ବିଜେପି ସରକାରରେ ମିଳିବ ଉନ୍ନତମାନର ସ୍ବାସ୍ଥ୍ୟ ସେବା
ଅର୍ଗସ ବ୍ୟୁରୋ: ଉନ୍ନତ ସ୍ବାସ୍ଥ୍ୟ ସେବା ବିଜେପି ସରକାରର ସଂକଳ୍ପ । ଉପକୂଳଠୁ ନେଇ ଉପାନ୍ତ ସବୁଠି ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ବିଜେପି ସରକାର ପ୍ରତିଶ୍ରୁତି ବଦ୍ଧ । ବିଜେଡି ସରକାର ଦ୍ବାରା ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାରେ ଘାଣ୍ଟି ହେଉଥିବା ଲୋକଙ୍କୁ ସଞ୍ଜୀବନି ଯୋଗାଇବ ବିଜେପି ସରକାର । ପୂର୍ବ ବ୍ୟବସ୍ଥାକୁ ପରିବର୍ତ୍ତନ କରି ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଦୂର କରିବା ଲାଗି ମିଶନ ସ୍ବାସ୍ଥ୍ୟ ଓଡିଶା ଜରିଆରେ ପ୍ରତି ଜିଲ୍ଲାରେ ନିର୍ସିଂ କଲେଜ,ମେଡିକାଲ କଲେଜ ଓ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରିବେ ସରକାର ।
ରାଜ୍ୟରେ ଥିବା 6688 ଟି ଉପକେନ୍ଦ୍ର ଏବଂ 1226 ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆରୋଗ୍ୟ ମନ୍ଦିର ଭାବେ ଉନ୍ନତି କରାଯିବ । ସମସ୍ତ ଆରୋଗ୍ୟ ମନ୍ଦିରରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଖୋଲିବେ ସରକାର । ପୃଷ୍ଟି ସୁରକ୍ଷା ପାଇଁ ମାତୃତ୍ବ ସୁରକ୍ଷା ଯୋଜନା ଶୁଭାରମ୍ଭ କରିବା ସହ ପ୍ରତ୍ୟକ ଗର୍ଭବତୀ ମହିଳାଙ୍କୁ 21 ହଜାର ଟଙ୍କା ଯୋଗାଇ ଓ 6 ଟି ପୁଷ୍ଟିକର କିଟ୍ ଯୋଗାଇଦେବେ। ଏହାସହ ଡାକ୍ତର ଅଭାବ ପୂରଣ କରିବା ପାଇଁ 3 ହଜାର ନୂଆ ଡାକ୍ତର ପଦବୀ ସୃଷ୍ଟି କରାଯିବ ।
ସେପଟେ ବିଏସକେଓ୍ବାଇ ଦ୍ବନ୍ଦକୁ ଦୂର କରିବା ପାଇଁ ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ ଗ୍ୟାରେଣ୍ଟି ଦେଇଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ଏ ନେଇ ଦ୍ବନ୍ଦ ଦୂର କରିଥିବା ବେଳେ ବର୍ତ୍ତମାନ ରାଜ୍ୟ ମୁଖ୍ୟ ଶାସନ ସଚିବ ବି ଦ୍ବନ୍ଦ ନ ରଖିବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି । ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟ ସେବାର ଗ୍ୟାରେଣ୍ଟି ବିଜେପି ସରକାରର ସଂକଳ୍ପ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର