Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୋଦିଙ୍କ ଗସ୍ତ ପୂର୍ବରୁ ଓଡ଼ିଶାକୁ ଫ୍ଲାଗସିପ ଟ୍ରେନର 3ଟା ଭେଟି

Odisha

ମୋଦିଙ୍କ ଗସ୍ତ ପୂର୍ବରୁ ଓଡ଼ିଶାକୁ ଫ୍ଲାଗସିପ ଟ୍ରେନର 3ଟା ଭେଟି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମୋଦିଙ୍କ ଗସ୍ତ ପୂର୍ବରୁ ଓଡ଼ିଶାକୁ ଫ୍ଲାଗସିପ ଟ୍ରେନର 3ଟା ଭେଟି

Key Points

  • ମୋଦିଙ୍କ ଗସ୍ତ ପୂର୍ବରୁ ଓଡ଼ିଶାକୁ ଫ୍ଲାଗସିପ ଟ୍ରେନର 3ଟା ଭେଟି
  • ୩ ବନ୍ଦେ ଭାରତ ଏକ୍ସପ୍ରେସରର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
  • ପୂର୍ବ ଭାରତ ବିକାଶର ନାରାରେ ସବୁଠୁ ଅଧିକ ବିକାଶ ହୋଇଛି ଓଡିଶାର
  • ମୋଦି ସରକାରଙ୍କ ମିସନ୍ ପୂର୍ବ ଭାରତରେ ଫୋକସ ଓଡ଼ିଶା
  • ୟୁପିଏର 10 ବର୍ଷ ଠାରୁ ମୋଦିଙ୍କ 10 ବର୍ଷରେ ଓଡ଼ିଶା 12 ଗୁଣା ଅଧିକ ରେଳ ଅନୁଦାନ

ଅର୍ଗସ ବ୍ୟୁରୋ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶାଗସ୍ତ ପୂର୍ବରୁ ଓଡିଶାବାସୀଙ୍କୁ ବଡ ଉପହାର। ରାଜ୍ୟବାସୀଙ୍କୁ 3 ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେଇଛନ୍ତି ମୋଦି ସରକାର । ବ୍ରହ୍ମପୁରରୁ ଟାଟାନଗର, ରାଉରକେଲାରୁ-ହାୱଡ଼ା ଓ ରାୟପୁର-ବିଶାଖାପାଟଣା ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଝାଡ଼ଖଣ୍ଡରୁ ଗ୍ରୀନ୍ ସିଗନାଲ୍ ଦେଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟାଟାନଗରରେ ରେଳମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଏହି 3 ଟ୍ରେନ୍ ସହ ମୋଟ 6 ବନ୍ଦେ ଭାରତ ଟ୍ରେନର କରିଛନ୍ତି ଶୁଭ ଉଦଘାଟନ। ଏହି ବନ୍ଦେ ଭାରତ ଏକ୍ସପ୍ରେସ ଆସିବା ଦ୍ବାରା ପୂର୍ବ ଭାରତ ବିକାଶ ନାଁରେ ରେଲଓ୍ବେର ବିକାଶ ହୋଇଛି । ମୋଦି ସରକାରରେ ବେଶ ଗୁରୁତ୍ବ ଦିଆଯାଇଛି ପୂର୍ବ ଭାରତକୁ । ବ୍ରହ୍ମପୁରରେ ଉଦଘାଟନ ସମାରୋହରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହିତ ଥିଲେ ପରିବହନ ମନ୍ତ୍ରୀ ବିଭୁତି ଜେନା, ଏମଏସଏମଇ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ। ଗଞ୍ଜାମର ସମସ୍ତ ବିଧାୟକ ଓ ସାଂସଦ ମଧ୍ୟ ସାମିଲ ହୋଇଥିଲେ। ବନ୍ଦେ ଭାରତ ଟ୍ରେନରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁରରୁ ଭୁବନେଶ୍ବର ପର୍ଯ୍ୟନ୍ତ ଯାତ୍ରା କରିଥିଲେ।

