Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନୂଆଖାଇ ପୂର୍ବରୁ ମୋଦି ଦେଲେ ରେଳ ଭେଟି

Odisha

ନୂଆଖାଇ ପୂର୍ବରୁ ମୋଦି ଦେଲେ ରେଳ ଭେଟି

Rashmita Mishra
Browse all articles by Rashmita Mishra
·1 year ago·2 min read
ନୂଆଖାଇ ପୂର୍ବରୁ ମୋଦି ଦେଲେ ରେଳ ଭେଟି

ଅର୍ଗସ ବ୍ୟୁରୋ: ଦୀର୍ଘ ଦିନର ସ୍ବପ୍ନ ପୁରା ହେବ । ଆଉ ନୂଆପଡ଼ା ରୁ ବରଗଡ଼ ଭାୟା ପଦମପୁର ଦେଇ ରେଳ ଗଡିବ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏହି ଘୋଷଣା କରିବା ପରେ ପଶ୍ଚିମ ଓଡିଶାରେ ଉତ୍ସାହ ଦେଖାଦେଇଛି । ନୂଆପଡ଼ାରୁ ବରଗଡ଼ ପାଇଁ 138 କିଲୋମିଟର ରେଳ ସଂଯୋଗ ହେବ । ଏଥିପାଇଁ ଖର୍ଚ୍ଚ ହେବ 2926 କୋଟି ଟଙ୍କା । ଏହା ଦ୍ବାରା ନୂଆପଡ଼ା ଏବଂ ବରଗଡ଼ ମଧ୍ୟରେ ବିକାଶ ହୋଇପାରିବ । ତା ସହିତ ବ୍ୟବସାୟ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ସହାୟକ ହେବ ଏହି ପ୍ରକଳ୍ପ । ପୂର୍ବରୁ ବରଗଡ଼ ଯିବାକୁ ହେଲେ କଣ୍ଟାବାଞ୍ଜି ଟିଟିଲାଗଡ଼ ଦେଇ ଯିବାକୁ ପଡୁଥିଲା । ଏବେ କିନ୍ତୁ ନୂଆପଡ଼ା ରୁ ବରଗଡ଼ ଯିବା ପାଇଁ ବାଟ ଫିଟିଲା । ସେହିପରି ଭୁବନେଶ୍ବର ଗଲେ ମଧ୍ୟ ପ୍ରାୟ 250 କିଲୋମିଟର କମ୍ ପଡ଼ିବ ବୋଲି କହିଛନ୍ତି ନୂଆପଡ଼ାବାସୀ । ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ସମେତ ସୁରେଶ ପୂଜାରୀ ଏବଂ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଏଠାକାର ବାସିନ୍ଦା । ଏହି ରେଳ ପ୍ରକଳ୍ପ ଦ୍ବାରା ଦୁଇ ଜିଲ୍ଲାର ବିକାଶ ହେବ । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ରାସ୍ତା ଫିଟିବା ନେଇ ନୂଆପଡ଼ା ଓ ବରଗଡ଼ ବାସି ଖୁସି ଅଛନ୍ତି । 

ସେହିପରି ସୁନ୍ଦ ରଗଡ଼ ସରଗେଡ଼ା-ଭାଲୁମୁଣ୍ଡା ନୂଆ ଡବଲ୍ ଲାଇନ୍‌କୁ ମଧ୍ୟ ମିଳିଛି କ୍ୟାବିନେଟ ମଞ୍ଜୁରି । ସରଗେଡ଼ାରୁ ଛତିଶଗଡ଼ ରାୟଗଡ଼ 37 କିଲୋମିଟର ଲାଇନ୍ ପାଇଁ 1 ହଜାର 360 କୋଟି ଖର୍ଚ୍ଚକୁ ମଞ୍ଜୁରୀ ମିଳିଥିବା ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହି ନୂଆ ରେଳ ଲାଇନକୁ ନେଇ ସୁନ୍ଦରଗଡ଼ ବାସୀ ବେଶ ଉତ୍ସାହିତ । ଯେଉଁ ସ୍ଥାନରେ ଯୋଗାଯୋଗ ପାଇଁ ବସର ସୁବିଧା ବି ନଥିଲା ସେଠି ପ୍ରଧାନମନ୍ତ୍ରୀ ମୋଦି ଓ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହଯୋଗରେ ଟ୍ରେନ ଚାଲିବ । ଏହା ବ୍ୟବସାୟ ଏବଂ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି । ପଶ୍ଚିମ ଓଡିଶାବାସୀଙ୍କୁ ଏହା ନୂଆଖାଇ ଭେଟି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। 

2024 ମହାଲଢେଇରେ ପଶ୍ଚିମ ଓଡିଶା ଦେଇଥିଲା 5ଲୋକସଭା ଆସନ । ସମ୍ବଲପୁର,ବରଗଡ଼,କଳାହାଣ୍ଡି, ସୁନ୍ଦରଗଡ଼ ଏବଂ ବଲାଙ୍ଗିର । ଯାହାକି କେନ୍ଦ୍ରରେ ବିଜେପି ସରକାରକୁ ଏହା ଏକ ବଡ ସମର୍ଥନ । ଏବେ ପଶ୍ଚିମ ଓଡ଼ିଶାକୁ ମିଳିଛି ନୂଆଁଖାଇ ଭେଟି । ବରଗଡ଼-ନୁଆଁପଡା ରେଳ ପ୍ରକଳ୍ପରେ 138 କିଲୋମିଟର ରେଳ ଲାଇନ ନିର୍ମାଣରେ 47 ଲକ୍ଷ ଲୋକଙ୍କୁ ମିଳିବ ନିଯୁକ୍ତି ସୁଯୋଗ । ସେହିପରି ସୁନ୍ଦରଗଡ଼ ସରଡେଗାରୁ ଛତିଶଗଡ଼ ଭାଲମୁଡା 37 କିଲୋମିଟର ପ୍ରକଳ୍ପ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ବେଶ ଫଳପ୍ରଦ ହେବ ବୋଲି ଆଶା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର...

Sponsored
Before Nuukhai, Modi met the railways | Argus News