Videos
|
Odisha

AdulteratedPaneer / କଟକ ପରେ ବ୍ରହ୍ମପୁରରେ ବଡ଼ ଚଢ଼ାଉ: ଅପମିଶ୍ରିତ ପନିର ଓ ଖୁଆ ଜବତ

Ritu Das
Browse all articles by Ritu Das
·52 mins ago·2 min read
କଟକ ପରେ ବ୍ରହ୍ମପୁରରେ ବଡ଼ ଚଢ଼ାଉ: ଅପମିଶ୍ରିତ ପନିର ଓ ଖୁଆ ଜବତ
India

Key Points

କଟକ ପରେ ଏବେ ବ୍ରହ୍ମପୁରରେ ଅପମିଶ୍ରିତ ପନିର ଓ ଖୁଆ ବିକ୍ରି ଅଭିଯୋଗରେ ଚଢ଼ାଉ
ଚଢ଼ାଉ କରିଛି ବିଇଏମସିର ଖାଦ୍ୟ ନିରାପତ୍ତା ବିଭାଗ
କଟକ ପରେ ଏବେ ବ୍ରହ୍ମପୁରରେ ଅପମିଶ୍ରିତ ପନିର ଓ ଖୁଆ ବିକ୍ରି ଅଭିଯୋଗରେ ଚଢ଼ାଉ। ଚଢ଼ାଉ କରିଛି ବିଇଏମସିର ଖାଦ୍ୟ ନିରାପତ୍ତା ବିଭାଗ। ସହରର ଖାଲ୍ସା ଓ ଆଗା ସାହି ଅଞ୍ଚଳରେ ଥିବା ୫ରୁ ଅଧିକ ପନିର ଓ କ୍ଷୀର ଦୋକାନରେ ବିଭାଗୀୟ ଟିମ୍ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଚଢ଼ାଉ ସମୟରେ ବିକ୍ରି ପାଇଁ ରଖାଯାଇଥ‌ିବା ପନିରର ନମୁନା ସଂଗ୍ରହ କରି ଥାଳିରେ ରଖାଯାଇଥିଲା। ପରୀକ୍ଷା ସମୟରେ ଏଥିରେ ଆୟୋଡିନ୍ ପକାଇବା ପରେ ପନିରର ରଙ୍ଗ ପରିବର୍ତ୍ତନ ହୋଇଥିଲା। ଏହା ଅପମିଶ୍ରଣର ସଙ୍କେତ ବୋଲି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ କୁହାଯାଇଛି।

ଏହାସହ ପଢ଼ନ୍ତୁ: MMDR ବିଲ୍‌: ମିଛ କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରନ୍ତୁ ନାହିଁ, ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

ସେହିପରି ଦୋକାନରେ ବିକ୍ରି ପାଇଁ ରଖାଯାଇଥିବା ଖୁଆର ମଧ୍ୟ ପରୀକ୍ଷା କରାଯାଇଥିଲା। କେମିକାଲ୍ ପକାଇବା ପରେ ଖୁଆର ରଙ୍ଗ କଳା ହୋଇଯାଇ ଥିବାରୁ ଏଥିରେ ମଧ୍ୟ ଅପମିଶ୍ରଣ ଥିବା ଜଣାପଡ଼ିଥିଲା। ଏହାସହ କେତେକ ଦୋକାନରେ ଏକ୍ସପାୟରୀ ତାରିଖ ପାର ହୋଇଥିବା କ୍ଷୀର ପ୍ୟାକେଟ୍ ମଧ୍ୟ ବିକ୍ରି ପାଇଁ ରଖାଯାଇଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ଫଳରେ ବିଭାଗ ପକ୍ଷରୁ ବିପୁଳ ପରିମାଣର ପନିର, ଖୁଆ ଓ କ୍ଷୀର ନଷ୍ଟ କରାଯାଇଥିଲା। ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀଙ୍କ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଆସନ୍ତା ୭ ଦିନ ପାଇଁ ରଦ୍ଦ କରାଯିବ ବୋଲି ସୂଚନା ମିଳିଛି।

କେବଳ ପନିର୍‌ ନୁହେଁ ଛେନା, ରାବିଡ଼ି ଓ ଖୁଆ ମଧ୍ୟ ଅପମିଶ୍ରିତ । କେଉଁଥିରେ ପାଉଡର୍‌ ମିଶୁଛି ତ ଆଉ କେଉଁଥିରେ ବିସ୍କୁଟ୍‌ ଗୁଣ୍ଡ ଆଦି ମିଶାଯାଉଛି । ସବୁଠୁ ବଡ଼ କଥା ହେଉଛି ଯେ, ନରମ ଓ ସତେଜ ଦେଖାହେବା ପାଇଁ ମିଶାଯାଉଛି ଏସିଡ୍‌ । କଟକ ମହାନଗର ନିଗମ(କେଏମ୍‌ସି) ଦ୍ୱାରା ଛେନା ଜବତ କରାଯାଇଥିଲା ବେଳେ ବେପାରୀଙ୍କୁ ପଚରାଉଚରା କରିବା ପରେ ସେଥିରେ ଏସିଡ୍‌ ମିଶାଯାଉଥିବା ଜଣାପଡ଼ିଛି । ଏଣୁ ଏବେ ସହରରେ ବିକ୍ରି ହେଉଥିବା କ୍ଷୀର ଜାତୀୟ ଖାଦ୍ୟ ସାମଗ୍ରୀକୁ ନେଇ ସାଧାରଣରେ ଭୟ ସୃଷ୍ଟି ହୋଇଛି । ଏମିତିକି ଖୁଆ ଅପମିଶ୍ରଣ କୋଲକାତାରୁ କଟକ ଯାଏଁ ଲମ୍ବିଥିବା କେଏମ୍‌ସି ପ୍ରଶାସନ ଜାଣିବା ପରେ କଟକ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛି ।

ସହରରେ କ୍ଷୀର ଜାତୀୟ ଅନେକ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଉଛି । ଏଥିରେ ଛେନା, ରାବିଡ଼ିରୁ ନେଇ ଖୁଆ ଭଳି ଅନେକ ସାମଗ୍ରୀ ଲୋକମାନେ ଖାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏବେ ସହରରେ କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ପରିମାଣର ପନିର୍‌ ଜବତ ହେବା ପରେ ଅନ୍ୟାନ୍ୟ କ୍ଷୀର ଜାତୀୟ ଖାଦ୍ୟ ମଧ୍ୟ ଅପମିଶ୍ରଣ ହେଉଥିବା ଜଣାପଡ଼ିଛି । ତେବେ ପନିର୍‌ ସହିତ କେଏମ୍‌ସି ପାଖାପାଖି ୩୫ କ୍ୱିଣ୍ଟାଲ୍‌ ଛେନା ଜବତ କରି ନଷ୍ଟ କରିଛି । ସେଥିରେ ମଧ୍ୟ ଷ୍ଟାର୍ଚ୍ଚର ମାତ୍ରା ଅଧିକ ରହୁଥିବା ପ୍ରାଥମିକ ପରୀକ୍ଷା ଜଣାପଡ଼ିଥିଲା। ଏହାସହ ଅଧିକ ତନାଘନା ପରେ କୋଲକାତାରୁ ଆସୁଥିବା ବିପୁଳ ପରିମାଣର ଖୁଆ ଟାଙ୍ଗୀ ପାଖରେ ଅପମିଶ୍ରଣ କରାଯାଉଛି । କିଛି ବ୍ୟବସାୟୀମାନେ ସେଥିରେ ବିସ୍କୁଟ ଗୁଣ୍ଡ ସହିତ ବିଭିନ୍ନ ଏସେନ୍ସ ପାଉଡର ଆଦି ମିଶାଇ ବଜାରରେ ଆଣି କମ୍‌ ଦାମ୍‌ରେ ମିଠା ଦୋକାନମାନଙ୍କରେ ପେଡ଼ା ଆଦି ତିଆରି କରିବାକୁ ଦେଉଥିବା କେଏମ୍‌ସି ଜାଣିବାକୁ ପାଇଛି । ଆଗାମୀ ଦିନରେ ଏସବୁ ଦିଗରେ ନିୟମିତ ଯାଞ୍ଚ୍‌ କରାଯିବ ବୋଲି କେଏମ୍‌ସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: