|
logo
Live

Argus News - ନୂଆ ନେତା ପାଇଁ ଏକାଠି ହେଲେଣି ବିଜେଡ଼ିର ପୁରୁଣା ନେତା ଓ କର୍ମୀ

Odisha

ନୂଆ ନେତା ପାଇଁ ଏକାଠି ହେଲେଣି ବିଜେଡ଼ିର ପୁରୁଣା ନେତା ଓ କର୍ମୀ

Jitendra Dash
Browse all articles by Jitendra Dash
·2 years ago·2 min read
ନୂଆ ନେତା ପାଇଁ ଏକାଠି ହେଲେଣି ବିଜେଡ଼ିର ପୁରୁଣା ନେତା ଓ କର୍ମୀ

ଅର୍ଗସ ବ୍ୟୁରୋ : ବାସୁଦେବପୁର ବିଜେଡିର ପରିବାଦ ରାଜନୀତି । ପିଢ଼ି ପରେ ପିଢ଼ି ଚାଲିଥିବା ଶାସନକୁ  ଏବେ ଖୁଲମ ଖୁଲା ବିରୋଧ କରୁଛନ୍ତି ନିଜ ଦଳର କର୍ମୀ ଓ ନେତା । ବନ୍ଧୁମିଳନ ନାଁରେ ବିଧାୟକଙ୍କ ବିରୁଧରେ ମେଳି  ବାନ୍ଧିଲେ । ଏହି ବିରୋଧର ମଙ୍ଗ ଧରିଛନ୍ତି ବିଜେଡ଼ି ଯୁବ ନେତା ବାଣୀ କଲ୍ୟାଣ ମହାନ୍ତି । ଯିଏକି କିଛିଦିନ ପୂର୍ବରୁ ବିଜେଡିରୁ ନିଲମ୍ବିତ ହେଇଥିଲେ । ଯିଏକି ପରିବାର ବାଦ ରାଜନୀତିକୁ ଖୁଲମ ଖୁଲା ବିରୋଧ କରି ଚାଲିଛନ୍ତି । ରବିବାର ବାସୁଦେବପୁର ବ୍ଲକର ବ୍ରାହ୍ମଣ ଗାଁରେ ବିଜେଡିର ନେତା ଓ କର୍ମୀଙ୍କୁ ନେଇ ଏକ ବନ୍ଧୁମିଳନ କରାଯାଇଥିଲା । ଯେଉଁଥିରେ ଖୁଲମ ଖୁଲା ବିରୋଧ କରାଯାଇଥିଲା ପରିବାଦ ରାଜନୀତି । 

ଚାଲିଥିବା ଏ ପରିବାରବାଦ ରାଜନୀତିକୁ ଅନ୍ତ କରିବାକୁ ବିଜେଡ଼ିର ଆହ୍ବାନ । ବ୍ଲକର ବିଭିନ ପଞ୍ଚାୟତରେ ବୁଲି ବିଜେଡିର ନେତା ଓ କର୍ମୀଙ୍କୁ ନେଇ ଏକଜୁଟ କରି ବିଧାୟକଙ୍କ ବିରୋଧରେ କରୁଛନ୍ତି ମେଳି । ଏବଂ ଖୁଲମ ଖୁଲା ବାସୁଦେବପୁରରେ ଚାଲୁଥିବା ପିଢ଼ି ପରେ ପିଢ଼ି ଏକଛତ୍ରବାଦ ଶାସନକୁ କରୁଛନ୍ତି ବିରୋଧ । ମଞ୍ଚ ଉପରେ ବିଧାୟକଙ୍କ ବିରୁଧରେ ବିଷ ଓଗାଳୁଛନ୍ତି ନିଜ ଦଳର କର୍ମୀ ଓ ପୁରୁଖା ନେତା । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚଳିତ ୨୦୨୪ ନିର୍ବାଚନରେ "ବ" ଆଉ "ବ" ଭିତରେ ଲଢେଇ ହେବ ବୋଲି ସିଧାସଳଖ ମଞ୍ଚ ଉପରେ କହିଛନ୍ତି ବିଜେଡ଼ି କର୍ମୀ । ଆଉ ବାଣୀ କଲ୍ୟାଣଙ୍କ ହାତମୁଠାକୁ ଟାଣ କରିବାକୁ କର୍ମୀ ମାନକୁ କୁହାଯାଉଛି । ସିଧାସଳଖ ଭାବେ ଏ ଶାସନକୁ ଦମନ କରିବା ପାଇଁ କର୍ମୀ ମାନଙ୍କୁ ସଂକଳ୍ପ ନେବାପାଇଁ ଆହ୍ବାନ ଦିଆଯାଉଛି । 

ଚଳିତ ସାଧାରଣ ନିର୍ବାଚନରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ବାଣୀ କଲ୍ୟାଣ ଟିକଟ୍ ପାଇବା ନେଇ ଅଲୋଚନା ମଧ୍ୟ ଜୋର ଧରିଛି । ସେଥିପାଇଁ ବାଣୀ ତାଙ୍କ ସମର୍ଥକଙ୍କୁ ନେଇ ଘନ ଘନ ବାସୁଦେବପୁରର ବିଭିନ ପଞ୍ଚାୟତରେ ବନ୍ଧୁମିଳନ ନାଁରେ ଦଳର ପୁରୁଖା ନେତା ଓ କର୍ମୀ ମାନଙ୍କୁ ଏକଜୁଟ କରି ବିଜେଡ଼ି ବିଧାୟକଙ୍କ ବିରୁଦ୍ଧରେ ମେଳି ବାନ୍ଧିଥିଲେ । ଆଉ ଖୋଲାଖୋଲି ଭାବେ ବିଜେଡ଼ି ବିଧାୟକଙ୍କୁ ବିରୋଧ କରିଛନ୍ତି । ବିଧାୟକ-ସାଂସଦ-ବିରୋଧୀ ଗୋଷ୍ଠୀଙ୍କ ଏ ତ୍ରୀକୋଣୀୟ ରାଜନୈତିକ ଲଢେଇ ମଧ୍ୟରେ କାହାର ଘଟୁଛି ଅବସାନ । ବାସୁଦେବପୁରବାସୀ ନୂଆ ଚେହେରାକୁ ଚୟନ କରିବେ ନାଁ ପୁନଶ୍ଚ ଶାସନ କ୍ଷମତାରେ ସୀମିତ ପରିବାର ରହିବ ତାହା ଦେଖିବାକୁ ବାକି ରହିଲା ।
 

Sponsored
ନୂଆ ନେତା ପାଇଁ ଏକାଠି ହେଲେଣି ବିଜେଡ଼ିର ପୁରୁଣା ନେତା ଓ କର୍ମୀ | Argus News