ଭଦ୍ରକ: ଅଗ୍ନିକାଣ୍ଡରେ ୧୪ଦୋକାନ ସହିତ ୩ଗୋଦାମ ଘର ଜଳି ପାଉଁଶ
·2 years ago

ଅର୍ଗସ ବ୍ୟୁରୋ: ଭଦ୍ରକ ବାସୁଦେବପୁର ଥାନା ରଥପଦାଠାରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ 14ଟି ଦୋକାନ ସହିତ 3ଟି ଗୋଦାମ ଘର ଜଳି ପାଉଁଶ ହେଇଯାଇଛି। ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ତେବେ ନିଆଁ ଲଗାଇଦେଇଥିବା ସନ୍ଦେହରେ ବାସୁଦେବପୁର ପୋଲିସ ଜଣକୁ ମଧ୍ୟ ଅଟକ ରଖି ପଚରାଉଚରା କରିଛି ।
ସମସ୍ତ ଦୋକାନଗୁଡିକ ଚାଳ ଛପର ଘର ଥିବାରୁ ସବୁ ଘରଗୁଡିକ ପୋଡି ପାଉଁଶ ହେଇଯାଇଛି । ତୁରନ୍ତ ଅଗ୍ନି ବିପିନ୍ନ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: