ପାଟଣା ଗାଁ ପାଇଁ ସରକାରୀ ଯୋଜନା ନାହିଁ

ଅର୍ଗସ ବ୍ୟୁରୋ : ପାଟଣା ଗାଁ ପାଇଁ ସରକାରୀ ଯୋଜନା ନାହିଁ । ଯେଉଁ ନିର୍ବାଚନ ମଣ୍ଡଳୀର ଦାୟିତ୍ବ ଖୋଦ୍ ମୁଖ୍ୟମନ୍ତ୍ରୀ ନେଇ ଥିଲେ । କିନ୍ତୁ ସେ ଦାୟିତ୍ବକୁ ଭୁଲିଗଲେ ରାଜ୍ୟର ମୁଖିଆ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର କଟସାହି ପଞ୍ଚାୟତର ପାଟଣା ଜେନାସାହୀ । ଯେଉଁ ଗାଁରେ ଆଜି ୪୫ ପରିବାର ପାଖରେ ପହଞ୍ଚି ପାରି ନାହିଁ ଆବାସ ଘର, ପହଞ୍ଚି ପାରିନାହିଁ ଲୋକଙ୍କ ପାଖରେ ସ୍ବଚ୍ଛ ପଭାରତରେ ପାଇଖାନା । ସ୍ଥାନୀୟ ବାସିନ୍ଦା କଚା ମାଟି ଘର ଦିନ କାଟୁଥିବା ବେଳେ ମାଟି ଘରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ପାଟଣା ଗାଁର ଲୋକେ କହିବା କଥା ବିଜେଡିକୁ ଭୋଟ ଦିଅନ୍ତି । କିନ୍ତି ଭୋଟ ପରେ ସରକାର ଏମାନଙ୍କୁ ଭୁଲିଯାନ୍ତି, ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ନା ଏମାନଙ୍କୁ କୌଣସି ସରକାରୀ ସାହୟତା ମିଳୁଛି ନା ସୁଭିଧା । ତେବେ ଆଗକୁ ବିଜେଡିକୁ ଭୋଟ ଦେଇ ଆଉ ଭୁଲ୍ କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି ।
📱 Get Argus News App
✨ଉପ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଖୋଦ୍ ଧାମନଗର ଦାଇତ୍ୱ ନେଇ ଥିବା ବେଳେ, ଗତ କିଛି ଦିନ ତେଳ ଉକ୍ତ ଅଞ୍ଚଳକୁ ୫ଟି ଅଧ୍ୟକ୍ଷ ଧାମନଗର ବିକାଶ ହେଇଛି ବୋଲି ମଞ୍ଜ ଉପରୁ କହିଥିଲେ । ବାସ୍ତବରେ ଧାମନଗରର କେତେ ବିକାଶ ହେଇଛି ଏହି ପାଟଣ ଗାଁର ଦୃଶ୍ୟ ଦେଖିଲେ ଜଣାପଡ଼ୁଛି । ସେପଟେ ଏନେଇ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ ମୁହଁ ଖୋଲିଛନ୍ତି । ଦେଖିବାକୁ ବାକି ରହିଲା କେବେ କଥା ରଖିବେ ମୁଖ୍ୟମନ୍ତ୍ରୀ ।