ବନ୍ଦେ ଭାରତ ଏକ୍ସପ୍ରେସକୁ ବିଭିନ୍ନ ଷ୍ଟେସନରେ ବିପୁଳ ସ୍ବାଗତ କରାଯାଇଥିଲା।  ବାଲୁଗାଁରେ ସ୍ବାଗତ କରିଥିଲେ ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ । ଖୋର୍ଦ୍ଧାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଭୁବନେଶ୍ବରରେ ସ୍ବାଗତ କରିଥିଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ସାଂସଦ ଅପରାଜିତା ଷଡଙ୍ଗୀ । କଟକରେ ସାଂସଦ ଭର୍ତ୍ତୃହରି ମହତାବ, ଜଖପୁରାରେ ସମବାୟ ମନ୍ତ୍ରୀ ପ୍ରଦୀପ ଧଳ ସାମନ୍ତ, ଯାଜପୁର ସାଂସଦ ରବିନ୍ଦ୍ର ବେହେରା, ହରିଚନ୍ଦନପୁରରେ ତେଲକୋଇ ବିଧାୟକ ଫକୀର ମୋହନ ନାୟକ ଏବଂ କେନ୍ଦୁଝରରେ ସାଂସଦ ଅନନ୍ତ ନାୟକ ପ୍ରମୁଖ ବନ୍ଦେ ଭାରତ ଏକ୍ସପ୍ରେସକୁ ସ୍ବାଗତ କରିଛନ୍ତି   

ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ରାଉରକେଲାରୁ ବାହାରି ଚକ୍ରଧରପୁର, ଟାଟାନଗର ଖଡ଼ଗପୁର ହୋଇ ହାୱଡାରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି । ଏହି ଯାତ୍ରା ପାଇଁ ସମୟ ଲାଗୁଛି ମାତ୍ର 4ରୁ 5 ଘଣ୍ଟା । ରାୟପୁର-ବିଶାଖାପାଟଣା ଏକ୍ସପ୍ରେସ୍ ବିଶାଖାପଟନମରୁ ବାହାରି ବିଜୟନଗରମ୍-ରାୟଗଡା-କେସିଙ୍ଗା-ଟିଟିଲାଗଡ-କଣ୍ଟାବାଞ୍ଜି-ଖରିଆରରୋଡ-ମହାସମୁନ୍ଦ-ବାଟ ଦେଇ ରାୟପୁରରେ ପହଞ୍ଚିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି । ସେହିଭଳି ବ୍ରହ୍ମପୁରରୁ ଟାଟାନଗର ଏକ୍ସପ୍ରେସ୍ ବ୍ରହ୍ମପୁରରୁ ଟ୍ରେନ୍ ବାହାରି ବାଲୁଗାଁ-ଖୋର୍ଦ୍ଧା ରୋଡ଼ ଭୁବନେଶ୍ବର କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ, ବଂଶପାଲ, ଚାଇବସା ଦେଇ ଟାଟାନଗରରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି । ମାତ୍ର 8ରୁ 9 ଘଣ୍ଟାରେ 586 କିମି ଅତିକ୍ରମ କରୁଛି ବନ୍ଦେ ଭାରତ ଏକ୍ସପ୍ରେସ୍ । ସପ୍ତାହରେ 6 ଦିନ ଏହି ଟ୍ରେନ ଚାଲିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ ୟୁପିଏ ସମୟରେ ରାଜ୍ୟ ଯେତିକି ମାଗୁଥିଲା ତାଠୁ କମ୍ ମିଳୁଥିଲା ଏବେ କିନ୍ତୁ ମାଗିବାଠାରୁ ମିଳୁଛି ଅଧିକ ଅନୁଦାନ।...ୟୁପିଏ ସରକାର ସମୟରେ 10ବର୍ଷରେ ହାରାହାରି ମିଳିଥିଲା 838 କୋଟି ଟଙ୍କା । ମୋଦି ସରକାରରେ କେବଳ 2024-25ରେ ଓଡିଶାକୁ ମିଳିଥିଲା 10586 କୋଟି ଟଙ୍କା । ଏନଡିଏ ସରକାର ସମୟରେ ଏହା 12 ଗୁଣା ଅଧିକ। ସେହିପରି ୟୁପିଏ ସରକାର ଅମଳରେ 2009ରୁ 2014 ମଧ୍ୟରେ ବର୍ଷକୁ ହାରାହାରି 53 କିଲୋମିଟର ନୂଆ ରେଲଓ୍ବେ ଟ୍ରାକ ନିର୍ମାଣ ହେଉଥିଲା । କିନ୍ତୁ ଏନଡିଏ ସରକାର ଅମଳରେ 2014ରୁ 2024 ମଧ୍ୟରେ ବର୍ଷକୁ 183 କିଲୋମିଟର ରେଲଓ୍ବେ ଟ୍ରାକ ନିର୍ମାଣ ହେଉଛି । 

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus Whatsapp Channel Mobile Top
Sponsored
Before Modi's visit, the flagship train to Odisha 3 gift | Argus News