ଗୋମାଂସ ବୋଝେଇ କଣ୍ଟେନର ଜବତ
·2 years ago

ଅର୍ଗସ ବ୍ୟୁରୋ: ଗୋମାଂସ ବୋଝେଇ କଣ୍ଟେନର ଜବତ। କଣ୍ଟେନର ଗାଡିରେ ଗୋମାଂସ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବେଳେ ବିଳମ୍ବିତ ରାତିରେ ୧୬ନମ୍ବର ଜାତୀୟ ରାଜପଥ ଗୋଳବାଇ ଛକ ନିକଟରୁ ଜବତ ହୋଇଛି।
ଖୋର୍ଦ୍ଧା ପଟୁ ବାଲୁଗାଁ ପଟକୁ କଣ୍ଟେନରଟି ଯାଉଥିବା ବେଳେ ହିନ୍ଦୁ ସଂଗଠନର ସଦସ୍ୟ ମାନେ ଗାଡିଟିକୁ ପିଛା କରି ଥିଲେ କଣ୍ଟେନର ଡ୍ରାଇଭର ଗାଡିଟିକୁ ରାସ୍ତା କଡରେ ଛାଡି ଫେରାର ହୋଇଯାଇଥିଲା। ପରେ ହିନ୍ଦୁ ସଂଗଠନର ସଦସ୍ୟ ମାନେ ଘଟଣାସ୍ଥଳରେ ଗାଡିଟିକୁ ଅଟକ ରଖି ପୋଲିସକୁ ସୂଚନା ଦେବାରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: