Videos
|
Odisha

ମହୁମାଛି ଆକ୍ରମଣ: ୨ ଗୁରୁତର

Ritu Das
Browse all articles by Ritu Das
·1 year ago
ମହୁମାଛି ଆକ୍ରମଣ: ୨ ଗୁରୁତର

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡ଼ବିଲ୍ଲା ସାହି ନିକଟରେ ମହୁମାଛି ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମାନେ ହେଲେ କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗାଁର ଦିଲ୍ଲୀପ ନାୟକ ଏବଂ ବଡ଼ବିଲ୍ଲା ସାହିର ଗୁଲାରୀ ପାତ୍ର। 

ଦିଲ୍ଲୀପ ବାଉଁଶ ତିଆରି କୁଲା ବିକ୍ରି କରିବା ପାଇଁ କାମାକ୍ଷାନଗର ସାପ୍ତାହିକ ହାଟକୁ ଯାଉଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ସେହିପରି ଗୁଲାରୀ ଶୌଚ ହେବା ପାଇଁ ରାମିଆଳ ନଦୀକୁ ଯାଉଥିବା ବେଳେ ମହୁମାଛି ଦଂଶନର ଶିକାର ହୋଇଥିଲେ। ଗୁରୁତର ଭାବେ ଉଭୟଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bee attack | Argus News