Odisha Vigilance Raid / ଗିରଫ ହେଲେ ବେତନଟି ଆର ଆଣ୍ଡ ବି ସବଡିଭିଜନର ଏଜକୁଟିଭ ଇଂଜିନିୟର

Key Points
ବେତନଟି ଆର ଆଣ୍ଡ ବି ସବଡିଭିଜନର ଏଜକୁଟିଭ ଇଂଜିନିୟରଙ୍କ ଘରେ ରେଡ୍ ।
ଅରବିନ୍ଦ ମହାନ୍ତିଙ୍କ ଭୁବନେଶ୍ବର ଉପକଣ୍ଠ ପାହାଳର କାଞ୍ଚିଲୋ ଘରେ ରେଡ ।
ଗିରଫ ହେଲେ ବେତନଟି ଆର ଆଣ୍ଡ ବି ସବଡିଭିଜନର ଏଜକୁଟିଭ ଇଂଜିନିୟର... ଅରବିନ୍ଦ ମହାନ୍ତିଙ୍କ ଭୁବନେଶ୍ବର ଉପକଣ୍ଠ ପାହାଳ ଥାନା ଅଧୀନ କାଞ୍ଚିଲୋ ଘରେ ଭିଜିଲାନ୍ସ ରେଡ । ଚଢ଼ାଉ ବେଳେ ବେଳେ ଘରୁ ମିଳିଲା ନଗଦ ଅଢେଇ ଲକ୍ଷ ଟଙ୍କା । ଗତକାଲି ୭ଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ରେଡ କରିଥିଲା।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଆର୍ ଆଣ୍ଡ୍ ବି ବିଭାଗର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର (AEE) ବା ପିଡବ୍ଲୁଡି ଏସଡିଓଙ୍କ ଘରେ ଭିଜିଲାନ୍ସ ରେଡ୍ । ମୟୂରଭଞ୍ଜ ବେତନଟୀ R&B ସବ୍-ଡିଭିଜନର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଅରବିନ୍ଦ ମହାନ୍ତିଙ୍କ ୧୦ଟି ଠିକଣାରେ ଏକକାଳୀନ ଚଢ଼ାଉ । ବାଲେଶ୍ୱର, ମୟୂରଭଞ୍ଜ ଓ ଖୋର୍ଦ୍ଧାରେ ଏକାସାଙ୍ଗରେ ହୋଇଛି ରେଡ୍ । ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ AEE ଅରବିନ୍ଦ ମହାନ୍ତିଙ୍କ ବିରୋଧରେ ବଡ଼ ଆକ୍ସନ ନେଇଛି ଓଡ଼ିଶା ଭିଜିଲାନ୍ସ ।
ସୋମବାର ସକାଳୁ ଏକକାଳୀନ ଭାବେ ୩ଟି ଜିଲ୍ଲାର ୧୦ଟି ସ୍ଥାନରେ ଚଢ଼ାଉ ହୋଇଛି । ବାଲେଶ୍ୱର ଅଙ୍ଗାରଗଡ଼ିଆରେ ଥିବା ଅରବିନ୍ଦ ମହାନ୍ତିଙ୍କ ୩ ମହଲା ଘର, ଖୋର୍ଦ୍ଧା ବାଲିଅନ୍ତାରେ ଥିବା ଦୁଇ ମହଲା କୋଠା, ବେତନଟୀ R&B ସବ୍-ଡିଭିଜନର ଅଫିସ୍, ବେତନଟୀରେ ଥିବା ତାଙ୍କ ବାସଭବନ, ବାଲେଶ୍ୱର ଜଳେଶ୍ୱର ରାୟଣ-ରାମଚନ୍ଦ୍ରପୁରରେ ଥିବା ପୈତୃକ ଘର, ବସନ୍ତପୁରରେ ଥିବା ଫାର୍ମ ହାଉସ୍, ବାଲେଶ୍ୱର ବାମପଦାରେ ଥିବା ଆଉ ଏକ ଘରରେ ଚାଲିଛି ତଲାସୀ । ଅରବିନ୍ଦ ମହାନ୍ତିଙ୍କ ମୁଖ୍ୟ ଘର ବାଲେଶ୍ଵର ଟାଉନରେ ହୋଇଥିବା ବେଳେ ସେ ୨ବର୍ଷରୁ ଅଧିକ ସମୟ ଧରି ବେତନଟୀରେ କାର୍ଯ୍ୟରତ ଥିଲେ ।
ସୂଚନା ଥାଉ କି, ଅକ୍ଟୋବର ପହିଲାରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ସମ୍ବଲପୁର ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ ଗିରଫ । ଆୟ ବହିର୍ଭୁକ୍ତ ସମ୍ପତ୍ତ ଠୁଳ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସ ଚଢ଼ାଉରେ ଜବତ ଓ ଠାବ ହୋଇଥିବା ସମ୍ପତ୍ତିରେ ୪ଟି ବହୁତଳ ପ୍ରାସାଦ ଓ ୧ଟି ଫ୍ଲାଟ୍, ଭୁବନେଶ୍ୱର ନନ୍ଦନକାନନ ରୋଡ୍, ନନ୍ଦନ ବିହାରରେ ୨,୯୦୦ ବର୍ଗଫୁଟର ଏକ ଡ୍ୟୁପ୍ଲେକ୍ସ, ପୁରୀ ବାଲିଗୁଆଳିରେ ୪,୦୦୦ ବର୍ଗଫୁଟର ତିନିମହଲା କୋଠା, ଖୋର୍ଦ୍ଧା ବାଲୁଗାଁରେ ୪,୦୦୦ ବର୍ଗଫୁଟର ଦୁଇମହଲା କୋଠା, ଭୁବନେଶ୍ୱର ଜଟଣୀ ନିକଟ ବରାକୁଡ଼ାରେ ୨,୪୬୦ ବର୍ଗଫୁଟର ବିଲ୍ଡିଂ। ସମ୍ବଲପୁର ଧନକଉଡ଼ା ସନ୍ ସିଟି ଆପାର୍ଟମେଣ୍ଟରେ ୨,୦୦୦ ବର୍ଗଫୁଟର ଏକ 3-BHK ଫ୍ଲାଟ୍ ।
📱 Get Argus News App
✨Related Topics
Explore more stories