Videos
|
Odisha

Crocodile Attack / ବଢ଼ି ପାଣି ଭିତରେ ବଡ଼ ଆତଙ୍କ; ବୁଲା କୁକୁରକୁ ଟାଣି ନେଲା କୁମ୍ଭୀର

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବଢ଼ି ପାଣି ଭିତରେ ବଡ଼ ଆତଙ୍କ; ବୁଲା କୁକୁରକୁ ଟାଣି ନେଲା କୁମ୍ଭୀର
Crocodile Spotted on Road, Dog Dragged Away

Key Points

ଭଦ୍ରକରେ ଦେଖିବାକୁ ମିଳିଛି କୁମ୍ଭୀର । ରାସ୍ତାରେ ବୁଲୁଥିବା ଏକ ବୁଲା କୁକୁରକୁ ବଢ଼ି ପାଣିରେ ଚାଲି ଆସିଥିବା ଏକ କୁମ୍ଭୀର ଟାଣି ନେଇଛି । ଯାହାକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି ନଦୀ କୂଳିଆ ଲୋକେ ।
ଭଦ୍ରକ: ବନ୍ୟାରେ ବୁଡ଼ିଛି ଭଦ୍ରକ । ନଦୀ ଫୁଲିଛି, ରାସ୍ତା ଉପରେ ପାଣି ଚାଲୁଛି । ଲୋକେ ବନ୍ୟା ଆଶ୍ରୟସ୍ଥଳ ସହ ଛାତ ଉପରେ ଆଶ୍ରୟ ନେଇଛନ୍ତି । ଆଉ ଏହି ସମୟରେ ଭଦ୍ରକରେ ଦେଖିବାକୁ ମିଳିଛି କୁମ୍ଭୀର । ରାସ୍ତାରେ ବୁଲୁଥିବା ଏକ ବୁଲା କୁକୁରକୁ ବଢ଼ି ପାଣିରେ ଚାଲି ଆସିଥିବା ଏକ କୁମ୍ଭୀର ଟାଣି ନେଇଛି ।

ଯାହାକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି ନଦୀ କୂଳିଆ ଲୋକେ । ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବୋଡ଼କ ପଞ୍ଚାୟତର ହଟନଗର ଗାଁ ରାସ୍ତାରେ ରେବ ନଦୀର ବନ୍ୟା ଜଳ ପ୍ରବାହିତ ହେଉଛି । ଆଉ ଏହି ବଢ଼ି ପାଣିର ସୁଅରେ ରାସ୍ତା ଉପରକୁ ଉଠି ଆସିଥିବା ଏକ କୁମ୍ଭୀର ଏକ ବୁଲା କୁକୁରକୁ ହଠାତ୍ ଝାମ୍ପି ନେଇଥିବା ଦେଖିବାକୁ ମିଳିଛି ।

ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଏହି ସବୁ ଜିଲ୍ଲାରେ ପ୍ରବଳ କାଚିବ 

ଯାହା ଦେଖି ଭୟଭୀତ ହୋଇ ପଡ଼ିଛନ୍ତି ସ୍ଥାନୀୟ ଲୋକେ । ବୈତରଣୀ ଓ ରେବ ନଦୀରେ ବନ୍ୟା ଯୋଗୁଁ କୁମ୍ଭୀର ଚାଲି ଆସିଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଲାଗି ରହିଛି । ବଢ଼ି ପାଣିରେ କୁମ୍ଭୀର ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ସେପଟେ ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଏବେ ଧାମନଗର ବ୍ଲକର ୧୨ ଗୋଟି ପଞ୍ଚାୟତ, ତିହିଡି ବ୍ଲକର ୨ ଗୋଟି ପଞ୍ଚାୟତ ଓ ଚାନ୍ଦବାଲି ବ୍ଲକର ୪ ଗୋଟି ପଞ୍ଚାୟତ ପାଣିଘେରରେ ରହିଛି । ଭଦ୍ରକ-ଆରଡି, ଧୂଷୁରୀ-ହସନାବାଦ, ପତ୍ରିସାହି-ଫତେପୁର ରାସ୍ତାରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇଛି ।

ଅନ୍ୟପଟେ ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ରାଜଘାଟ ଠାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବନ୍ୟା ଜଳ । ରାଜଘାଟ ଠାରେ ବିପଦ ସଂକେତ ୧୭ ଫୁଟ୍ ରହିଥିବା ବେଳେ ସକାଳ 6ଟା ବେଳେ ୧୬.୫୦ ଫୁଟ୍ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।

ଫୁଲୁଛି ବୈତରଣୀ

ବୈତରଣୀ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ବନ୍ୟା ଜଳ । ଆଖୁଆପଦା ଆନିକଟ ନିକଟରେ ବିପଦ ସଂକେତ ୧୮.୩୩ ମିଟର ରହିଥିବା ବେଳେ ସକାଳ ୬ଟା ବେଳେ ୧୮.୩୫ ମିଟର ଉପରେ ପ୍ରବାହିତ ହେଉଛି ।

ଏଥିସହ ପଢ଼ନ୍ତୁ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ବିପତ୍ତି…ଉପରମୁଣ୍ଡରେ ବର୍ଷା ପରେ ଫୁଲୁଛି ନଦୀ 

କଣ୍ଟିଏସ୍କକେଫ ଦେଇ ପୁଣି ଜନ ବସତି ଆଡ଼କୁ ବନ୍ୟା ଜଳ ପଶିଛି । ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର, ମାଳଦା, ନପଙ୍ଗ, ରହଣିଆ, କୁରିଗାଁ ଆଦି ପଞ୍ଚାୟତର ଅନେକ ଗାଁ ଜଳମଗ୍ନ ହେବ । ପୂର୍ବ ବନ୍ୟା ଜଳ ତଳିଆ ଅଞ୍ଚଳର ଅନେକ ଗାଁ ଓ ଜମିରେ ପଶିଥିବା ବେଳେ ପାଣି ଛାଡ଼ିନି । ଏବେ ପୁଣି ବୈତରଣୀ ନଦୀରେ ବନ୍ୟା ଦୁର୍ଦ୍ଦଶା ବଢ଼ାଇ ଦେଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: