟୁଟିଙ୍କ ମୃତ୍ୟୁକୁ ୧୩ ଦିନ ବିତିଥିବା ବେଳେ ଖୋଳତାଡ଼ ଜାରି ରଖିଛି ପୋଲିସ । ଯାଞ୍ଚ ବେଳେ ପୋଲିସ ହାତରେ ଲାଗିଛି ଡିଜିଟାଲ୍ ପ୍ରମାଣ । ସେନଇ ପ୍ରତିକ୍ରିୟା ଦେଇଛନ୍ତି କଟକ ଡିସିପି ଖିଲାରୀ ଋଷିକେଶ ଜ୍ଞାନଦେଓ ।

କଟକ ଡିସିପି ଖିଲାରୀ ଋଷିକେଶ ଜ୍ଞାନଦେଓ କହିଛନ୍ତି, "ମହିଳା ଅଧିକାରୀଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଗଠିତ ହୋଇଛି ୩ଟି ସ୍ୱତନ୍ତ୍ର ଟିମ୍ । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସଂଗ୍ରହ କରିଛି ପ୍ରଥମ ପୋଲିସ ଟିମ୍ । ଦ୍ଵିତୀୟ ଟିମ୍ ମୃତ୍ୟୁ ପୂର୍ବର ଶେଷ ଯୋଗାଯୋଗକୁ ନେଇ ତଦନ୍ତ କରୁଛି ।

ଏଥିସହ ପଢ଼ନ୍ତୁ: ପୂର୍ବତନ ପ୍ରେମିକଙ୍କ ବ୍ଳାକମେଲ୍‌ ପାଇଁ ନର୍ସ ହାରିଦେଲେ ଜୀବନ, ଥାନାରେ ୨ ଅଟକ 

କଲ୍ ରେକର୍ଡକୁ ନେଇ ପଚରାଉଚରା

ଜୁଲାଇ ୪ରେ ବିୟୁଟିଙ୍କ ମୃତ୍ୟୁ ପୂର୍ବରୁ ସେ କାହା ସହ କଥା ହୋଇଥିଲେ । କାହା ସହ ଚାଟ କିମ୍ବା ମେସେଜ୍ କରିଥିଲେ । ଏବେ ସେମାନଙ୍କୁ ପୋଲିସର ଦ୍ଵିତୀୟ ଟିମ୍ ପଚରାଉଚରା କରୁଛି । ସାଇଣ୍ଟିଫିକ୍ ଏବଂ ଡିଜିଟାଲ୍ ପ୍ରମାଣ ଉପରେ କାମ କରୁଛି ପୋଲିସର ତୃତୀୟ ସ୍ୱତନ୍ତ୍ର ଟିମ୍ ।

SFSLରୁ ପୋଲିସକୁ ମିଳିଛି ଆଂଶିକ ଡିଜିଟାଲ୍ ରିପୋର୍ଟ । ବିୟୁଟି ମହାନ୍ତିଙ୍କ ମୋବାଇଲ୍ ଫୋନ୍‌ରୁ ମିଳିଥିବା ଡାଟାର ଚାଲିଛି ଆନାଲିସିସ୍ । ଅଲଗା ଅଲଗା ଫର୍ମାଟ୍‌ରେ ରିପୋର୍ଟ ଆସୁଥିବାରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଜଣେ ଅତିରିକ୍ତ ଡିସିପି ରାଙ୍କ ଅଧିକାରୀ ତଦନ୍ତର ତଦାରଖ କରୁଥିବା କହିଛନ୍ତି ଡିସିପି ।

କଟକ ଡିସିପି ମଧ୍ୟ ନିଜେ ମାମଲାର ପ୍ରଗତି ଉପରେ ନଜର ରଖିଛନ୍ତି । ତଦନ୍ତରେ ସହାୟତା ପାଇଁ ପରିବାର ଲୋକଙ୍କ ସହ କ୍ରମାଗତ ଯୋଗାଯୋଗରେ ଅଛି ପୋଲିସ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କେବଳ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଏବେ ସୁଦ୍ଧା ୟୁଡି କେସ୍ ବା ଅସ୍ୱାଭାବିକ ମୃତ୍ୟୁ ମାମଲା କରି ପୋଲିସ କାରଣ ଖୋଜୁଛି ।

ଏଥିସହ ପଢ଼ନ୍ତୁ: IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ: DGPଙ୍କ ଉତ୍ତର ବଢ଼ାଇଲା ସସପେନ୍ସ; କହିଲେ, ତଦନ୍ତ ପରେ ଜଣାପଡ଼ିବ ପ୍ରକୃତ ସତ 

କଟକ ଡିସିପି ଖିଲାରୀ ଋଷିକେଶ ଜ୍ଞାନଦେଓ କହିଛନ୍ତି, "ମାମଲା ରୁଜୁ ପାଇଁ କାହାରି ଲିଖିତ ଅଭିଯୋଗ ଆସିବା ନିହାତି ଜରୁରୀ ନୁହେଁ । ତଦନ୍ତ ସମୟରେ କିଛି ସନ୍ଦେହଜନକ ତଥ୍ୟ ମିଳିଲେ ତୁରନ୍ତ ନିୟମିତ ମାମଲା ହେବ ।" ଘଟଣା ଦିନର ଡିଜିଟାଲ ଓ ଥାନା ଭିତରେ ଯୋଗାଯୋଗରେ ଥିବା ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରିଛି ପୋଲିସ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored