Videos
|
Odisha

ଶ୍ରୀମନ୍ଦିର ଚାରି ଦ୍ବାର ଖୋଲୁ ନ ଥିବାରୁ ସବୁଠି ଅସନ୍ତୋଷ

Ritu Das
Browse all articles by Ritu Das
·2 years ago·1 min read
ଶ୍ରୀମନ୍ଦିର ଚାରି ଦ୍ବାର ଖୋଲୁ ନ ଥିବାରୁ ସବୁଠି ଅସନ୍ତୋଷ

ଅର୍ଗସ ବ୍ୟୁରୋ: ଶ୍ରୀ ମନ୍ଦିର ଚାରି ଦ୍ବାର ଖୋଲିବା ପ୍ରସଙ୍ଗ ରେ ବିଭିନ୍ନ ରାଜନୈତିକ ଦଳଠୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନରୁ ପ୍ରଶାସନ ଯାଏ ରାଜ୍ୟ ସରକାରଙ୍କୁ ନିବେଦନ କରିବା ସତ୍ତ୍ୱେ ମଧ୍ୟ ଖୋଲୁନାହିଁ ଦ୍ବାର। କାର୍ତ୍ତିକ ମାସରେ ଲୋକମାନେ ୮ଘଣ୍ଟାରୁ ଅଧିକ ସମୟ ଧରି ଲମ୍ବା ଲାଇନରେ ରହି ଦର୍ଶନ କରୁଛନ୍ତି। କିଛି ଲୋକ ମଧ୍ୟ ଅଚେତ ହୋଇ ମେଡିକାଲକୁ ସ୍ଥାନାନ୍ତରିତ ହେଉଛନ୍ତି। 

ଗତକାଲି ଛତିଶଗଡ଼ର ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଭକ୍ତ ମାନଙ୍କ ନିମନ୍ତେ ଚାରି ଦ୍ବାର ନ ଖୋଲିବା ନେଇ ଦୁଃଖ ପ୍ରକାଶ କରିଛନ୍ତି ।ଏଭଳି ସ୍ଥଳେ ଆଜି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ,କିଛି ଆନୁସଙ୍ଗିକ କାର୍ଯ୍ୟ ରହି ଯାଇଥିବାରୁ  ଚାରି ଦ୍ବାର ଖୋଲିପାରୁନାହିଁ। କାର୍ତ୍ତିକ ମାସରେ ଯଦି ଚାରି ଦ୍ବାର ଖୋଲିଥାନ୍ତା, ତାହାଲେ ଭକ୍ତ ମାନେ ଏଭଳି ଭିଡ଼ର ସମ୍ମୁଖୀନ ହୋଇ ନ ଥାନ୍ତେ। ମନ୍ଦିର ପ୍ରଶାସନ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ମନ୍ଦିର ନ ଆସିବା କହିବା ଠିକ ନୁହେଁ ବୋଲି କହିଲେ ସାଂସଦ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Because the four doors | Argus News