Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - 24 ମହାଲଢ଼େଇ ପୂର୍ବରୁ ଅସ୍ତବ୍ୟସ୍ତ ବିଜେଡି

Odisha

24 ମହାଲଢ଼େଇ ପୂର୍ବରୁ ଅସ୍ତବ୍ୟସ୍ତ ବିଜେଡି

Ritu Das
Browse all articles by Ritu Das
·2 years ago·2 min read
24 ମହାଲଢ଼େଇ ପୂର୍ବରୁ ଅସ୍ତବ୍ୟସ୍ତ ବିଜେଡି

ଅର୍ଗସ ବ୍ୟୁରୋ: ୨୪ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ମାସ। କିନ୍ତୁ ଡରରେ ତାଟିଆ କାମୁଡୁଛି ବିଜେଡି ଦଳ। କଣ କେମିତି କଲେ ଭୋଟ ପକେଟକୁ ଆସିବ ସେ ପାଇଁ ସବୁଠି ଲାଗିପଡ଼ିଛନ୍ତି ସରକାରଙ୍କ କୁଜି ନେତାମାନେ। କେବେ ଆସନ୍ତିନି ଆଉ ନିର୍ବାଚନ ପାଖେଇ ଆସିଲେ ସବୁ ବୁଝି ଦେବେ ବୋଲି ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ନିର୍ବାଚନ ସରିଗଲେ କାଶିଆ କିଏ ନା କପିଳା କିଏ।

ପଞ୍ଚାୟତ ଅଫିସରେ ଭତ୍ତା ନେବାକୁ ଆସିଥିବା ହିତାଧିକାରୀଙ୍କ ଭିଡ଼। ରେଜିଷ୍ଟରରେ ଦସ୍ତଖତ ଓ ଟିପ ଦେଇ ଭତ୍ତା ଟଙ୍କା ନେଉଛନ୍ତି। ଟଙ୍କା ଗଣି ଦେଉଛନ୍ତି ପଞ୍ଚାୟତର ନିର୍ବାହୀ ଅଧିକାରୀ। ଖାଲି ଟଙ୍କା ନୁହେଁ ହିତାଧିକାରୀଙ୍କୁ ଧରାଇ ଦିଆଯାଉଛି ଶଙ୍ଖ ଚିହ୍ନ ଛପା ହୋଇଥିବା ଏ ଲିଫଲେଟ୍। ଦୃଶ୍ୟ ହେଉଛି କୋରାପୁଟ କୋଟିଆ ପୁଞ୍ଜ ଟାଉପଦରର। ନିର୍ବାଚନ ପୂର୍ବରୁ ନିରୀହ ଆଦିବାସୀଙ୍କୁ ଭତ୍ତା ଟଙ୍କା ସହ ବିଜେଡି ଚିହ୍ନ ଥିବା ଲିଫଲେଟ୍ ଧରାଇ କରାଯାଉଛି ପ୍ରଚାର। 
 କୋଟିଆ ପଞ୍ଚାୟତରେ ମଧୁବାବୁ ପେନସନ ଯୋଜନାର 1697ଜଣ ହିତାଧିକାରୀ ଅଛନ୍ତି। 4ଟି ସ୍ଥାନ କୋଟିଆ, ନେରିଡି ୱାଲସା, ଗଞ୍ଜେଇ ପଦର ଓ ଟାଉପଦର ଗାଁରେ ପିଇଓ ଓ ଗ୍ରାମ ରୋଜଗାର ସେବକ ଉପସ୍ଥିତ ରହି ଭତ୍ତା ଟଙ୍କା ବାଣ୍ଟିଛନ୍ତି। କିନ୍ତୁ ସରକାରୀ ଯୋଜନାରେ ଦଳୀୟ ପ୍ରଚାର ବାବଦରେ ପଚାରିବାରୁ ଲାଜେଇ ଯାଉଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ। 

ସାରା ରାଜ୍ୟରୁ ସାମ୍ନାକୁ ଆସୁଛି ଚାଉଳ ନେଉଥିବା ହିତାଧିକାରୀଙ୍କୁ ଶଙ୍ଖ ଚିହ୍ନ ଲାଗିଥିବା ବ୍ୟାଗ୍ ବଣ୍ଟନର ଖବର। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଲୋକଙ୍କୁ ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି ମୋଦି ସରକାର । କିନ୍ତୁ ହିତାଧିକାରୀଙ୍କୁ ଦୁଇଟି ଲେଖାଏଁ ବ୍ୟାଗ୍ ଦେଇ ଯୋଜନାର ଶ୍ରେୟ ନେବାକୁ ବିଜେଡିର ଉଦ୍ୟମକୁ ସାରା ରାଜ୍ୟରୁ ତୀବ୍ର ବିରୋଧ କରାଯାଉଛି। ଆଉ ଏବେ ବ୍ୟାଗ୍ ପରେ ଭତ୍ତା ବଣ୍ଟନ ସମୟ ମଧ୍ୟରେ କରାଯାଉଛି ଦଳୀୟ ପ୍ରଚାର। ଏଥିରୁ ସ୍ପଷ୍ଟ ହେଉଛି 24 ମହାଲଢ଼େଇ ପୂର୍ବରୁ ଭୋଟ୍ ପାଇଁ କେତେ ବ୍ୟସ୍ତ ଶାସକ ଦଳ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus Whatsapp Channel Mobile Top
Sponsored
before the great battle | Argus News