Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର: ୪ ମହଲା କୋଠା, ପୈତୃକ ଘର ଓ ଅଫିସରେ ଛାନ୍‌ଭିନ୍‌

Odisha

Vigilance Raid / ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର: ୪ ମହଲା କୋଠା, ପୈତୃକ ଘର ଓ ଅଫିସରେ ଛାନ୍‌ଭିନ୍‌

Bikash Mohanty
Browse all articles by Bikash Mohanty
·2 hours ago·2 min read
ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର: ୪ ମହଲା କୋଠା, ପୈତୃକ ଘର ଓ ଅଫିସରେ ଛାନ୍‌ଭିନ୍‌
Rabindra Nayak

Key Points

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର
କଟକ ଓ କେନ୍ଦ୍ରାପଡ଼ାର ୪ଟି ସ୍ଥାନରେ ଚଢ଼ାଉ
ରେଞ୍ଜର ରବୀନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସର ମାରାଥନ୍ ଚଢ଼ାଉ
୪ ମହଲା କୋଠା, ପୈତୃକ ଘର, ଅଫିସ ଓ ଅସ୍ଥାୟୀ ବାସଭବନରେ ସର୍ଚ୍ଚ
କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜରଙ୍କ ଠିକଣାରେ ଚାଲିଛି ଭିଜିଲାନ୍ସ ରେଡ୍
କେନ୍ଦ୍ରାପଡ଼ା,୦୮/୦୭: କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର ନାୟକଙ୍କ ନାମରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଛି। ଏହି ଆଧାରରେ ଆଜି ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସର ୫ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଏବଂ ୫ ଜଣ ଏଏସଆଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ନିମ୍ନଲିଖିତ ୪ଟି ସ୍ଥାନରେ ଏହି ଚଢ଼ାଉ କରୁଛନ୍ତି।

କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡଳୀ ଗୋଡ଼ିସାହିରେ ଥିବା ତାଙ୍କର ଏକ ଚାରି ମହଲା ଆବାସିକ କୋଠା। ୨. କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ସାହାଡ଼ାପଡ଼ାରେ ଥିବା ତାଙ୍କର ପୈତୃକ ଘର। କେନ୍ଦ୍ରାପଡ଼ାରେ ଥିବା ରେଞ୍ଜର ରବୀନ୍ଦ୍ର ନାୟକଙ୍କ ସରକାରୀ ଅଫିସ୍ । କେନ୍ଦ୍ରାପଡ଼ାରେ ଥିବା ତାଙ୍କର ଅସ୍ଥାୟୀ ବାସଭବନ। ଚଢ଼ାଉ ପ୍ରକ୍ରିୟା ଶେଷ ହେବା ପରେ ମୋଟ କେତେ ପରିମାଣର ଆୟବହିର୍ଭୂତ ସମ୍ପତ୍ତି ଜବତ ହୋଇଛି, ସେ ନେଇ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯିବ । ରେଞ୍ଜର ରବୀନ୍ଦ୍ର ନାୟକଙ୍କ ବାଙ୍କୀ NAC ସ୍ଥିତ ସାହାଡ଼ାପଦା ଗାଁ ପୈତୃକ ବାସଭବନରେ ଭିଜିଲାନ୍ସର ପାଞ୍ଚ ଜଣିଆ ଟିମ୍ ରେଡ କରୁଛି । ଘର ଭିତରେ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରୁଛନ୍ତି ଟିମ୍।

ପଢନ୍ତୁ ଏହି ଖବର: କୋଟିପତି ଯନ୍ତ୍ରୀଙ୍କ ଲକରରୁ ବାହାରିଲା ନୋଟ୍ ପାହାଡ଼, ଟଙ୍କା ଗଣିବା ପାଇଁ ଆସିଲା ମେସିନ୍
 
ସେପଟେ ଗତକାଲି  ଭିଜିଲାନ୍ସ ଜାଲରେ ପଡ଼ିଛନ୍ଜତି ଜୟପୁରର ଖଣି ଉପ ନିର୍ଦ୍ଦେଶକ ସତ୍ୟଜିତ ରାଉତ । ଜଣେ ବାଲି ଲିଜଧାରୀଙ୍କ ଲିଜ୍ ଅବଧି ବୃଦ୍ଧି ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଜୟପୁର ଭିଜିଲାନ୍ସ ଟିମ୍ ।  ଖଣି ଉପ ନିର୍ଦ୍ଦେଶକ ସତ୍ୟଜିତ ରାଉତ ଏକ ବାଲି ଲିଜ୍ ଅବଧି ବୃଦ୍ଧି ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସକୁ ଜଣାଇ ଦେଇଥିଲେ । ତେବେ ସେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଏହା ପରେ ରାତି ଅଧିଆ ଜୟପୁର ସମେତ ରାୟଗଡା, କଟକର ବିଦ୍ୟାଧରପୁର ଓ ମାହାଙ୍ଗାର ଓଳକଣା ଘରେ ଏକକାଳୀନ ଚଢାଉ ହୋଇଛି ।
ରାୟଗଡା ଘରୁ ୨ ଲକ୍ଷ ୯୦ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଛି। ରାତି ସୁଧା ୪ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଏସବୁ ସ୍ଥାନରେ ଚଢ଼ାଉ ଜାରି ରହିଛି। ପୂର୍ବରୁ ମଧ୍ୟ ଟଙ୍କା ନେଇ ବେଆଇନ ବାଲି ଚାଲାଣ ପାଇଁ ଅନୁମତି ଦେବା ପରି ସାଂଘାତିକ ଅଭିଯୋଗ ତାଙ୍କ ନାଁରେ ରହିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored