Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -   ଜୀବନ ହାରିବା ପୂର୍ବରୁ ସୁଇସାଇଡ ନୋଟରେ ବାପାଙ୍କୁ Sorry କହିଲା ଝିଆ

Odisha

  ଜୀବନ ହାରିବା ପୂର୍ବରୁ ସୁଇସାଇଡ ନୋଟରେ ବାପାଙ୍କୁ Sorry କହିଲା ଝିଆ

Manini Pattanayak
Browse all articles by Manini Pattanayak
·1 year ago·1 min read
  ଜୀବନ ହାରିବା ପୂର୍ବରୁ ସୁଇସାଇଡ ନୋଟରେ ବାପାଙ୍କୁ Sorry କହିଲା ଝିଆ

 ଭଦ୍ରକ:  ଆତ୍ମହତ୍ୟା ପୂର୍ବରୁ ସୁଇସାଇଡ ନୋଟରେ ବାପାଙ୍କୁ Sorry କହିଲା ଝିଆ। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ପଧାନି ପଞ୍ଚାୟତ ଦଶନ୍ଦିକୂଳ ଗ୍ରାମର ବିଷ୍ଣୁ  ଚରଣ ପୁହାଣଙ୍କ ୧୯ ବର୍ଷୀୟ କଲେଜ ପଢୁଆ ଝିଅ ସୁଭଲଷ୍ମୀ ପୁହଣା । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦତପୁର ଗ୍ରାମର ସିଦ୍ଧାନ୍ତ ଦାସ ନାମକ କଲେଜ ସହପାଠିକୁ  ଭଲ ପାଉଥିଲେ ।  ବାରମ୍ବାର ପ୍ରେମିକ ସିଦ୍ଧାନ୍ତ ନିୟୁଡ୍ ଫଟୋ ଦେଖାଇ ଟଙ୍କା ମାଗିବାରୁ ପ୍ରେମିକା  ନିଜ ପଢାଘରେ ଓଢଣି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ଅନୁଯାୟୀ ଜଣାପଡିଛି।

ପରିବାର ପକ୍ଷରୁ ଧାମନଗର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି  ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇ ତଦନ୍ତ ଆରମ୍ଭ କରିଛି । ସେପଟେ ପରିବାର ଲୋକ ସୁଭଲଷ୍ମୀ ଆତ୍ମହତ୍ୟା ପୁର୍ବରୁ ଲେଖିଥିବା ସୁଇସାଇଡ ନୋଟ ଓ ମୋବାଇଲ ପୋଲିସ ହାତରେ ଲାଗିବା ପରେ ଧାମନଗର ପୋଲିସ ତଦନ୍ତ ଆରମ୍ଭ କରିଛି।  ସୁଭଲଷ୍ମୀ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ବାପାଙ୍କୁ ସୁଇସାଇଡ ନୋଟରେ SORRY ବାପା ବୋଲି ଲେଖିଛନ୍ତି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Before dying, daughter said sorry to her father in a suicide note | Argus News