|
logo
Live

Argus News - ଗୋ ମାଂସ ଜବତ: ବାଇକ ସହ ଜଣେ ଅଟକ

Odisha

ଗୋ ମାଂସ ଜବତ: ବାଇକ ସହ ଜଣେ ଅଟକ

Ritu Das
Browse all articles by Ritu Das
·2 years ago·1 min read
ଗୋ ମାଂସ ଜବତ: ବାଇକ ସହ ଜଣେ ଅଟକ

ଅର୍ଗସ ବ୍ୟୁରୋ: ବାଇକରୁ ଗୋ ମାଂସ ଜବତ ହେବା ସହ ପୋଲିସ ଜଣଙ୍କୁ ଅଟକ ରଖିଛି।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୁଳିଅଣା ଥାନା ପଳାସବନି ଗ୍ରାମରେ। ହିନ୍ଦୁଙ୍କ ଧର୍ମ ନଷ୍ଟ ପଛରେ ରହିଛି କାହାର ବଡ ଷଡଯନ୍ତ୍ର ଏନେଇ ଚାରିଆଡେ ଚର୍ଚ୍ଚା। ପଶ୍ଚିମବଙ୍ଗ ଭାୟା ବାଲେଶ୍ୱର ଦେଇ ମୟୁରଭଞ୍ଜରେ ଗାଁକୁ ଗାଁ ବୁଲି ବିକ୍ରି ହେଉଛି ଗୋ ମାଂସ। ରୋହିଙ୍ଗିଆ ବାଂଲାଦେଶୀଙ୍କ ନଜରରେ ଏବେ ମୟୂରଭଞ୍ଜର ଆଦିବାସୀ ଜନଜାତି। ତେବେ ପୋଲିସ ପ୍ରଶାସନ ଏନେଇ ନୀରବଦ୍ରଷ୍ଟା ସାଜିଛି। ମୟୁରଭଞ୍ଜ ଭଳି ଏକ ଆଦିବାସୀ ଅଞ୍ଚଳରେ ଧର୍ମାନ୍ତୀକରଣ, ଗୋ ମାଂସ ଚାଲାଣ, ତଥା ହିନ୍ଦୁ ଧର୍ମକୁ ନଷ୍ଟ କରିବାର ଏକ ବ୍ୟାଧି ଭଳି ବ୍ୟାପି ବାରେ ଲାଗିଛି। ରାଜ୍ୟ ସରକାର ବାଂଲାଦେଶୀ ଶରଣାର୍ଥୀଙ୍କ ଉପରେ ରୋକ ନ ଲଗାଇଲେ ଆଗକୁ ଏହି ଘଟଣା ବଡ ରୂପ ନେଇପାରେ।

ସୂଚନା ମୁତାବକ ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ପଳାଶବନି ଗାଁ ରେ ଜଣେ କ୍ଷୁଦ୍ର ଲଘୁ ସମ୍ପ୍ରଦାୟର ଯୁବକ ଯାହାଙ୍କ ଘର ପଶ୍ଚିମବଙ୍ଗ ବୋଲି ପ୍ରାଥମିକ ସୂଚନା ମିଳିଛି। ଉକ୍ତ ଯୁବକ ଜଣକ ସେହି ଗାଁ ରେ ଜନଜାତି ପରିବାର ଓ କିଛି ସାଧାରଣ ଲୋକଙ୍କୁ ଖାସି ମାଂସ କହି ଗୋ ମାଂସ ଦୀର୍ଘଦିନ ଧରି ବିକ୍ରି କରି ଆସୁଥିଲା। ତେବେ ଏ ବାବଦ ରେ କିଛି ସ୍ଥାନୀୟ ବାସୀନ୍ଦା ଓ  ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ଜାଣିବା ପରେ ଗୋ ମାଂସ ସମେତ ଅଭିଯୁକ୍ତ ଯୁବକଙ୍କୁ ଧରି ପୋଲିସ ଜିମା ଦେଇ ଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ଏଇଭଳି କାଣ୍ଡ ଘଟାଇବା ପଛରେ କାହାର ହାତ ରହିଛି। ତେବେ ଏନେଇ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଜାଣିପାରୁ ନାହାନ୍ତି କେମିତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଗୋ ମାଂସ ଜବତ: ବାଇକ ସହ ଜଣେ ଅଟକ | Argus News