School Closed / କାଲି ପୁଣି ପ୍ରବଳ ବର୍ଷା: ଏହି ଜିଲ୍ଲାରେ ୮୯ଟି ସ୍କୁଲ ବନ୍ଦ
·51 mins ago·2 min read

Key Points
ଭଦ୍ରକ ଜିଲ୍ଲାର ୩ଟି ବ୍ଲକର ୮୯ଟି ସ୍କୁଲ ବନ୍ଦ
ଜିଲ୍ଲାରେ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶ

ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାସହ ଏକ ଘୂର୍ଣ୍ଣିବଳୟ ସମୁଦ୍ରର ୭.୬ କିମି ଉପରେ ଦକ୍ଷିଣପଶ୍ଚିମ ଆଡ଼କୁ ଉଚ୍ଚତାରେ ଢଳି ରହିଛି । ଅନ୍ୟପଟେ ଓଡ଼ିଶା ଉପରେ ସକ୍ରିୟା ରହିଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟରେ ୨୯ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା । ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ସବୁ ସ୍କୁଲ ବନ୍ଦ ରହିବ। ଜିଲ୍ଲାରେ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜ଼ିଲ୍ଲାରେ ୩ଟି ବ୍ଲକର (ଭଦ୍ରକ,,ତିହିଡି, ଓ ଚାନ୍ଦବାଲି ) ୮୯ଟି ସ୍କୁଲ ଆସନ୍ତାକାଲି (ସୋମବାର ) ରେ ବନ୍ଦ ରହିବ। କେବଳ ସେତିକି ନୁହେଁ, ବର୍ଷା ପାଇଁ ଆସନ୍ତାକାଲି (ସୋମବାର) ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡି, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।''
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ଆଗାମୀ ୪୮ ଘଣ୍ଟା ଭୀଷଣ ବର୍ଷା ଲାଗି ରହିବ । ଏନେଇ ବିଭିନ୍ନ ଜିଲ୍ଲାକୁ ରେଡ୍, ଅରେଞ୍ଜ ଓ ୟେଲୋ ଆଲର୍ଟ ଦିଆଯାଇଛି । ଏଥିସହ ସମୁଦ୍ର ଅଶାନ୍ତ ରହିଥିବାରୁ ଅଗଷ୍ଟ ୨୪ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।''
ଏଥିସହ ପଢ଼ନ୍ତୁ: ଆସନ୍ତାକାଲି ପ୍ରବଳ ବର୍ଷା ଆଶଙ୍କା; ସୋମବାର ସବୁ ସ୍କୁଲ, କଲେଜ ବନ୍ଦ
.ଲଗାଣ ବର୍ଷାରେ ଚନ୍ଦାହାଣ୍ଡିରେ ବନ୍ୟା:
ଗତ ୨ ଦିନ ହେବ ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି । ଚନ୍ଦାହାଣ୍ଡି ଦେଇ ପ୍ରବାହିତ ମୁଖ୍ୟ ନଦୀ ଯେପରିକି ଭଣ୍ଡାର ନଦୀ, ତେଲ ନଦୀ, ବୋରେହି ନଦୀ, କୁକୁର ଜୋର୍, ସୁଖା ନଦୀରେ ବନ୍ୟା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ବିଗତ ୧୦ ବର୍ଷ ମଧ୍ୟରେ ଏଭଳି ନଦୀ ଗୁଡ଼ିକରେ ଜଳସ୍ତର ବଢ଼ି ନ ଥିବାବେଳେ ଚଳିତ ବର୍ଷ ନଦୀଗୁଡ଼ିକ ପୂର୍ଣ୍ଣଗର୍ଭା ହୋଇପଡ଼ିଛି । ଚନ୍ଦାହାଣ୍ଡି ବ୍ଲକ୍ ଅର୍ନ୍ତଗତ ପାଟଖାଲିଆ ପାଞ୍ଚୟତର ଚିଲିଗାଁ, ବୋଦେଲପାଣିରେ ଘର ଭିତରେ ପାଣି ପଶିଯାଇଛି ।
.କେଉଁ ଜିଲ୍ଲାକୁ କେଉଁ ଆଲର୍ଟ ?
ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ପାଇଁ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ରେଡ୍ ଆଲର୍ଟରେ ଥିବା ୫ ଜିଲ୍ଲା ହେଲା- କଟକ, ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି ଓ ନବରଙ୍ଗପୁର । ସେହିଭଳି ପ୍ରବଳ ବର୍ଷା ନେଇ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି ।''
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories