Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bee Attack / ସକାଳୁ ସକାଳୁ ମହୁମାଛି ଆତଙ୍କ; ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ କଲେ ଘାଇଲା, ୧୬ରୁ ଅଧିକ ଆହତ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ସକାଳୁ ସକାଳୁ ମହୁମାଛି ଆତଙ୍କ; ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ କଲେ ଘାଇଲା, ୧୬ରୁ ଅଧିକ ଆହତ
Massive Bee Attack at Redhakhol Temple

Key Points

ରେଢ଼ାଖୋଲ ବ୍ଲକ ଚାରମାଳରୁ ଖୁବେଳ ଯାଇଥିବା ରାସ୍ତାରେ ମହୁମାଛି ଆକ୍ରମଣରେ ୧୬ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ୯ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।
ରେଢ଼ାଖୋଲ (ସମ୍ବଲପୁର): ସବୁଦିନ ଭଳି ବୁଧବାର ସକାଳୁ ମନ୍ଦିରରେ ଲାଗି ରହିଥିଲା ଶ୍ରଦ୍ଧାଳୁଙ୍କ ଗହଳି ଚହଳି । ଜଣଙ୍କ ପରେ ଜଣେ ଭକ୍ତ ବାବା କପିଳେଶ୍ଵରଙ୍କ ନିକଟରେ ଜଳ ଲାଗି କରୁଥାନ୍ତି । ଠିକ୍ ସେହି ସମୟରେ ମନ୍ଦିର ନିକଟରେ ଥିବା ଏକ ଗଛରୁ ମହୁମାଛି ଆସି ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କରିଥିଲେ ।

ଏକାଥରକେ ଶହ ଶହ ମହୁମାଛି ମନ୍ଦିର ଆଡ଼କୁ ମାଡ଼ି ଆସିଥିଲେ । ମନ୍ଦିର ଭିତରେ ଜଣଙ୍କ ପରେ ଜଣେ ଶ୍ରଦ୍ଧାଳୁଙ୍କୁ କାମଡ଼ୁଥିଲେ ମହୁମାଛି । ମନ୍ଦିର ରାସ୍ତାରେ ଯାଉଥିବା ଲୋକେ ବି ମହୁମାଛି ଆକ୍ରମଣରୁ ବାଦ୍ ପଡ଼ି ନଥିଲେ । କିଛି ମିନିଟ୍ ପର୍ଯ୍ୟନ୍ତ ମନ୍ଦିରରେ ଲାଗି ରହିଥିଲା ମହୁମାଛି ଆତଙ୍କ ।

ଏଥିସହ ପଢ଼ନ୍ତୁ: ମହଙ୍ଗା ପଡ଼ିଲା 'ଗୁଳି କରିଦେବି' ମନ୍ତବ୍ୟ; ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା

ରେଢ଼ାଖୋଲ ବ୍ଲକ ଚାରମାଳରୁ ଖୁବେଳ ଯାଇଥିବା ରାସ୍ତାରେ ମହୁମାଛି ଆକ୍ରମଣରେ ୧୬ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ୯ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । କପିଳେଶ୍ଵର ଶିବ ମନ୍ଦିରରେ ମହୁମାଛି ଆକ୍ରମଣକୁ ନେଇ ଏବେ ସମସ୍ତେ ଭୟଭୀତ ଅଛନ୍ତି ।

ତେବେ ଶିବ ମନ୍ଦିର ନିକଟରେ ଥିବା ଗଛର ମହୁଫେଣାକୁ କିଏ ଭାଙ୍ଗିଲା ନା ମହୁମାଛି ମନକୁ ମନ ବାହାରି ଆସିଲେ ? ମହୁମାଛିଙ୍କ ଉଦ୍ଦେଶ୍ୟରେ କେହି ସକାଳୁ ସକାଳୁ ଦେଖାଇଥିଲେ କି ନିଆଁ ହୁଳା ? ନା ମହୁମାଛି ଏତେ ସଂଖ୍ୟାରେ ମନକୁ ମନ ଆସି ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କଲେ ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି ।

କାହିଁକି ଆକ୍ରମଣ କରେ ମହୁମାଛି ?

ମହୁମାଛି ମୁଖ୍ୟତଃ ମଣିଷମାନଙ୍କୁ ଆକ୍ରମଣ କରିଥାଏ । ଏହା ପଛର କାରଣ ସେମାନଙ୍କ ବସାକୁ ରକ୍ଷା କରିବା । ମହୁମାଛି ପ୍ରାୟତଃ ଗଛର ସୁଉଚ୍ଚରେ ବସା ବାନ୍ଧିଥାନ୍ତି । ଆଉ ଯେତେବେଳେ ସେମାନଙ୍କୁ ଲାଗେ ସେମାନଙ୍କ ବସା ପ୍ରତି ବିପଦ ରହିଛି ତ ସେମାନେ ଆକ୍ରମଣ କରିଥାନ୍ତି ।

ଏଥିସହ ପଢ଼ନ୍ତୁ: ସବୁ ହୋଇଯିବେ ମାଲେମାଲ, ବାଲିରୁ ବାହାରୁଛି ସୁନାଠୁ ବି ଦାମୀ ଜିନିଷ !

ଏହାଛଡ଼ା ସେମାନଙ୍କ ନିକଟତର ହେବା ଦ୍ଵାରା ଅସୁରକ୍ଷିତ ମଣିଥାନ୍ତି ମହୁମାଛି । ଅନେକ ସମୟରେ କଠିନ ଗନ୍ଧ ମଧ୍ୟ ମହୁମାଛିଙ୍କୁ ହିଂସ୍ର କରିଥାଏ । ଆଉ ଗୋଟିଏ ମହୁମାଛି ହିଂସ୍ର ହୋଇ ଆକ୍ରମଣ କରିବା ମାତ୍ରେ ଅନ୍ୟ ସାଥୀମାନେ ମଧ୍ୟ ଆକ୍ରମଣ ପାଇଁ ଏକଜୁଟ୍ ହୋଇଥାଆନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bee Attack at Kapileswar Temple: Over 16 Devotees Injured in Redhakhol | Argus News | Argus News