ଅବସର ପୂର୍ବରୁ ଭିଜିଲାନ୍ସ ପଞ୍ଝାରେ ବ୍ରହ୍ମପୁର R&B ଡିଭିଜନ AEE

Key Points
ଏନ ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବ୍ରହ୍ମପୁର ଓ ଭୁବନେଶ୍ୱର ସମେତ ଏକକାଳୀନ ୪ଟି ସ୍ଥାନରେ ରେଡ୍
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ
ଅବସର ପୂର୍ବରୁ ଭିଜିଲାନ୍ସ ପଞ୍ଝାରେ ବ୍ରହ୍ମପୁର R&B ଡିଭିଜନ AEE । ଏନ ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ୪ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ବ୍ରହ୍ମପୁର ଧର୍ମନଗରରେ 2BHK ଫ୍ଲାଟ, ବ୍ରହ୍ମପୁର ମୟୂରୀ ବିହାରରେ ୨ ମହଲା ଘର, ବ୍ରହ୍ମପୁର ଅଫିସ, ଭୁବନେଶ୍ୱର ସହିଦନଗରରେ ଥିବା 3BHK ଫ୍ଲାଟ୍ ରେ ଚଢ଼ଉ କରୁଛି ଭିଜିଲାନ୍ସ ।
କାଲି ନେଇଥାନ୍ତେ ଅବସର, ଆଜି ହେଲା ରେଡ୍...ଭୟରେ ଝରକାରୁ ଫିଙ୍ଗିଦେଲେ ବିଡା ବିଡା ନୋଟ୍
📱 Get Argus News App
✨ବ୍ରହ୍ମପୁର ଧର୍ମନଗରର ଫ୍ଲାଟ୍ ରୁ ସୁନା ରୂପା ଜବତ ହୋଇଛି । ରେଡ୍ରେ ସାମିଲ ଅଛନ୍ତି ୩ଜଣ DSP ଏବଂ ୭ଜଣ ଇନ୍ସିପେକ୍ଟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ । ଆଜି ଚାକିରିରୁ ଅବସର ନେଇଥାନ୍ତେ AEE ଏନ ଦିଲ୍ଲୀପ କୁମାର ଚୌଧୁରୀ । ଗତକାଲି ଅବସରର ଦିନକ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡିଥିଲେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ।
RD ବିଭାଗ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥଙ୍କ ୭ ଠିକଣାରେ ଚଢଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ବର ଓ ଅନୁଗୁଳ ଘରୁ ମିଳିଥିଲା ୨ କୋଟିରୁ ଅଧିକ ନଗଦ ଟଙ୍କା । ଭିଜିଲାନ୍ସକୁ ଦେଖି ଝରକା ବାଟେ ଫିଙ୍ଗିଦେଇଥିଲେ 500 ଟଙ୍କିଆ ନୋଟ ବିଡ଼ା । ଦେଢ କୋଟିର ବୀମା ଓ ସେୟାର ବଜାରରେ ଲାଗିଛି ୨.୭ କୋଟିର ପୁଞ୍ଜି । କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ହିସାବ କରି କରି ଭିଜିଲାନ୍ସ ଅଧିକାରୀ ଥକି ଯାଇଥିଲେ ।