MMDR Amendment Bill / MMDR ବିଲ୍: ମିଛ କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରନ୍ତୁ ନାହିଁ, ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍
·2 hours ago·3 min read

Key Points
ବିରୋଧୀଙ୍କ ମିଥ୍ୟା ପ୍ରଚାରକୁ ଧର୍ମେନ୍ଦ୍ରଙ୍କ ଜବାବ
ପିଏମ ମୋଦିଙ୍କ ସ୍ୱଚ୍ଛ ନୀତି ଯୋଗୁଁ ଓଡ଼ିଶାର ଖଣି ରାଜସ୍ୱ ବଢ଼ିଛି
୫ ହଜାର କୋଟିରୁ ବୃଦ୍ଧି ପାଇ ୫୦ ହଜାର କୋଟିରେ ପହଞ୍ଚିଛି

ବିରୋଧୀଙ୍କ ମିଥ୍ୟା ପ୍ରଚାର ଉପରେ ଜବାବ ରଖିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ । MMDR ସଂଶୋଧନ ବିଲ୍, ୨୦୨୬କୁ ନେଇ ବିରୋଧୀଙ୍କ ମିଥ୍ୟା ଅପପ୍ରଚାର ଜବାବ ରଖିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ପିଏମ ମୋଦିଙ୍କ ସ୍ୱଚ୍ଛ ନୀତି ଯୋଗୁଁ ଓଡ଼ିଶାର ଖଣି ରାଜସ୍ୱ ୫ ହଜାର କୋଟିରୁ ବୃଦ୍ଧି ପାଇ ୫୦ ହଜାର କୋଟିରେ ପହଞ୍ଚିଛି । ନବୀନ ବାବୁ MMDR ବିଲ୍ କୁ ନେଇ ମିଥ୍ୟା ଅପପ୍ରଚାର କରି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ରାଜନୀତି ନିଜ ଜାଗାରେ, କିନ୍ତୁ ସତ୍ୟକୁ ଲୁଚାଇ ଓଡ଼ିଶାର ଲୋକଙ୍କୁ ଭ୍ରମିତ କରିବା ଆଦୌ ଗ୍ରହଣୀୟ ନୁହେଁ ।
୨ ହଜାର ମସିହାରେ ବିଜେଡି ଶାସନ ସମୟରେ ରାଜ୍ୟର ମୋଟ ଋଣଭାର ୧୮ ହଜାର କୋଟି ଟଙ୍କା ଥିବା ବେଳେ ମୁଣ୍ଡ ପିଛା ଋଣ ଭାର ଥିଲା ୬ ହଜାର ଟଙ୍କା । ୨୦୨୪ରେ ନବୀନ ବାବୁ ଶାସନରୁ ଗଲାବେଳକୁ ରାଜ୍ୟର ମୋଟ ଋଣଭାର ୯୬ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଥିବା ବେଳେ ଏବଂ ମୁଣ୍ଡପିଛା ଋଣଭାର ଥିଲା ୨୬ ହଜାର ଟଙ୍କା । ବିଜେଡି ଶାସନରେ ଖଣି ରାଜସ୍ୱ ୫ ହଜାର କୋଟି ଭିତରେ ସୀମିତ ଥିଲା । ନିର୍ଦ୍ଦିଷ୍ଟ ପରିବାର ଓ କମ୍ପାନୀଙ୍କୁ ଶାଗମାଛ ଦରରେ ଖଣି ବଣ୍ଟାଯାଉଥିଲା ।
୨୦୧୫ରେ ମୋଦି ସରକାର ଏମଏମଡିଆର ଆଇନରେ ଐତିହାସିକ ସଂଶୋଧନ ଆଣି ମନମୁଖୀ ଖଣି ବଣ୍ଟନ ବନ୍ଦ କଲେ ଏବଂ ସ୍ୱଚ୍ଛ 'ନିଲାମ' ପ୍ରକ୍ରିୟା ବାଧ୍ୟତାମୂଳକ କରି ପାରଦର୍ଶିତା ଆଣିଲେ । ଏଥିସହିତ Ad Valorem ରୋୟାଲଟିକୁ ମଧ୍ୟ ୧୦% ରୁ ୧୫% କୁ ବୃଦ୍ଧି କରାଗଲା । ରାଜ୍ୟରେ ଜନହିତକର ଯୋଜନା ପାଇଁ DMF ବ୍ୟବସ୍ଥା ମଧ୍ୟ କରାଗଲା। ଏହି ସ୍ୱଚ୍ଛ ନୀତି ଯୋଗୁଁ ହିଁ ଯେଉଁ ଖଣିଜ ଆୟ ୫,୦୦୦ କୋଟି ଟଙ୍କାରେ ଅଟକିଥିଲା, ତାହା ୧୦ ଗୁଣା ବୃଦ୍ଧି ପାଇ ଆଜି ପ୍ରାୟ ୫୦,୦୦୦ କୋଟି ଟଙ୍କାରେ ପହଞ୍ଚିଛି ଏବଂ ଡିଏମଏଫ ପାଣ୍ଠି ଜରିଆରେ ଓଡ଼ିଶାକୁ ୩୭,୦୦୦ କୋଟି ଟଙ୍କା ମିଳିଛି । ଏହା ଆପଣଙ୍କର ନୁହେଁ, ବରଂ ମୋଦି ସରକାରଙ୍କ ସ୍ୱଚ୍ଛ ନୀତି ଓ ରିଫର୍ମର ପ୍ରତିଫଳନ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ସେହିପରି ସେ ଆହୁରି କହିଛନ୍ତି, ନବୀନ ବାବୁ ଏବଂ ତାଙ୍କ ଦଳ ବିଜେଡି Orissa Rural Infrastructure and Socio-Economic Development Act ନାମରେ ଯେଉଁ ଖଣି ଟିକସ ଆଇନ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାହା ସେମାନେ ୨୦୦୪ରେ ଆଣିଥିଲେ । ୨୦୦୫ରେ ମାନ୍ୟବର ହାଇକୋର୍ଟ ତାହାକୁ ରଦ୍ଦ କରିବା ପରେ ବିଜେଡି ସରକାର ୨୦୦୬ରୁ ୨୦୨୪ ପର୍ଯ୍ୟନ୍ତ ଦୀର୍ଘ ୧୮ ବର୍ଷ ଧରି ମାନ୍ୟବର ସୁପ୍ରିମକୋର୍ଟରେ ମାମଲା ଗଡ଼ାଇ ଚାଲିଲେ ଓ କୌଣସି ପଦକ୍ଷେପ ନେଲେ ନାହିଁ ।
ମୋଦି ସରକାର ଆଣିଥିବା ଏହି ନୂଆ ଏମଏମଡିଆର ବିଲ୍ ହେଉଛି ଦେଶର ଖଣି ସୁରକ୍ଷା ଓ ଓଡ଼ିଶା ଭଳି ଖଣି ସମ୍ପନ୍ନ ରାଜ୍ୟଗୁଡ଼ିକର ଆର୍ଥିକ ଭବିଷ୍ୟତ ପାଇଁ ଐତିହାସିକ ପଦକ୍ଷେପ । ଏହି ବିଲ୍ ଦ୍ୱାରା ଓଡ଼ିଶାର କୌଣସି କ୍ଷତି ହୋଇନାହିଁ, ଓଡ଼ିଶା ଯେଉଁ ନିଲାମ ପ୍ରିମିୟମ୍, ରୋୟାଲଟି ଓ ଡିଏମଏଫ ପାଉଥିଲା, ତାହାର ଶତ ପ୍ରତିଶତ ଆଜି ବି ସିଧାସଳଖ ଓଡ଼ିଶା ସରକାରଙ୍କ ଖାତାକୁ ହିଁ ଯିବ । ସାରା ଦେଶରେ ସମାନ ଖଣି ଟିକସ ନୀତି ଲାଗୁ ହେଲେ ବ୍ୟବସାୟ ସୁଗମ ହେବା ସହ ରାଜ୍ୟମାନଙ୍କର ଆର୍ଥିକ ବ୍ୟବସ୍ଥା ସୁଧୁରିବ । ଏଥିପାଇଁ ଆମର ସମସ୍ତ ସାଂସଦମାନେ ଏହାକୁ ସମର୍ଥନ କରିଛନ୍ତି ।
ନବୀନ ବାବୁ ଆପଣ ଯୁବବର୍ଗର ଭବିଷ୍ୟତ କଥା କହି ସେମାନଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏପରି କଥା ଆପଣଙ୍କ ମୁହଁରେ ଶୋଭାପାଉନାହିଁ। ଓଡ଼ିଶାର ଜନସାଧାରଣଙ୍କୁ ମିଛ କହି ବାଟବଣା ନ କରି ଏହି ବିଲ୍ ଦ୍ୱାରା ଓଡ଼ିଶା କ’ଣ ଲାଭ ପାଇବ, ତାହା ଉପରେ ନିଜର ମତ ରଖିବାକୁ ସାଂସଦ ଧର୍ମେନ୍ଦ୍ର ବିଜେଡି ନେତା ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ ଜଣାଇଛନ୍ତି ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା @Naveen_Odisha