Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଶ୍ୱବିଦ୍ୟାଳୟ ରାଗିଂ, ୧୭ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ

Odisha

ବିଶ୍ୱବିଦ୍ୟାଳୟ ରାଗିଂ, ୧୭ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିଶ୍ୱବିଦ୍ୟାଳୟ ରାଗିଂ, ୧୭ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ

ଅର୍ଗସ ବ୍ୟୁରୋ:  ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରାଗିଂ ଘଟଣା । ଶୃଙ୍ଖଳା କମିଟିର ତଦନ୍ତ ପରେ ୧୭ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ସଂପୃକ୍ତ ୪ ଜଣ ଛାତ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ହଷ୍ଟେଲ୍‌ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, ଅନ୍ୟ ୧୩ ଜଣଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ କୁହାଯାଇଛି । ଗତ ମାସ ୨୧ ତାରିଖ ରାତିରେ ନୂତନ ଛାତ୍ରାବାସରେ ରହୁଥିବା ପ୍ରଥମ ବର୍ଷ ଛାତ୍ରଙ୍କୁ ଅନ୍ୟ ହଷ୍ଟେଲର ଦ୍ବିତୀୟ ବର୍ଷ ଛାତ୍ରମାନେ ମାନସିକ ନିର୍ଯାତନା ସହ ରାଗିଂକରିଥିବା ନେଇ ୟୁଜିସିର ଆଣ୍ଟି ରାଗିଂ ସେଲ୍‌ରେ ଅଭିଯୋଗ ହୋଇଥିଲା । ୟୁଜିସି ପକ୍ଷରୁ ୨୨ ତାରିଖ ଦିନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା ।

୨୩ ତାରିଖ ଦିନ କୁଳପତି ଗୀତାଞ୍ଜଳି ଦାଶଙ୍କ ନିର୍ଦ୍ଦେଶ କ୍ରମେ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ଅଧକ୍ଷତାରେ ଶୃଙ୍ଖଳା କମିଟି ଏବଂ ଆଣ୍ଟି ରାଗିଂ କମିଟିର ଦାୟିତ୍ୱରେ ଥିବା ସଦସ୍ୟଙ୍କ ସହ ଆଲୋଚନା ହୋଇଥିଲା । ଘଟଣାର ତଦନ୍ତ କରିବା ପାଇଁ ଆଣ୍ଟିରାଗିଂ କମିଟିର ୧୨ ଜଣିଆ ଦଳ ଏବଂ ସିକ୍ୟୁରିଟି ଅଫିସର ତଥା ଡିଏସ୍‌ପି ଦୀପ୍ତିକାନ୍ତ ପ୍ରଧାନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା । ତଦନ୍ତକାରୀ ଦଳ ସିସି କ୍ୟାମେରା ଫୁଟେଜ୍‌କୁ ଆଧାର କରି ରାଗିଂ କରିଥିବା ଛାତ୍ରଙ୍କୁ ଚିହ୍ନଟ କରି ପଚରାଉଚରା କରିଥିଲେ । ଘଟଣାରେ ତଦନ୍ତ ରିପୋର୍ଟ ଗତକାଲି କୁଳପତିଙ୍କୁ ପ୍ରଦାନ କରିଥିଲେ । 

ଅଧିକ ପଢ଼ନ୍ତୁ ଓଡିଶା ଖବର:                                                                                                                                                                                   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Berhampur University Ragging Incident | Argus News