Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୯ ଦିନ ଧରି ବେଶ୍ ଚଳଚଞ୍ଚଳ ରହିଲା ଭଦ୍ରକ ସହର ଓ ଚରମ୍ପା ବଜାର

Banajyotshna Ray
Browse all articles by Banajyotshna Ray
·1 year ago·1 min read
୯ ଦିନ ଧରି ବେଶ୍ ଚଳଚଞ୍ଚଳ ରହିଲା ଭଦ୍ରକ ସହର ଓ ଚରମ୍ପା ବଜାର

ଅର୍ଗସ ବ୍ୟୁରୋ:  ଚଳିତ ବର୍ଷ 9 ଦିନ ବ୍ୟାପୀ ଅନୁଷ୍ଠିତ ହେଲା ଭଦ୍ରକର ପ୍ରସିଦ୍ଧ କାଳୀପୂଜା । 9 ଦିନ ଧରି ବେଶ୍ ଚଳଚଞ୍ଚଳ ରହିଲା ଭଦ୍ରକ ସହର ଓ ଚରମ୍ପା ବଜାର । ପୂଜା ମଣ୍ଡପରେ ମା' ଶ୍ୟାମା କାଳୀଙ୍କ ପୂଜାର୍ଚ୍ଚନା ହୋଇଥିବାବେଳେ ପାର୍ଶ୍ବ ମୂର୍ତ୍ତି ସହ ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ମୂର୍ତ୍ତି ଗୁଡିକ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କଲା। ବିଷାଣୀ ଖରିଦା କାଳୀ ପୂଜା ମଣ୍ଡପରେ ପ୍ରତିବର୍ଷ  କିଛି ନୂଆ ଆୟୋଜନ କରାଯାଉଥିବାବେଳେ ଏଥର ଆକର୍ଷଣ ପାଲଟିଲା ଭୂତଙ୍କ ଦୁନିଆ। ଏଠି ଭୂତ ଗାଉଥିଲେ ଗୀତ, ବାଜା ବଜାଇ ଡ୍ୟାନ୍ସ ବି କରୁଥିଲେ। ପୁଣି ଭୂତଙ୍କର ବିକଟାଳ ଶବ୍ଦ ଭକ୍ତଙ୍କୁ ରୋମାଞ୍ଚିତ କରୁଥିଲା।

ରାଜଘାଟ କାଳୀ ପୂଜା କମିଟିରେ ବି କରିଥିଲେ ସମାନ ଆୟୋଜନ। ଦୁଇଟି ନର କଙ୍କାଳର ନାଚ ସାଙ୍ଗକୁ ଶୁଣିବାକୁ ମିଳୁଥିଲା ଭୂତ ମାନଙ୍କର ରଡ଼ି । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ବି ଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଏହି ବିଶାଳକାୟ ପୁତନା ରାକ୍ଷସୀ। ଏଠି ହୋଇଥିଲା ଶ୍ରୀକୃଷ୍ଣଙ୍କର ପୁତନା ବଧ ପ୍ରଦର୍ଶନ।ଅନ୍ୟାନ୍ୟ ପୂଜା ମଣ୍ଡପ ଗୁଡିକରେ ବି ଶୋଭା ବଢ଼ାଉଥିଲେ ବିଭିନ୍ନ ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ଏ ବାରୁଆଳି। ଏସବୁ ମାଧ୍ୟମରେ ସାମାଜିକ ସଚେତନତାର ବାର୍ତ୍ତା ଦେଇଛନ୍ତି ବିଭିନ୍ନ ପୂଜା କମିଟି। ଶହ ଶହ ବର୍ଷର ପରମ୍ପରା, ଆଧୁନିକତାର ଚାକଚକ୍ୟ ଭିତରେ ଭଦ୍ରକ କାଳୀ ପୂଜା ବଜାୟ ରଖିଛି ସ୍ବତନ୍ତ୍ରତା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhadrak city and Champa Bazar were busy for 9 days | Argus News