Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ବିବାଦ

Smruti Parija
Browse all articles by Smruti Parija
·1 year ago·1 min read
ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ବିବାଦ

ଭଦ୍ରକ: ସନ୍ଥିଆରେ ଆନ୍ଦୋଳନକାରୀଙ୍କ ଆକ୍ରମଣରେ 2 ପୋଲିସ୍‌ ଆହତ ହୋଇଛନ୍ତି । ଏକ ବିବାଦୀୟ ପୋଷ୍ଟକୁ ନେଇ ଅଞ୍ଚଳରେ ଉପୁଜିଛି ବିବାଦ । ବିବାଦକୁ ନେଇ ଗୋଟିଏ ସମ୍ପ୍ରଦାୟ ମେଳି କରୁଥିବା ସୂଚନା ମିଳିଛି । ମେଳି ଖବର ପାଇ ପୋଲିସ ଯାଉଥିବା ବେଳେ ହୋଇଛି ଆକ୍ରମଣ । ରାସ୍ତାରେ ଟାୟାର ଜାଳି ପୋଲିସକୁ ଅଟକାଇ ଥିଲେ ସମ୍ପୃକ୍ତ ଗୋଷ୍ଠୀ । ତହସିଲଦାରଙ୍କ ଗାଡି କାଚକୁ ବାଡେଇ ଭଙ୍ଗାରୁଜା କରିଥିବା ସୂଚନା । ପୋଲିସ ଉପରକୁ ମଧ୍ୟ ଟେକା ପଥର ଫିଙ୍ଗିଛନ୍ତି ସଂପୃକ୍ତ ଗୋଷ୍ଠୀ । ସ୍ଥିତି ନିୟନ୍ତ୍ରଣ ପାଇଁ 7 ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । 

ତେବେ ଗତକାଲି ଜଣେ ଯୁବକ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଏହାକୁ ପ୍ରତିବାଦ କରି ଅନ୍ୟ ଏକ ସମ୍ପ୍ରଦାୟର ଲୋକମାନେ ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଆଜି ନଙ୍ଗାମହଲା ଠାରେ ହଠାତ ଏକ ସମ୍ପ୍ରଦାୟର ଲୋକମାନେ ଏକତ୍ରିତ ହୋଇ ମେଳି ବାନ୍ଧିଥିଲେ । ପରେ ଏହି ବେଆଇନ ମେଳି ସନ୍ଥିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଖବର ପାଇ ପୋଲିସ ଓ ମାଜିଷ୍ଟ୍ରେଟ ଘଟଣାସ୍ଥଳକୁ ଆସୁଥିବାବେଳେ ଉକ୍ତ୍ୟକ ଯୁବକ ମାନେ ପୋଲିସ ଉପରକୁ ମାଡ଼ ମାରିବା ସହ ଠେଲା ପଥର ଫୋପାଡ଼ି ଥିଲେ । ଏହି ମାଡ଼ରେ ଦୁଇ ପୋଲିସ ଆହତ ହୋଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଆହୁରି ପଢନ୍ତୁ ଓଡିଶା ଖବର...


 

Sponsored
Bhadrak: City DSP and Town Police Station SI injured in attack near Santhia during a protest rally over a social media post; tehsildar's vehicle also ransacked | Argus News