Vigilance Raid / ୧୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ
·2 weeks ago·2 min read

Key Points
ଭିଜିଲାନ୍ସ ହାବୁଡ଼ରେ ବ୍ରହ୍ମପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ
୧୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ହିତାଧିକାରୀଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ

ବ୍ରହ୍ମପୁର,୧୩/୦୮: ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ହିତାଧିକାରୀଙ୍କ ଠାରୁ ସବସିଡି ଅର୍ଥ ମଞ୍ଜୁର କରାଇବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସହରର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ । ଅଧିକାରୀଙ୍କୁ ଭିଜିଲାନ୍ସ ଧରିବା ପରେ ଅଧିକ ପଚରାଉଚରା କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ଅଧୀନରେ ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମ୍ର ଫାଇଲ୍ ପ୍ରକ୍ରିୟାକରଣ ଏବଂ ହିତାଧିକାରୀଙ୍କୁ ସବସିଡି ଅର୍ଥ ମଞ୍ଜୁର କରାଇବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର
୧୫ହଜାର ଲାଞ୍ଚ ନେଇ ଧରାପଡିଲେ କୃଷି ଅଧିକାରୀ
ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ମାମଲା ନମ୍ବର ୦୮/ ୧୨.୦୮.୨୦୨୬ U/s 7PC (Amendment )Act ,2018 ଅନୁଯାୟୀ ଭ୍ରଷ୍ଟାଚାର ନିବାରଣ ଆଇନ (ସଂଶୋଧନ) ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି । କୃଷି ଅଧିକାରୀଙ୍କ ବିରୋଧରେ ତଦନ୍ତ ଜାରି ରହିଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ଜଣେ ହିତାଧିକାରୀ ।
ପଢନ୍ତୁ ଏହି ଖବର: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର: ୪ ମହଲା କୋଠା, ପୈତୃକ ଘର ଓ ଅଫିସରେ ଛାନ୍ଭିନ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୁଖ୍ୟତଃ ସରକାରଙ୍କ ଏହି ଯୋଜନାର ନିର୍ଦ୍ଦେଶାବଳୀ ଅନୁଯାୟୀ କୃଷି ଓ ଭିତ୍ତିଭୂମି ବିକାଶରେ ହିତାଧିକାରୀଙ୍କ ନିବେଶ ରାଶିର ୫୦ ପ୍ରତିଶତ ସବସିଡି ଭାବେ ପାଇବାର ବ୍ୟବସ୍ଥା ରହିଛି। ହେଲେ ଅଭିଯୋଗକାରୀ ଗତ ଦୁଇ ମାସ ଧରି ତାଙ୍କ ଫାଇଲ୍ ପ୍ରକ୍ରିୟାକରଣ ପାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଅନୁରୋଧ କରିଆସୁଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ମଧ୍ୟ ଅଧିକାରୀ ତାହାକୁ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ ହୋଇଥିଲା। ଯାହା ବଦଳରେ ଉକ୍ତ କାର୍ଯ୍ୟ ପାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରାୟ ୧୫ ହଜାର ଟଙ୍କା ଏବଂ ପରବର୍ତ୍ତୀ ସମୟରେ ସବସିଡି ଅର୍ଥ ପ୍ରଦାନ ସମୟରେ ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ଅର୍ଥ ପ୍ରଦାନ କରିବାକୁ କହିଥିବା ଅଭିଯୋଗ ହୋଇଛି।
୨୦୨୫ ଏପ୍ରିଲ ପହିଲାରୁ ଡିସେମ୍ବର ୩୧ ମଧ୍ୟରେ ରାଜ୍ୟ ସରକାର ଭିଜିଲାନ୍ସକୁ ୧୨୫ଟି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହାକି ଏକ ରେକର୍ଡ। ପୂର୍ବରୁ ଏହି ୯ ମାସର ସମୟ ଅବଧି ମଧ୍ୟରେ ରାଜ୍ୟ ସରକାର କେବେ ବି ଏତେ ସଂଖ୍ୟକ କେସ୍ ତଦନ୍ତ କରିବା ପାଇଁ ଦେଇ ନାହାନ୍ତି। ଏଥି ସହିତ ୨୦୨୫ ମସିହାରେ ସମୁଦାୟ ୪୮୮ଟି କେସ୍ର ଫଇସଲା ହୋଇଛି| ସର୍ବାଧିକ ୧୭୩ଟି ଆୟ ବହିର୍ଭୂତ ସମ୍ପତ୍ତିଠୁଳଜନିତ କେସ୍ର ଫଇସଲା ହୋଇଛି। ଏହା ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ସର୍ବକାଳୀନ ରେକର୍ଡ। ଭିଜିଲାନ୍ସ ଚଢ଼ଉ କରି ସରକାରୀ କର୍ମଚାରୀଙ୍କର ୧୧୯୯ଟି ଦୁର୍ନୀତିଗ୍ରସ୍ତ ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିଛି| ୧୫୩ଟି ବିଲ୍ଡିଂ, ୧୮.୩ କିଲୋଗ୍ରାମର ସୁନା, ୪୧୭ଟି ପ୍ଲଟ, ୧୨ଟି ଫାର୍ମ ହାଉସ ଜବତ କରାଯାଇଛି। ଏଥିସହିତ ୩୬.୬୯ କୋଟି ଟଙ୍କାର ଜମାରାଶି ଓ ୮.୮ କୋଟି ଗଳ୍ପିତ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି।

Related Topics
Explore more stories