Beauty Mohanty Case / IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ: DGPଙ୍କ ଉତ୍ତର ବଢ଼ାଇଲା ସସପେନ୍ସ; କହିଲେ, ତଦନ୍ତ ପରେ ଜଣାପଡ଼ିବ ପ୍ରକୃତ ସତ
·2 months ago·2 min read

Key Points
IIC ବିୟୁଟି ମହାନ୍ତି ଆତ୍ମହତ୍ୟା ପଛରେ ପୋଲିସ !
ଡିଜିଙ୍କ ଉତ୍ତର ବଢ଼ାଇଲା ସସପେନ୍ସ
କହିଲେ ଚାଲିଛି ତଦନ୍ତ, ରିପୋର୍ଟ ଆସିବା ପରେ ଜଣାପଡ଼ିବ ପ୍ରକୃତ କାରଣ

ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହି ସମ୍ବେଦନଶୀଳ ମାମଲାରେ ପୋଲିସ ମହାନିର୍ଦ୍ଦେଶକଙ୍କ ଉତ୍ତର ଆସିବା ପରେ ରହସ୍ୟ କମିବା ବଦଳରେ ସସପେନ୍ସ ଆହୁରି ବଢ଼ିବାରେ ଲାଗିଛି । ଡିଜି କହିଛନ୍ତି, ପୂରା ଘଟଣାର ତଦନ୍ତ ଚାଲିଛି ଏବଂ ତଦନ୍ତ ଶେଷ ହେବା ପରେ ହିଁ ପ୍ରକୃତ ସତ ପଦାକୁ ଆସିବ । ତେବେ ପ୍ରଶ୍ନ ଉଠୁଛି ସତ ସାମ୍ନାକୁ ଆସିବ ନା ଚାପିଦେବେ ?
କଟକ ଚାଉଳିଆଞ୍ଜ ଆଇଆଇସି ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟାକୁ ନେଇ ଦିନକୁ ଦିନ ବଢୁଛି ସସପେନ୍ସ । କିଏ ଦେଉଥିଲା ଆଇଆଇସି ବିୟୁଟି ମହାନ୍ତିଙ୍କୁ ମାନସିକ ନିର୍ଯାତନା ? ଜଣେ ପୋଲିସ ଅଫିସରଙ୍କ ଆତ୍ମହତ୍ୟା ପାଇଁ ଦାୟୀ କିଏ ? ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ୍ DG । ସେ କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି, ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ଏବଂ ସେହି ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ୍ ଡିଜି । ମାମଲାରେ ଜଣେ ଏଏସଆଇଙ୍କ ସମ୍ପୃକ୍ତିକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଡିଜିପି କହିଛନ୍ତି, "ତଦନ୍ତ ଚାଲିଛି, ରିପୋର୍ଟ ଆସିବା ପରେ ସବୁକିଛି ଜଣାପଡ଼ିବ ।"
ସେପଟେ ହ୍ବାଟ୍ସଆପ୍ ଚାଟ୍ ଖୋଲିବ ବିୟୁଟି ମହାନ୍ତିଙ୍କ ମୃତ୍ୟୁର ଗୁମର । ଡିସିପି କହିଛନ୍ତି ବିୟୁଟିଙ୍କ ମୋବାଇଲ ଯାଞ୍ଚ ସହ ସୋସିଆଲ୍ ମିଡିଆ ଚାଟ୍ ଯାଞ୍ଚ ହେଉଛି । ମୋବାଇଲକୁ ଜବତ କରାଯାଇ ଫରେନ୍ସିକ ଲ୍ୟାବକୁ ପଠାଯାଇଛି । ବିୟୁଟିଙ୍କ ସ୍ୱାମୀ ଓ ୨ ଭଉଣୀଙ୍କ ବୟାନ ରେକର୍ଡ କରାଯାଇଛି । ରିପୋର୍ଟ ଆସିବା ପରେ ପ୍ରକୃତ ସତ ଜଣାପଡିବ ।
ଅନ୍ୟପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଓଡ଼ିଶା ପୋଲିସ ଅଫିସର୍ସ ମହାସଂଘ । ଏମିତି କି ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ପରିବାର ବି ନ୍ୟାୟ ଦାବି କରିଛି । ତେବେ ପ୍ରଶ୍ନ ଉଠୁଛି ସତ ସାମ୍ନାକୁ ଆସିବ ନା ଚାପିଦେବେ ? ତା'ଉପରେ ରହିଛି ସମସ୍ତଙ୍କ ନଜର ।

ଅଧିକ ପଢ଼ନ୍ତୁ: ଆସିଲା ଚାଉଳିଆଗଞ୍ଜ ଥାନା ମହିଳା IICଙ୍କ ପୋଷ୍ଟମର୍ଟମ ରିପୋର୍ଟ, ହତ୍ୟା ନା ଆତ୍ମହତ୍ୟା ?
ସେପଟେ ହ୍ବାଟ୍ସଆପ୍ ଚାଟ୍ ଖୋଲିବ ବିୟୁଟି ମହାନ୍ତିଙ୍କ ମୃତ୍ୟୁର ଗୁମର । ଡିସିପି କହିଛନ୍ତି ବିୟୁଟିଙ୍କ ମୋବାଇଲ ଯାଞ୍ଚ ସହ ସୋସିଆଲ୍ ମିଡିଆ ଚାଟ୍ ଯାଞ୍ଚ ହେଉଛି । ମୋବାଇଲକୁ ଜବତ କରାଯାଇ ଫରେନ୍ସିକ ଲ୍ୟାବକୁ ପଠାଯାଇଛି । ବିୟୁଟିଙ୍କ ସ୍ୱାମୀ ଓ ୨ ଭଉଣୀଙ୍କ ବୟାନ ରେକର୍ଡ କରାଯାଇଛି । ରିପୋର୍ଟ ଆସିବା ପରେ ପ୍ରକୃତ ସତ ଜଣାପଡିବ ।
ଅନ୍ୟପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଓଡ଼ିଶା ପୋଲିସ ଅଫିସର୍ସ ମହାସଂଘ । ଏମିତି କି ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ପରିବାର ବି ନ୍ୟାୟ ଦାବି କରିଛି । ତେବେ ପ୍ରଶ୍ନ ଉଠୁଛି ସତ ସାମ୍ନାକୁ ଆସିବ ନା ଚାପିଦେବେ ? ତା'ଉପରେ ରହିଛି ସମସ୍ତଙ୍କ ନଜର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଚାଉଳିଆଗଞ୍ଜ ଥାନା ମହିଳା ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ମାମଲାରେ ପୋଲିସ ହସ୍ତଗତ ହେଲା ମୃତ ମହିଳା ଅଧିକାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । କଟକ ଏସସିବି ମେଡିକାଲର ଏଫଏମଟି ବିଭାଗ ପକ୍ଷରୁ ମଙ୍ଗଳାବାଗ ଥାନାକୁ ଦିଆଗଲା ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଶ୍ୱାସରୁଦ୍ଧ ଯୋଗୁଁ ବିୟୁଟି ମହାନ୍ତିଙ୍କ ଜୀବନ ଯାଇଛି । ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରେ ସେଭଳି କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିବା ସୂଚନା ମିଳିଛି । ମୃତ୍ୟୁର ପ୍ରକୃତ କାରଣ ଓ ପୂର୍ଣ୍ଣାଙ୍ଗ ତଥ୍ୟ ପାଇଁ ଏବେ ବିସ୍ରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏସସିବି ମେଡିକାଲର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଏହି ପୋଷ୍ଟମର୍ଟମ କରିଥିଲେ ।
Related Topics
Explore more stories