ଭିଡିଓ ଜାରି କରି MMDR Amendment Bill-2026 କୁ ନେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ମୋଦୀ ସରକାର ଆଣିଥିବା ଏହି ନୂଆ ବିଲ୍ ଦେଶର ଖଣି ସୁରକ୍ଷା ଏବଂ ଓଡ଼ିଶାର ଆର୍ଥିକ ଭବିଷ୍ୟତ ପାଇଁ ଐତିହାସିକ ପଦକ୍ଷେପ । ଏହି ବିଲ୍ ଦ୍ୱାରା… pic.twitter.com/nJSCGRlrem
— Dharmendra Pradhan (@dpradhanbjp) August 20, 2026
ସେହିପରି ସେ ଆହୁରି କହିଛନ୍ତି, ନବୀନ ବାବୁ ଏବଂ ତାଙ୍କ ଦଳ ବିଜେଡି Orissa Rural Infrastructure and Socio-Economic Development Act ନାମରେ ଯେଉଁ ଖଣି ଟିକସ ଆଇନ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାହା ସେମାନେ ୨୦୦୪ରେ ଆଣିଥିଲେ । ୨୦୦୫ରେ ମାନ୍ୟବର ହାଇକୋର୍ଟ ତାହାକୁ ରଦ୍ଦ କରିବା ପରେ ବିଜେଡି ସରକାର ୨୦୦୬ରୁ ୨୦୨୪ ପର୍ଯ୍ୟନ୍ତ ଦୀର୍ଘ ୧୮ ବର୍ଷ ଧରି ମାନ୍ୟବର ସୁପ୍ରିମକୋର୍ଟରେ ମାମଲା ଗଡ଼ାଇ ଚାଲିଲେ ଓ କୌଣସି ପଦକ୍ଷେପ ନେଲେ ନାହିଁ ।
ମୋଦି ସରକାର ଆଣିଥିବା ଏହି ନୂଆ ଏମଏମଡିଆର ବିଲ୍ ହେଉଛି ଦେଶର ଖଣି ସୁରକ୍ଷା ଓ ଓଡ଼ିଶା ଭଳି ଖଣି ସମ୍ପନ୍ନ ରାଜ୍ୟଗୁଡ଼ିକର ଆର୍ଥିକ ଭବିଷ୍ୟତ ପାଇଁ ଐତିହାସିକ ପଦକ୍ଷେପ । ଏହି ବିଲ୍ ଦ୍ୱାରା ଓଡ଼ିଶାର କୌଣସି କ୍ଷତି ହୋଇନାହିଁ, ଓଡ଼ିଶା ଯେଉଁ ନିଲାମ ପ୍ରିମିୟମ୍, ରୋୟାଲଟି ଓ ଡିଏମଏଫ ପାଉଥିଲା, ତାହାର ଶତ ପ୍ରତିଶତ ଆଜି ବି ସିଧାସଳଖ ଓଡ଼ିଶା ସରକାରଙ୍କ ଖାତାକୁ ହିଁ ଯିବ । ସାରା ଦେଶରେ ସମାନ ଖଣି ଟିକସ ନୀତି ଲାଗୁ ହେଲେ ବ୍ୟବସାୟ ସୁଗମ ହେବା ସହ ରାଜ୍ୟମାନଙ୍କର ଆର୍ଥିକ ବ୍ୟବସ୍ଥା ସୁଧୁରିବ । ଏଥିପାଇଁ ଆମର ସମସ୍ତ ସାଂସଦମାନେ ଏହାକୁ ସମର୍ଥନ କରିଛନ୍ତି ।
ନବୀନ ବାବୁ ଆପଣ ଯୁବବର୍ଗର ଭବିଷ୍ୟତ କଥା କହି ସେମାନଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏପରି କଥା ଆପଣଙ୍କ ମୁହଁରେ ଶୋଭାପାଉନାହିଁ। ଓଡ଼ିଶାର ଜନସାଧାରଣଙ୍କୁ ମିଛ କହି ବାଟବଣା ନ କରି ଏହି ବିଲ୍ ଦ୍ୱାରା ଓଡ଼ିଶା କ’ଣ ଲାଭ ପାଇବ, ତାହା ଉପରେ ନିଜର ମତ ରଖିବାକୁ ସାଂସଦ ଧର୍ମେନ୍ଦ୍ର ବିଜେଡି ନେତା ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ ଜଣାଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories