West Bengal Case / ଓଡ଼ିଆ ଝିଅକୁ ନ୍ୟାୟ ପାଇଁ ପଶ୍ଚିମବଙ୍ଗରେ ପହଞ୍ଚିଲା ଓଡ଼ିଶା ବିଜେପି

Key Points
ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପଶ୍ଚିମବଙ୍ଗ ସରକାର ବିରୋଧରେ ବଢୁଛି ଅସନ୍ତୋଷ ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦାୟିତ୍ବହୀନ ମନ୍ତବ୍ୟକୁ ତୀବ୍ର ବିରୋଧ ।
ଗୋଟିଏ ପଟେ ଚାପରେ ପଡ଼ି ପୋଲିସ ତଦନ୍ତ ଆଗକୁ ବଢ଼ାଇଛନ୍ତି ପଶ୍ଚିମବଙ୍ଗ ସରକାର । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ପୀଡ଼ିତା ଚିକିତ୍ସିତ ହେଉଥିବା ଦୁର୍ଗାପୁର ହସ୍ପିଟାଲକୁ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି ଓଡ଼ିଶା ବିଜେପି ଟିମ୍ । ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ମମତାଙ୍କ ଉପରେ ବର୍ଷିଛନ୍ତି। ସେପଟେ ମିଛ ବୟାନ ନେଇ ମମତାଙ୍କୁ ଭର୍ତ୍ସନା କରିଛନ୍ତି ପଶ୍ଚିମବଙ୍ଗ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର।
ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣା ନେଇ ଏବେ କାଠଗଡ଼଼ାରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର । ପୀଡ଼ିତା ଓଡ଼ିଆ ଛାତ୍ରୀଙ୍କୁ ନ୍ୟାୟ ବଦଳରେ TMC ସରକାର ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ଜୋର ଧରିଛି । ଦୁର୍ଗାପୁର ହସ୍ପିଟାଲ ନିକଟରେ ପହଞ୍ଚିବା ପରେ ମହିଳା ସୁରକ୍ଷା ନେଇ ମମତା ସରକାରଙ୍କ ଉପରେ ବର୍ଷିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । କହିଛନ୍ତି, ମା-ମାଟିର ଦଳ ଦାବି କରୁଥିବା ମମତା ପୀଡ଼ିତା ପରିବାରକୁ ନ୍ୟାୟ ଦେବାରେ ବିଫଳ । ବିଜେପି ମହିଳା ମୋର୍ଚ୍ଚା ଟିମ୍ ବି ହସ୍ପିଟାଲ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି। ପୀଡ଼ିତାଙ୍କୁ ଭେଟିବାକୁ ଯାଇଥିବା ଓଡ଼ିଶା ବିଜେପି ଟିମକୁ ସୁରକ୍ଷା କର୍ମୀ ଭିତରକୁ ନଛାଡ଼ିବାରୁ IQ ସିଟି ହସପିଟାଲ ବାହାରେ ସୃଷ୍ଟି ହୋଇଥିଲା ଉତ୍ତେଜନା।
ଏହାସହ ପଢ଼ନ୍ତୁ:- ଏମିତି କ'ଣ କହିଲେ ଟ୍ରମ୍ପ ? 'ଭାରତ-ପାକିସ୍ତାନ ମିଶିକି ରହିବେ ମୋର ଆଶା'
ସେପଟେ ଘଟଣାରେ ମମତା ବାନାର୍ଜୀଙ୍କ ଖାମଖିଆଲ, ଦାୟିତ୍ବହୀନ ମନ୍ତବ୍ୟକୁ ନେଇ ବର୍ଷିଛନ୍ତି ପଶ୍ଚିମବଙ୍ଗର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର । କହିଛନ୍ତି ମେଡିକାଲ କଲେଜ କ୍ୟାମ୍ପସ ବାହାରେ ଘଟଣା ଘଟିଥିବାରୁ ମମତା ବାନାର୍ଜୀ ଦେଇଛନ୍ତି ମିଛ ବୟାନ। ଗତବର୍ଷ ଆରଜି କର ହସ୍ପିଟାଲରେ ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ନେଇ ବି ମମତା ସରକାରଙ୍କୁ ଘେରିଛନ୍ତି ସୁକାନ୍ତ ମଜୁମଦାର ।
📱 Get Argus News App
✨ଏହାସହ ପଢ଼ନ୍ତୁ:- IRCTC ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ପୁରୀ ଲିଙ୍କ !
ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣାରେ ପ୍ରଥମରୁ ମମତା ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ବଦଳରେ ଆପଣାଇଛନ୍ତି ଟାଳଟୁଳ ନୀତି । ଯାହାକୁ ପୀଡ଼ିତା ପରିବାର ସହ ଆରଜି କର ଦୁଷ୍କର୍ମ ଓ ହତ୍ୟା ପୀଡ଼ିତାଙ୍କ ପରିବାର ମଧ୍ୟ କରିଛନ୍ତି ପ୍ରତିବାଦ । ମମତା ରାଜ୍ୟ ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ଅସୁରକ୍ଷିତ । ରାଜ୍ୟରେ କୌଣସି ଦୁଷ୍କର୍ମ ଘଟଣାରେ ପୀଡ଼ିତା ପରିବାରକୁ ନ୍ୟାୟ ଦେବାରେ ଟିଏମସି ବିଫଳ ହୋଇଥିବା କହିଛନ୍ତି ବେଙ୍ଗଲବାସିନ୍ଦା ।
Related Topics
Explore more stories