Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭଦ୍ରକ ଜିଲ୍ଲାରେ ବିଜେଡ଼ି ସରପଞ୍ଚଙ୍କ ଦାଦାଗିରି

Odisha

ଭଦ୍ରକ ଜିଲ୍ଲାରେ ବିଜେଡ଼ି ସରପଞ୍ଚଙ୍କ ଦାଦାଗିରି

Jitendra Dash
Browse all articles by Jitendra Dash
·2 years ago·2 min read
ଭଦ୍ରକ ଜିଲ୍ଲାରେ ବିଜେଡ଼ି ସରପଞ୍ଚଙ୍କ ଦାଦାଗିରି

ଅର୍ଗସ ବ୍ୟୁରୋ : ଭଦ୍ରକ ଜିଲ୍ଲାରେ ବିଜେଡ଼ି ସରପଞ୍ଚଙ୍କ ଦାଦାଗିରି । ଭିଜିଲାନ୍ସ ଅଫିସରଙ୍କୁ ଦେଖାଇଲେ ନାଲି ଆଖି । ଆଉ ହେଲେ ମୁହିଁମୁହିଁ । ଭଦ୍ରକ ବ୍ଲକ ଅଧୀନସ୍ଥ ଗୁଜିଦରଡ଼ା ପଞ୍ଚାୟତରେ,  ବିଭିନ୍ନ କାମରେ ଦେଖାଯାଇଛି ଅନମିୟତା । ରାସ୍ତା ଓ ଡ୍ରେନ କାର୍ଯ୍ୟକୁ ନେଇ କୋଟି କୋଟି ଟଙ୍କାର ବ୍ୟାପକ ଅନିୟମିତତା ଓ ଫଲସ ବିଲ ହୋଇଥିବାର ହୋଇଥିଲା ଅଭିଯୋଗ । ପରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । 

ତେବେ ଏହି ଦୁର୍ନୀତିର ଅଭିଯୋଗ ପାଇ କିଛି ଦିନ ପୂର୍ବରୁ ଭିଜିଲାନ୍ସ ଅଧିକାରୀ ମାନେ ଗୁଜିଦରଡ଼ା ପଞ୍ଚାୟତକୁ ଆସିଥିଲେ । ତାଙ୍କୁ ସରପଞ୍ଚଙ୍କ ନେତୃତ୍ୱରେ ସେଠାକାର ଲୋକ ମାନେ ତୀବ୍ର ବିରୋଧ କରି ଫେରାଇ ଦେଇଥିଲେ । ପୁଣିଥରେ ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗ କର୍ମଚାରୀ ମାନେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ସହାୟତାରେ ପହଞ୍ଚିଥିଲେ । ଯାହାକୁ ସ୍ଥାନୀୟ ବିଜେଡ଼ି ସରପଞ୍ଚ ତୀବ୍ର ବିରୋଧ ମଧ୍ୟ କରିଛନ୍ତି ।

ଫଳରେ ଏହାକୁ ନେଇ ସରପଞ୍ଚ-ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ମୁହାଁମୁହିଁ ହୋଇଥିଲେ । ତେଣୁ ସେଠାରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ ଉପରିସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେଣୁ ଭଦ୍ରକ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ବାଲେଶ୍ୱର, ଯାଜପୁର ଓ ଟିଟିଲାଗଡ଼ରୁ ଆସିଥିବା ବୈଷୟିକ ଟିମ ଏହି ପଞ୍ଚାୟତର ବିଭିନ୍ନ ରାସ୍ତା କାର୍ଯ୍ୟରେ ମାନ ଖୋଳି ଦେଖିବା ସହିତ ମାପ ଚୁପ କାର୍ଯ୍ୟ ଆରମ୍ଭ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ତେବେ ଏହି ପଞ୍ଚାୟତରେ ୧୮ ଗୋଟି ପ୍ରକଳ୍ପର ରାସ୍ତା ଓ ଡ୍ରେନ ଆଦି ନିର୍ମାଣରେ ପ୍ରାୟ ୧ କୋଟି ଟଙ୍କାର ଉର୍ଦ୍ଧ ମିଥ୍ୟା ବିଲ କରାଯାଇଥିବା ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗ ଅନୁଯାୟୀ ଆଜି ପ୍ରବଳ ବିରୋଧ ସତ୍ୱେ ଭିଜିଲାନ୍ସ ଟିମ ଏହାର ତଦନ୍ତ ଆରମ୍ଭ କରିଥିଲେ । ତେବେ ତଦନ୍ତ ପାଇଁ ଆସିଲା ବେଳେ କାହିଁକି ସରପଞ୍ଚଙ୍କୁ ଅବଗତ କରାଗଲା ନାହିଁ ବୋଲି ସରପଞ୍ଚ ପ୍ରଥମେ ବିରୋଧ କରିଥିବା କହିଥିଲେ । ଏ ତଦନ୍ତର ଦିଗ କୁଆଡ଼େ ଯିବ ତାକୁ ଦେଖିବାକୁ ବାକି ରହିଲା । ନା ଉପର ଅଧିକାରୀଙ୍କ ଚାପରେ ଚେପା ହୋଇଜିବ ଭିଜିଲାନ୍ସ ।
 

Argus Whatsapp Channel Mobile Top
Sponsored
Bhadrak bjd sarpanch dadagiri | Argus News